କନକବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଟୁଇଟ୍ କରି ଲେଖିଛନ୍ତି, ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ନୂଆ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ ନେଇଆସୁ। ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ଆଜିଠୁ ହେବ ଏହି ସବୁ ପରିବର୍ତ୍ତନ, ବଦଳିବ ଆଧାରରୁ ଏଲପିଜି ନିୟମ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ସେ ନୂଆବର୍ଷ ଅବସରରେ ଏକ ବାର୍ତ୍ତା ଲେଖିଛନ୍ତି । ଭାରତୀୟମାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଉଛି । ସେହିପରି ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ୨୦୨୬ ପାଇଁ ଅନେକ ଅନେକ ଶୁଭକାମନା । ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ସଂକଳ୍ପ ଏବଂ ନୂତନ ଆତ୍ମବିଶ୍ୱାସ ଆଣିଦେଉ । ଏହା ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/01/president-2026-01-01-12-19-44.jpg)