କନକ ବ୍ୟୁରୋ: ଶେଷ ହୋଇଛି ୨୦୨୫, ଆସିଛି ନୂଆ ବର୍ଷ ୨୦୨୬ । ନୂଆ ବର୍ଷର ଆରମ୍ଭ ସହିତ ଅନେକ ବଡ଼ ଆର୍ଥିକ ନିୟମ ମଧ୍ୟ ବଦଳୁଛି, ଯାହା ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇପାରେ । ୧ ଜାନୁଆରି ଅର୍ଥାତ ଆଜିଠାରୁ LPG ଗ୍ୟାସ୍ ଦରଠାରୁ ଆରମ୍ଭ କରି ପାନ୍, ଆଧାର, ନୂଆ ପେ-କମିଶନ ପର୍ଯ୍ୟନ୍ତ... ଅନେକ ନିୟମ ବଦଳୁଛି । ଆସନ୍ତୁ ଏହି ନିୟମଗୁଡ଼ିକ ବିଷୟରେ ଏବଂ ଆପଣଙ୍କ ଜୀବନରେ ଏହାର କି ପ୍ରଭାବ ପଡ଼ିବ, ସେ ବିଷୟରେ ବିସ୍ତାର ଭାବରେ ଜାଣିବା।

Advertisment

ପାନ୍-ଆଧାର ଲିଙ୍କ୍
ଆଧାର କାର୍ଡ ଏବଂ ପାନ କାର୍ଡକୁ ଲିଙ୍କ୍ କରିବାର ସମୟସୀମା ଡିସେମ୍ବର ମାସରେ ଶେଷ ହୋଇଛି । ଯଦି ଆପଣ ଏଗୁଡ଼ିକୁ ଲିଙ୍କ୍ କରିନାହାନ୍ତି, ତେବେ ୧ ଜାନୁଆରିରୁ ଏହା ନିଷ୍କ୍ରିୟ ହୋଇଯିବ । ଫଳରେ ଆପଣ ITR ରିଫଣ୍ଡ, ରସିଦ ଏବଂ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ନାହିଁ । ଏଥିସହିତ, ପାନ କାର୍ଡ ନିଷ୍କ୍ରିୟ ହେବା ଯୋଗୁଁ ଆପଣ ଅନେକ ସରକାରୀ ଯୋଜନାର ଲାଭରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି । 

କଠୋର ହେବ ୟୁପିଆଇ, ସିମ୍ ଏବଂ ମେସେଜିଂ ନିୟମ
ବ୍ୟାଙ୍କ UPI ଏବଂ ଡିଜିଟାଲ୍ ପେମେଣ୍ଟ ନିୟମକୁ ଅଧିକ କଠୋର କରାଯାଉଛି । ଜାଲିଆତି ରୋକିବା ପାଇଁ SIM ଭେରିଫିକେସନ୍ ନିୟମକୁ ମଧ୍ୟ କଡ଼ାକଡ଼ି କରାଯାଉଛି, ଯାହାଦ୍ୱାରା WhatsApp, Telegram ଏବଂ Signal ଭଳି ଆପ୍ସ ମାଧ୍ୟମରେ ହେଉଥିବା ଠକେଇକୁ କମ୍ କରାଯାଇପାରିବ ।

ଆହୁରି ପଢ଼ନ୍ତୁ... Happy New Year ମେସେଜକୁ ସାବଧାନ! ଲିଙ୍କ୍ କ୍ଲିକ୍ କଲେ ହୋଇଯିବ ଆକାଉଣ୍ଟ ଖାଲି

ଏଫଡି ଯୋଜନା ଏବଂ ଋଣ
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ HDFC ଭଳି ବ୍ୟାଙ୍କଗୁଡ଼ିକ ଋଣ ସୁଧ ହାର କମାଇ ଦେଇଛନ୍ତି, ଯାହା ୧ ଜାନୁଆରିରୁ କାର୍ଯ୍ୟକାରୀ ହେବ । ସେହିଭଳି ଜାନୁଆରିରୁ ନୂଆ ଫିକ୍ସଡ୍ ଡିପୋଜିଟ୍ ସୁଧ ହାର ମଧ୍ୟ ଲାଗୁ ହେବ । ଏହା ଆପଣଙ୍କ ବିନିଯୋଗ ଉପରେ 

LPG ସିଲିଣ୍ଡର ଦର
ପ୍ରତି ମାସରେ LPG ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ । ୧ ଜାନୁଆରିରୁ ମଧ୍ୟ କମର୍ସିଆଲ LPG ଦର ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୧୧୧ ଟଙ୍କା ବୃଦ୍ଧି ହୋଇଛି । ଯାହାର ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡ଼ିବ । କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧ ଡିସେମ୍ବରରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ୧୦ ଟଙ୍କା ହ୍ରାସ କରାଯାଇଥିଲା, ଦିଲ୍ଲୀରେ ଏହାର ମୂଲ୍ୟ ୧,୫୮୦.୫୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୬୯୧.୫୦ ଟଙ୍କାରେ ପହଞ୍ଚିଛି ।

ସିଏନଜି-ପିଏନଜି ଏବଂ ଏଟିଏଫ୍
ତୈଳ କମ୍ପାନିଗୁଡ଼ିକ ପ୍ରତି ମାସରେ ଏଲପିଜି ସହିତ ସିଏନଜି-ପିଏନଜି ଏବଂ ଏଟିଏଫ୍ ଦର ମଧ୍ୟ ବଦଳାଇଥାନ୍ତି । ୧ ଜାନୁଆରିରୁ LPG ସହିତ CNG, PNG ଏବଂ ଜେଟ୍ ଫ୍ୟୁଲ୍ ଦରରେ ପରିବର୍ତ୍ତନ କରାଯାଇପାରେ । ATFକୁ ଜେଟ୍ ଫ୍ୟୁଲ୍ ମଧ୍ୟ କୁହାଯାଏ । ଏହାର ଦର ଘରୋଇ ଏବଂ ଅନ୍ତର୍ଜାତୀୟ ଉଭୟ ପାଇଁ ଅଲଗା ଅଲଗା ଧାର୍ଯ୍ୟ କରାଯାଏ ।

ଅଷ୍ଟମ ବେତନ କମିସନ 
ଆଶା କରାଯାଉଛି ଯେ ସରକାର ଅଷ୍ଟମ ବେତନ କମିସନକୁ ୧ ଜାନୁଆରି ୨୦୨୬ରୁ କାର୍ଯ୍ୟକାରୀ କରିବେ, ଯଦିଓ ଏହାକୁ ଲାଗୁ କରିବା ପାଇଁ ଅଧିକ ସମୟ ଲାଗିପାରେ । ଏହାର ଅର୍ଥ ହେଉଛି ଅଷ୍ଟମ ବେତନ କମିସନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ଏବଂ ପେନସନ୍ ୧ ଜାନୁଆରି ୨୦୨୬ରୁ ହିସାବ କରି ଦିଆଯିବ । ସୂଚନାଯୋଗ୍ୟ ଯେ, ସପ୍ତମ ବେତନ କମିସନର ଅବଧି ୩୧ ଡିସେମ୍ବର ୨୦୨୫ ରେ ଶେଷ ହେବ ।

କୃଷକଙ୍କ ପାଇଁ ନିୟମ
ୟୁପି ଭଳି ଅନ୍ୟ ରାଜ୍ୟରେ କୃଷକମାନଙ୍କୁ PM-କିଷାନ ଯୋଜନାର ଲାଭ ପାଇବା ପାଇଁ 'ୟୁନିକ୍ କିଷାନ ID' ର ଆବଶ୍ୟକତା ପଡ଼ିବ । PM କିଷାନ ଫସଲ ବୀମା ଯୋଜନା ଅଧୀନରେ, ଯଦି ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟ ହୁଏ ଏବଂ ୭୨ ଘଣ୍ଟା ମଧ୍ୟରେ ଏହାର ରିପୋର୍ଟ କରାଯାଏ, ତେବେ ତାହାକୁ ମଧ୍ୟ ଏବେ ବୀମା ଅଧୀନରେ କଭର କରାଯାଇପାରିବ ।

ଗାଡ଼ିର ମୂଲ୍ୟ ବୃଦ୍ଧି
୧ ଜାନୁଆରି ୨୦୨୬ ରୁ ଭାରତରେ ଅନେକ ପ୍ରମୁଖ ଅଟୋମୋବାଇଲ୍ କମ୍ପାନି ସେମାନଙ୍କ ଗାଡ଼ିର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । ନିସାନ, BMW, JSW MG ମୋଟର, Renault ଏବଂ ଏଥର ଏନର୍ଜି ଗାଡ଼ିର ଦାମରେ ୩୦୦୦ ଟଙ୍କାରୁ ଆରମ୍ଭ କରି ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କହିଛନ୍ତି । ଟାଟା ମୋଟର୍ସ ଏବଂ ହୋଣ୍ଡା ଭଳି କମ୍ପାନି ମଧ୍ୟ ମୂଲ୍ୟ ବୃଦ୍ଧିର ସଙ୍କେତ ଦେଇଛନ୍ତି ।