କନକବ୍ୟୁରୋ : ଜୀବନକୁ ବଂଚିବା ସମସ୍ତଙ୍କୁ ସତମାର୍ଗରେ ଆଣିବା ପାଇଁ ପାଇଁ ବାର୍ତ୍ତା ଦିଅନ୍ତି ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜ । କାହିଁକି ନା ଆଜିକାଲି ପଥଭ୍ରଷ୍ଟ ଯୁବପିଢି ଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ । ସେ ସବୁବେଳେ ସମସ୍ତଙ୍କୁ ସରଳ ଏବଂ ଜ୍ଞାନପୂର୍ଣ୍ଣ ପ୍ରବଚନ ପାଇଁ ସାରା ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଭିଡିଓଗୁଡ଼ିକ ଲକ୍ଷ ଲକ୍ଷ ଲୋକ ଦେଖନ୍ତି । ତାଙ୍କର 'ସତ୍ସଙ୍ଗ' ସମୟରେ ଅନେକ ଭକ୍ତ ନିଜ ଜୀବନ ସହ ଜଡ଼ିତ ସମସ୍ୟା ଏବଂ ଜିଜ୍ଞାସା ବିଷୟରେ ପଚାରନ୍ତି । ସେମିତି ନିକଟରେ ଜଣେ ଶିକ୍ଷୟତ୍ରୀ ତାଙ୍କୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ: "ପ୍ରଶ୍ନ ରହିଥିଲା , ମହାରାଜ ଜୀ, କେଉଁମାନଙ୍କ ପାଦ ଛୁଇଁବା ଦ୍ୱାରା ମଣିଷର ପୁଣ୍ୟ ନଷ୍ଟ ହୋଇଯାଏ ?"
ଏହି ପ୍ରଶ୍ନର ଉତ୍ତରରେ ପ୍ରେମାନନ୍ଦ ମହାରାଜ ଯାହା କହିଲେ, ତାହା ପ୍ରତ୍ୟେକ ବ୍ୟକ୍ତି ଜାଣିବା ନିହାତି ଆବଶ୍ୟକ ।
୧. ଚାଟୁକାରିତା ବା ସ୍ୱାର୍ଥ ପାଇଁ ପାଦ ସ୍ପର୍ଶ କରିବା:
ପ୍ରେମାନନ୍ଦ ମହାରାଜଙ୍କ ଅନୁସାରେ, ଯଦି ଆପଣ କୌଣସି ବ୍ୟକ୍ତିର ପାଦ କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କିମ୍ବା ଚାଟୁକାରିତା କରିବା ପାଇଁ ଛୁଉଁଛନ୍ତି, ତେବେ ଏହା ଆପଣଙ୍କ ପୁଣ୍ୟ ନଷ୍ଟ କରିଥାଏ । ପାଦ ସ୍ପର୍ଶ କରିବା ହେଉଛି ଶ୍ରଦ୍ଧା ଏବଂ ସମ୍ମାନର ପ୍ରତୀକ । ଯେତେବେଳେ ଏଥିରେ ଛଳନା ବା ସ୍ୱାର୍ଥ ମିଶିଯାଏ, ସେତେବେଳେ ଏହାର ପବିତ୍ରତା ନଷ୍ଟ ହୁଏ ।
ମକର ସଂକ୍ରାନ୍ତି ୧୪ ନା ୧୫ ଜାନୁଆରି ? ଜାଣନ୍ତୁ ସଠିକ୍ ତାରିଖ, ଓ ଶୁଭ ମୁହୂର୍ତ୍ତ
ଦ୍ବିତୀୟରେ ହେଉଛି .... ଅଧର୍ମୀ ଏବଂ ଦୁରାଚାରୀ ବ୍ୟକ୍ତି: , ମହାରାଜ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ନିରନ୍ତର ପାପ କର୍ମରେ ଲିପ୍ତ ରହେ, ଯାହାର ଚରିତ୍ର ଖରାପ ଏବଂ ଯିଏ ଅନ୍ୟକୁ କଷ୍ଟ ଦିଏ, ସେଭଳି ବ୍ୟକ୍ତିର ପାଦ କେବେବି ଛୁଇଁବା ଉଚିତ୍ ନୁହେଁ । ଯଦି ଆପଣ ଜଣେ ଅଧର୍ମୀ ବ୍ୟକ୍ତିକୁ ସମ୍ମାନ ଦେଇ ପାଦ ସ୍ପର୍ଶ କରୁଛନ୍ତି , ତେବେ ତାର ପାପ କର୍ମର ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ ଏବଂ ଆପଣଙ୍କ ସଞ୍ଚିତ ପୁଣ୍ୟ ହ୍ରାସ ପାଇଥାଏ।
ତୃତୀୟରେ ହେଉଛି ଶୋଇଥିବା ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରିବା ... , ଶାସ୍ତ୍ର ଏବଂ ମହାରାଜଙ୍କ ମତରେ, କୌଣସି ବ୍ୟକ୍ତି ଶୋଇଥିବା ଅବସ୍ଥାରେ ତାଙ୍କ ପାଦ ଛୁଇଁବା ଅନୁଚିତ୍ । ଶୋଇଥିବା ବେଳେ ବ୍ୟକ୍ତି ଅସାବଧାନ ଥାଏ । କେବଳ ମୃତ ବ୍ୟକ୍ତିଙ୍କ କ୍ଷେତ୍ରରେ ଶୋଇଥିବା ସ୍ଥିତିରେ ପାଦ ସ୍ପର୍ଶ କରାଯାଏ । ତେଣୁ ଜୀବିତ ବ୍ୟକ୍ତି ଶୋଇଥିବା ବେଳେ ତାଙ୍କ ପାଦ ଛୁଇଁବା ଦ୍ୱାରା ଦୋଷ ଲାଗିଥାଏ ।
ଆଉ ଜଣେ ହେଉଛନ୍ତି ନିଜଠାରୁ ଛୋଟ ବ୍ୟକ୍ତିଙ୍କ ପାଦ ସ୍ପର୍ଶ: , ସାଧାରଣତଃ ଆମେ ନିଜର ବଡ଼ ମାନଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥାଉ । କିନ୍ତୁ ଯଦି ଜଣେ ବ୍ୟକ୍ତି ନିଜଠାରୁ ବୟସରେ ବା ସମ୍ପର୍କରେ ଛୋଟ ବ୍ୟକ୍ତିର ପାଦ ଛୁଏଁ , ତେବେ ତାହା ଶାସ୍ତ୍ର ସମ୍ମତ ନୁହେଁ । ଯଦିଓ ସେହି ଛୋଟ ବ୍ୟକ୍ତି ଜଣେ ସାଧୁ ବା ଗୁରୁ ହୋଇଥାନ୍ତି , ତେବେ ସେଠାରେ ଅଲଗା ନିୟମ ପ୍ରଯୁଜ୍ୟ, କିନ୍ତୁ ସାଧାରଣ ପରିସ୍ଥିତିରେ ଏହା କରିବା ଦ୍ୱାରା ପୁଣ୍ୟ କ୍ଷୟ ହୁଏ ବୋଲି ମହାରାଜ କହିଛନ୍ତି।
ପଂଚମ ହେଉଛି ଯଦି କେହି ବ୍ୟକ୍ତି ଅଶୁଦ୍ଧ ଅବସ୍ଥାରେ ଅଛି କିମ୍ବା ଆପଣ ନିଜେ ଅଶୌଚ ବା ଅଶୁଦ୍ଧ ସ୍ଥିତିରେ ଅଛନ୍ତି , ତେବେ ପାଦ ସ୍ପର୍ଶ କରିବା ଉଚିତ୍ ନୁହେଁ। ଏହା ବ୍ୟତୀତ ଯଦି କେହି ପୂଜା ପାଠ ବା ଜପ କରୁଛନ୍ତି, ସେହି ସମୟରେ ମଧ୍ୟ ତାଙ୍କୁ ବିଭ୍ରାଟ କରି ପାଦ ଛୁଇଁବା ଅନୁଚିତ୍ । ମହାରାଜ କୁହନ୍ତି ଯେ, "ପାଦ ସ୍ପର୍ଶ" କେବଳ ଏକ ପରମ୍ପରା ନୁହେଁ, ଏହା ହେଉଛି ଶକ୍ତିର ସଞ୍ଚାର । ଯେତେବେଳେ ଆମେ ଜଣେ ଜ୍ଞାନୀ ଏବଂ ପୁଣ୍ୟବାନ ବ୍ୟକ୍ତିଙ୍କ ପାଦ ଛୁଇଁ ଥାଉ . ତାଙ୍କର ସକାରାତ୍ମକ ଶକ୍ତି ଆମ ଶରୀରକୁ ପ୍ରବେଶ କରେ । କିନ୍ତୁ ଯେତେବେଳେ ଆମେ ଭୁଲ
ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରୁ , ସେତେବେଳେ ଆମର ମାନସିକ ଏବଂ ଆଧ୍ୟାତ୍ମିକ ଅବନତି ଘଟେ । ଶେଷରେ ମହାରାଜ ଶିକ୍ଷୟତ୍ରୀ ଙ୍କୁ ବୁଝାଇ କହିଥିଲେ ଯେ, ସମ୍ମାନ ସେହିମାନଙ୍କୁ ଦିଅନ୍ତୁ ଯିଏ ଏହାର ଯୋଗ୍ୟ । ମାତା, ପିତା, ଗୁରୁ ଏବଂ ସଚ୍ଚୋଟ ସନ୍ଥଙ୍କ ପାଦ ସ୍ପର୍ଶ କରିବା ଦ୍ୱାରା ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ । କିନ୍ତୁ ମିଥ୍ୟାଚାର ଏବଂ ସ୍ୱାର୍ଥର ବଶବର୍ତ୍ତୀ ହୋଇ କାହାର ପାଦ ଛୁଇଁବା ନିଜର ବ୍ୟକ୍ତିତ୍ୱ ଏବଂ ପୁଣ୍ୟକୁ ନଷ୍ଟ କରିବା ସହ ସମାନ । ତେଣୁ, ପାଦ ସ୍ପର୍ଶ କରିବା ପୂର୍ବରୁ ସାମ୍ନାରେ ଥିବା ବ୍ୟକ୍ତିର ଗୁଣ ଏବଂ ନିଜର ଭାବନା ପ୍ରତି ସଚେତନ ରହିବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/04/21-2026-01-04-12-01-07.jpg)