କନକବ୍ୟୁରୋ : ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି ଦିନ ସୂର୍ଯ୍ୟ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି । ଏହି ପ୍ରକ୍ରିୟାକୁ 'ସଂକ୍ରାନ୍ତି' କୁହାଯାଏ । ୨୦୨୬ ମସିହାରେ ମକର ସଂକ୍ରାନ୍ତି କେବେ ପାଳନ କରାଯିବ, ସେ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ।
ଏବେ ଆସନ୍ତୁ ଜାଣିବା ୨୦୨୬ ମସିହାରେ ମକର ସଂକ୍ରାନ୍ତିର ସଠିକ୍ ତାରିଖ, ସ୍ନାନ ଓ ଦାନର ଶୁଭ ମୁହୂର୍ତ୍ତ। ଜ୍ୟୋତିଷ ଶାସ୍ତ୍ର ଏବଂ ପଞ୍ଚାଙ୍ଗ ଅନୁସାରେ, ୨୦୨୬ ମସିହା ଜାନୁଆରୀ ୧୪ ତାରିଖ ରାତି ପ୍ରାୟ ୯ଟା ସମୟରେ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିବେ । ଯେହେତୁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ୧୪ ତାରିଖ ରାତିରେ ହେଉଛି, ତେଣୁ ଉଦୟ ତିଥି ଅନୁସାରେ ଜାନୁଆରୀ ୧୫, ୨୦୨୬ ଦିନ ମକର ସଂକ୍ରାନ୍ତି ପର୍ବ ପାଳନ କରାଯିବ । ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ସଂକ୍ରାନ୍ତି ହେଲେ ପରଦିନ ହିଁ ସ୍ନାନ ଓ ଦାନ ପାଇଁ ଶୁଭ ବୋଲି ବିବେଚନା କରାଯାଏ ।
ଏବେ ଜାଣନ୍ତୁ ସ୍ନାନ ଏବଂ ଦାନର ଶୁଭ ମୁହୂର୍ତ୍ତ:
ମକର ସଂକ୍ରାନ୍ତି ଦିନ ପୁଣ୍ୟକାଳରେ ସ୍ନାନ ଓ ଦାନ କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ମକର ସଂକ୍ରାନ୍ତି ପୁଣ୍ୟକାଳ: ଜାନୁଆରୀ ୧୫, ସକାଳ ୭:୧୫ ରୁ ସନ୍ଧ୍ୟା ୫:୪୫ ପର୍ଯ୍ୟନ୍ତ ।
ମହା ପୁଣ୍ୟକାଳ: ଜାନୁଆରୀ ୧୫, ସକାଳ ୭:୧୫ ରୁ ସକାଳ ୯:୦୦ ପର୍ଯ୍ୟନ୍ତ। , ଏହି ମହା ପୁଣ୍ୟକାଳ ସମୟରେ ଗଙ୍ଗା ବା କୌଣସି ପବିତ୍ର ନଦୀରେ ସ୍ନାନ କରି ଦାନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୁଏ ।
ଏବେ ଜାଣନ୍ତୁ ଏହି ସଂକ୍ରାନ୍ତିର ମହତ୍ତ୍ବ...
ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଦେବଙ୍କ 'ଉତ୍ତରାୟଣ' ଗତି ଆରମ୍ଭ ହୁଏ । ମାନ୍ୟତା ଅଛି ଯେ, ଉତ୍ତରାୟଣ ସମୟରେ ଦେବତାମାନଙ୍କର ଦିନ ଏବଂ ଦୈତ୍ୟମାନଙ୍କର ରାତି ହୋଇଥାଏ । ଏହି ଦିନଠାରୁ ଦିନ ବଡ଼ ହୁଏ ଏବଂ ରାତି ଛୋଟ ହେବାକୁ ଲାଗେ । ଶୀତ ଋତୁର ପ୍ରଭାବ ଧୀରେ ଧୀରେ କମି ବସନ୍ତର ଆଗମନ ହୁଏ । ଶାସ୍ତ୍ର ଅନୁସାରେ, ଏହି ଦିନ ଯିଏ ପ୍ରାଣତ୍ୟାଗ କରେ, ସେ ମୋକ୍ଷ ପ୍ରାପ୍ତି କରିଥାଏ , ମକର ସଂକ୍ରାନ୍ତିରେ ଦାନର ବିଶେଷ ଗୁରୁତ୍ୱ ରହିଛି ।
ବିନା ପ୍ରେସ୍କ୍ରିପ୍ସନରେ କିଣନ୍ତୁ ନାହିଁ କଫ୍ ସିରପ : ନିୟମକୁ କଡ଼ାକଡ଼ି କଲେ ସରକାର
ଏହି ଦିନ ବିଶେଷ କରି ରାଶି , ଗୁଡ଼, ଚାଉଳ, ଡାଲି ଏବଂ ଶୀତ ବସ୍ତ୍ର ଦାନ କରାଯାଏ। ଓଡ଼ିଶାରେ ଏହି ଦିନ 'ମକର ଚାଉଳ' ପ୍ରସ୍ତୁତ କରାଯାଇ ଭଗବାନଙ୍କୁ ଅର୍ପଣ କରାଯାଏ । ନୂଆ ଚାଉଳ, ଗୁଡ଼, କଦଳୀ, ନଡ଼ିଆ ଏବଂ ଛେନା ମିଶ୍ରିତ ଏହି ପ୍ରସାଦ ଅତି ସ୍ୱାଦିଷ୍ଟ ହୋଇଥାଏ । ଓଡ଼ିଶାରେ ମକର ସଂକ୍ରାନ୍ତି ଏକ ବଡ଼ ପର୍ବ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ 'ମକର ବେଶ'ରେ ସଜ୍ଜିତ କରାଯାଏ ଏବଂ ମକର ଚଉରାଶି ଭୋଗ ଲାଗି ହୁଏ । ଆଦିବାସୀ ସଂପ୍ରଦାୟରେ ମଧ୍ୟ ଏହି ପର୍ବକୁ ଅତି ଧୂମଧାମରେ ପାଳନ କରାଯାଏ । ଲୋକମାନେ ପରସ୍ପରକୁ 'ମକର' ବସନ୍ତି, ଯାହା ବନ୍ଧୁତାର ଏକ ନିଆରା ପରମ୍ପରା । ଏହାସହ ଗୁଡ଼ି ଉଡ଼ାଇବା ମଧ୍ୟ ଏହି ଦିନର ଏକ ମୁଖ୍ୟ ଆକର୍ଷଣ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/04/makar-sanskranti-2026-01-04-11-21-24.jpg)