Premanand-warns-students Photograph: (kanak news)
କନକ ବ୍ୟୁରୋ : ଆଜିକାଲି ସ୍କୁଲ ପିଲା କି କଲେଜ ପିଲା ହୁଅନ୍ତୁ କି ଅଫିସରେ କର୍ମଚାରୀ , ସବୁଠି ଦ୍ବିଅର୍ଥବୋଧକ ଶବ୍ଦ ବ୍ୟବହାର କରିବାରେ ସମସ୍ତେ ଯେପରି ମାହାରି ହୋଇଗଲେଣି । ପାଟିରୁ କିଛି ମଜା କଥା ବହାରିଲେ ସେଥିରେ ଶ୍ରୁତିକଟୁ କଥା ଟିକେ ଥିବ , ନହେଲେ କାହାରିକୁ ଯେମିତି ଭଲଲାଗୁନିଥିବ । ଅଶାଳୀନ ଭାଷାରେ ପରସ୍ପରକୁ ଥଟ୍ଟା ମଜା କରିବା ଗୋଟେ ଟ୍ରେଣ୍ଡ ହୋଇଗଲାଣି । କିନ୍ତୁ ଏହା ଯେ ଛାତ୍ର ସମାଜ ପାଇଁ ବିପଦ ଏବଂ ଏହା ଛାତ୍ରମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେବ, ଏଭଳି ଚେତାଇଛନ୍ତି ବୃନ୍ଦାବନର ସନ୍ଥ ପ୍ରେମାନନ୍ଦଜୀ ମହାରାଜ ।
ଏଭଳି ଏକ ପ୍ରଶ୍ନ ନେଇ ଜଣେ ବ୍ୟକ୍ତି ପହଞ୍ଚିଥିଲେ ମହାରାଜଙ୍କ ପାଖରେ । ସେ ପଚାରିଥିଲେ ସ୍କୁଲ କଲେଜମାନଙ୍କରେ ପିଲାମାନେ ଖରାପ ଭାଷାରେ ଗାଳିଗୁଲଜ କରିବା, ଭୁଲ ଶୈଳୀରେ ଥଟ୍ଟାକରିବା ଗୋଟେ ସାଧାରଣ କଥାରେ ପରିଥତ ହୋଇଗଲାଣି । ପିଲାଙ୍କଠାରେ ଏଭଳି ପରିବର୍ତ୍ତନ ବାପା, ମାଆଙ୍କୁ ଚିନ୍ତାରରେ ପକାଉଛି । ଏଭଳି ଏକ ବାପାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରେମାନନ୍ଦଜୀ ଏଭଳି ଉତ୍ତର ଦେଇଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଅଧିକ ପଢ଼ନ୍ତୁ--ଆଖିରେ ଲୁହ ଓ ମନରେ ଖୁସି ନେଇ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ବିରାଟ-ଅନୁଷ୍କା, ଜାଣନ୍ତୁ କ’ଣ ମିଳିଲା ମନ୍ତ୍ର !
ପିଲାଙ୍କଠାରେ ଏଭଳି ଅଭ୍ୟାସକୁ କଡ଼ା ନିନ୍ଦା କରି ପ୍ରେମାନନ୍ଦଜୀ କହିଛନ୍ତି, ଖରାପ ଭାଷା, ଖରାପ ଅଭ୍ୟାସ ପିଲାଙ୍କ ଖରାପ ଚରିତ୍ର କରିବାକୁ ଯଥେଷ୍ଟ । ଆଜିକାଲି କେବଳ ଗାଳି ଦେଇ କଥା କହିବାର ଟ୍ରେଣ୍ଡ ଚାଲିଛି । ଯାହା ଘୋର ନିନ୍ଦନୀୟ । ଲୋକେ ଭାବୁଛନ୍ତି ଗାଳି ନଦେଲେ କାମ ହେବନି । ହେଲେ ଏହା ପୂରା ଭୁଲ । ପାଟିରୁ ଖରାପ କଥା ବାହାର କରବା, ଖରାପ ବ୍ୟବହାର କରିବା ଆମ ସ୍ବଭାବକୁ ନଷ୍ଟ କରିଦିଏ । ବିଶେଷ କରି ଆଜିକା ଦିନରେ ମନୋରଞ୍ଜନ ନାଁରେ ବି ଖରାପ କଥା ବ୍ୟବହାର କରୁଛନ୍ତି । କମେଡିରେ ତ ନାହଇଁନଥିବା କଥା କୁହାଯାଉଛି । ଯାହାକୁ ଅନୁକରଣ କରୁଛନ୍ତି ସ୍କୁଲ କଲେଜ ପିଲା । ଏ ମନୋରଞ୍ଜନ ଆମ ମନକୁ ହାଲକା କରିବା ବଦଳରେ ଆମ ସ୍ବଭାବ ଖରାପ କରିଦେଉଛି ’ ।
ପ୍ରେମାନନ୍ଦ ମହାରାଜ କହିଥିଲେ, ଛାତ୍ର ଜୀବନ ଅତି ପବିତ୍ର , ଆଗକୁ ବଢ଼ିବାର ସମୟ । ଛାତ୍ର ଜୀବନ ଯେତିକି ଶୃଙ୍ଖଳିତ ଓ ସଯଂମୀ ହେବ ଭବିଷ୍ୟତ ସୁଖମୟ ହେବ ହେଲେ ଏଇ ସମୟ ପଥଚ୍ୟୁତ ହେଲେ ପୂରା ଭବିଷ୍ୟତ ଖରାପ ହୋଇଯିବ । ତେଣୁ ଛାତ୍ର ଜୀବନରେ ମନ ଓ ଇନ୍ଦିୟକୁ ନିୟନ୍ତ୍ରଣ କରି ପାଠପଢ଼ାରେ ମନ ଦେବା ଏକମାତ୍ର ବାଟ । ମହାରାଜ ପ୍ରେମାନନ୍ଦଜୀ ଶେଷରେ ଯୁବ ପିଢ଼ିକୁ ଖରାପ ଆଚରଣରୁ ଦୂରେଇ ରହିବାକୁ ଅନୁରୋଧ କରିବା ସହ କହିଛନ୍ତି ,ହାତ ଯୋଡ଼ି ଆମେ ପିଲାମାନଙ୍କୁ ନିଶା ଓ ବ୍ୟଭିଚାରରୁ ଦୂରେଇ ରହିବାକୁ ଅନୁରୋଧ କରୁଛୁ । ବଡ଼ମାନଙ୍କୁ ସମ୍ମାନ କର, ସମାଜରେ ନିଜକୁ ଜଣେ ଭଲ ବ୍ୟକ୍ତିତ୍ବ ଭାବେ ଗଢ଼ିବାକୁ ଚେଷ୍ଟା କର, ଏପରି କିଛି କରନାହିଁ, ଯେଉଁଥିରେ ସମାଜ କଳୁଷିତ ହେବ ।
Follow Us