ଉପାନ୍ତରେ ଭୁଶୁଡ଼ୁଛି ପ୍ରାକ୍ ଶିକ୍ଷା ! ପାଠ ପଢ଼ିବାକୁ ଏଠୁ ସେଠିକୁ ଧାଉଁଛନ୍ତି ଅଙ୍ଗନବାଡ଼ି ପିଲା, ଭଡ଼ା ଘରେ ବସି ପଢ଼ୁଛନ୍ତି ପାଠ

Advertisment

୧୦ ବର୍ଷ ତଳେ ନିର୍ମାଣ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ର ଆଜି ଭୁଷୁଡ଼ିବା ଅବସ୍ଥାରେ। କୋଠାର ଦୟନୀୟ ଅବସ୍ଥା ପାଇଁ ଅଭିଭାବକ ଭୟଭୀତ ହୋଇ ପିଲାଙ୍କୁ ଛାଡ଼ିଲେ ନାହିଁ। ସେଥିପାଇଁ କିଛି ଦିନ ନିକଟସ୍ଥ କୁରକୁଟି ଅଙ୍ଗନବାଡ଼ି କେନ୍ଦ୍ରରେ ୨ଟି କେନ୍ଦ୍ରର ପିଲା ମିଶି ପାଠ ପଢ଼ୁଥିଲେ। କିଛି ବର୍ଷ ପରେ ପିଲା ସଂଖ୍ୟା ବଢ଼ିଯିବାରୁ ଚିକିମା ଗାଁର ଏକ ଭଡ଼ା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ୭ ବର୍ଷ ହେଲାଣି ପିଲା ପାଠ ପଢ଼ିବାକୁ ଏଠୁ ସେଠିକି ଧାଉଁଛନ୍ତି।

୧୦ ବର୍ଷ ତଳେ ନିର୍ମାଣ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ର ଆଜି ଭୁଷୁଡ଼ିବା ଅବସ୍ଥାରେ। କୋଠାର ଦୟନୀୟ ଅବସ୍ଥା ପାଇଁ ଅଭିଭାବକ ଭୟଭୀତ ହୋଇ ପିଲାଙ୍କୁ ଛାଡ଼ିଲେ ନାହିଁ। ସେଥିପାଇଁ କିଛି ଦିନ ନିକଟସ୍ଥ କୁରକୁଟି ଅଙ୍ଗନବାଡ଼ି କେନ୍ଦ୍ରରେ ୨ଟି କେନ୍ଦ୍ରର ପିଲା ମିଶି ପାଠ ପଢ଼ୁଥିଲେ। କିଛି ବର୍ଷ ପରେ ପିଲା ସଂଖ୍ୟା ବଢ଼ିଯିବାରୁ ଚିକିମା ଗାଁର ଏକ ଭଡ଼ା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ୭ ବର୍ଷ ହେଲାଣି ପିଲା ପାଠ ପଢ଼ିବାକୁ ଏଠୁ ସେଠିକି ଧାଉଁଛନ୍ତି।

1a

କନକ ବ୍ୟୁରୋ : ସରକାର ବଦଳିଲେ, ଅଫିସର ବଦଳିଲେ କିନ୍ତୁ ବଦଳିଲା ନାହିଁ କୋରାପୁଟ ଚିକିମା ଅଙ୍ଗନବାଡ଼ି କେନ୍ଦ୍ରର ଭାଗ୍ୟ। ଭଡ଼ା ଘରେ ଚାଲିଛି କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢ଼ା। ନିଜସ୍ୱ ଘର ବୋଲି ନାହିଁ। ନିଜ ହାତରୁ ଭଡ଼ା ଦେଇ ପ୍ରାକ୍ ଶିକ୍ଷା ଯୋଗାଉଛନ୍ତି ଅଙ୍ଗନବାଡ଼ି କର୍ମୀ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ବୈପାରିଗୁଡ଼ା ବ୍ଲକର ଚିକିମା ଅଙ୍ଗନବାଡ଼ି କେନ୍ଦ୍ର । ୧୦ ବର୍ଷ ତଳେ ନିର୍ମାଣ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ର ଆଜି ଭୁଷୁଡ଼ିବା ଅବସ୍ଥାରେ। କୋଠାର ଦୟନୀୟ ଅବସ୍ଥା ପାଇଁ ଅଭିଭାବକ ଭୟଭୀତ ହୋଇ ପିଲାଙ୍କୁ ଛାଡ଼ିଲେ ନାହିଁ। ସେଥିପାଇଁ କିଛି ଦିନ ନିକଟସ୍ଥ କୁରକୁଟି ଅଙ୍ଗନବାଡ଼ି କେନ୍ଦ୍ରରେ ୨ଟି କେନ୍ଦ୍ରର ପିଲା ମିଶି ପାଠ ପଢ଼ୁଥିଲେ। କିଛି ବର୍ଷ ପରେ ପିଲା ସଂଖ୍ୟା ବଢ଼ିଯିବାରୁ ଚିକିମା ଗାଁର ଏକ ଭଡ଼ା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ୭ ବର୍ଷ ହେଲାଣି ପିଲା ପାଠ ପଢ଼ିବାକୁ ଏଠୁ ସେଠିକି ଧାଉଁଛନ୍ତି ।

ଅଧିକ ପଢ଼ନ୍ତୁ :  ଅଣ୍ଡା ପାଇଁ ଅଣ୍ଟୁନି ଟଙ୍କା: ଅଙ୍ଗନବାଡ଼ି କର୍ମୀଙ୍କୁ ଅଡୁଆ ମହଙ୍ଗା ଅଣ୍ଡା


 ଗୋଟିଏ କୋଠରୀ ବିଶିଷ୍ଟ ଏହି ଘରେ ପିଲା ପଢ଼ିବା ସହ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୁଏ। ନିଜ ହାତରୁ ଭଡ଼ା ଦେଇ ପିଲାଙ୍କୁ ଶିକ୍ଷା ଯୋଗାଉଛନ୍ତି ଅଙ୍ଗନବାଡ଼ି କର୍ମୀ। ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରାଯାଇଛି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ ଗାଁ ଲୋକ। କିନ୍ତୁ ସମସ୍ତେ ଯେମିତି କୋମଳମତି ଶିଶୁଙ୍କ ଭବିଷ୍ୟତ କଥା ଶୁଣିବାକୁ ନାରାଜ। ଆଉ ବିଡିଓ କହୁଛନ୍ତି, କେନ୍ଦ୍ର ନିର୍ମାଣ ପାଇଁ ଚିଠି ଆସିଛି କିନ୍ତୁ ଟଙ୍କା ଆସିନି। ଟଙ୍କା ଆସିଲେ ଗୃହ ନିର୍ମାଣ ଆରମ୍ଭ ହେବ। ପିଲାଙ୍କ ଭବିଷ୍ୟତ ସହ ଖେଳୁଛି କିଏ? ବାରମ୍ବାର ଗୁହାରି ସତ୍ତ୍ବେ ପ୍ରଶାସନ ନିରବ କାହିଁକି? ଏହା ଅବହେଳା ନା ଉଦାସୀନତା? ଭଡ଼ା ଘରେ ଶିଶୁଙ୍କ ସୁରକ୍ଷାର ଦାୟିତ୍ବ ନେବ କିଏ? ପିଲାଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଠାରୁ ଆରମ୍ଭ କରି ବହି, ପୋଷାକ ଭଳି ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ସରକାର କହୁଛନ୍ତି। ଏଠି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଆସୁଥିବା ଟଙ୍କା ଯାଉଛି କୁଆଡ଼େ? ତୁରନ୍ତ ସରକାର କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe