ପ୍ରୟାଗରାଜରେ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ: ପୋଖରୀରେ ପଡ଼ିଲା ବିମାନ, ପାଇଲଟଙ୍କ ଜୀବନ ବଞ୍ଚାଇଲେ ସାହସୀ ଛାତ୍ର

Advertisment

ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ପୋଖରୀ ମଧ୍ୟରେ ଖସିପଡ଼ିଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଗୌରବର ବିଷୟ ହେଉଛି ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଛାତ୍ରଙ୍କ ସାହସିକତା

ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ପୋଖରୀ ମଧ୍ୟରେ ଖସିପଡ଼ିଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଗୌରବର ବିଷୟ ହେଉଛି ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଛାତ୍ରଙ୍କ ସାହସିକତା

aircraft-crash

aircraft-crash Photograph: (Google)

କନକ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ପୋଖରୀ ମଧ୍ୟରେ ଖସିପଡ଼ିଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଗୌରବର ବିଷୟ ହେଉଛି ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଛାତ୍ରଙ୍କ ସାହସିକତା । ନିଜ ଜୀବନକୁ ପାଣି ଛଡ଼ାଇ ଏହି ଛାତ୍ରମାନେ ପୋଖରୀ ମଧ୍ୟକୁ ଡେଇଁ  ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସୂଚନାମୁତାବକ, ବିମାନରେ ଦୁଇ ପାଇଲଟ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ:  ରାଉରକେଲାରେ ବିମାନ ଦୁର୍ଘଟଣା ମାମଲା ; ଆଜି ପହଁଚିବେ ତଦନ୍ତକାରୀ ଟିମ୍

ଖବର ପାଇବା ମାତ୍ରେ ବାୟୁସେନାର ଏକ ଟିମ୍ ଏବଂ ଉଦ୍ଧାରକାରୀ ଦଳ ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପାଇଲଟଙ୍କୁ ତୁରନ୍ତ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବାୟୁସେନା ଅଧିକାରୀମାନେ ଛାତ୍ରମାନଙ୍କ ଏହି ନିସ୍ୱାର୍ଥପର ସେବା ଏବଂ ସାହସିକତାକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି ଯେ, ଯଦି ସଠିକ୍ ସମୟରେ ଏହି ପିଲାମାନେ ପାଇଲଟଙ୍କୁ ବାହାର କରି ନଥାନ୍ତେ, ତେବେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଥାନ୍ତା ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe