କନକ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ପୋଖରୀ ମଧ୍ୟରେ ଖସିପଡ଼ିଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଗୌରବର ବିଷୟ ହେଉଛି ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଛାତ୍ରଙ୍କ ସାହସିକତା । ନିଜ ଜୀବନକୁ ପାଣି ଛଡ଼ାଇ ଏହି ଛାତ୍ରମାନେ ପୋଖରୀ ମଧ୍ୟକୁ ଡେଇଁ  ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସୂଚନାମୁତାବକ, ବିମାନରେ ଦୁଇ ପାଇଲଟ ଉପସ୍ଥିତ ଥିଲେ ।

Advertisment

ଅଧିକ ପଢନ୍ତୁ:  ରାଉରକେଲାରେ ବିମାନ ଦୁର୍ଘଟଣା ମାମଲା ; ଆଜି ପହଁଚିବେ ତଦନ୍ତକାରୀ ଟିମ୍

ଖବର ପାଇବା ମାତ୍ରେ ବାୟୁସେନାର ଏକ ଟିମ୍ ଏବଂ ଉଦ୍ଧାରକାରୀ ଦଳ ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପାଇଲଟଙ୍କୁ ତୁରନ୍ତ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବାୟୁସେନା ଅଧିକାରୀମାନେ ଛାତ୍ରମାନଙ୍କ ଏହି ନିସ୍ୱାର୍ଥପର ସେବା ଏବଂ ସାହସିକତାକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି ଯେ, ଯଦି ସଠିକ୍ ସମୟରେ ଏହି ପିଲାମାନେ ପାଇଲଟଙ୍କୁ ବାହାର କରି ନଥାନ୍ତେ, ତେବେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଥାନ୍ତା ।