ମହାରାଷ୍ଟ୍ର ରାଜନୀତିରେ ମହାନାଟକ, କ୍ଷମତା ପାଇଁ ସିନ୍ଦେ ସେନା ଓ ରାଜ୍ ଠାକରେଙ୍କ ଏମଏନଏସ ମେଣ୍ଟ

Advertisment

୧୨୨ ସଦସ୍ୟ ବିଶିଷ୍ଟ କଲ୍ୟାଣ-ଡୋମ୍ବିଭଲି ପୌର ନିଗମ ନିର୍ବାଚନ (କେଡିଏମ୍‌ସି)ରେ ବିଜେପି ୫୦ ଆସନରେ ଜିତି ଚମତ୍କାର ପ୍ରଦର୍ଶନ କରିଥିଲା। ଏହାକୁ ସିନ୍ଦେ ଗଡ଼ କୁହାଯାଏ। ସିନ୍ଦେ ସେନା ଏଠାରେ ୫୩ ଆସନରେ ବିଜୟୀ ହୋଇଥିବା ବେଳେ ଏମ୍‌ଏନ୍‌ଏସ୍‌ ୫, ଉଦ୍ଧବ ଠାକ୍‌ରେଙ୍କ ସେନା ଗୋଷ୍ଠୀ ୧୧ ଆସନରେ ଜିତିଥିଲା। କେଡିଏମ୍‌ସିକୁ ଶାସନ କରିବାପାଇଁ କୌଣସି ଦଳ କିମ୍ବା ମେଣ୍ଟକୁ ୬୨ ସଂଖ୍ୟା ଆବଶ୍ୟକ।

୧୨୨ ସଦସ୍ୟ ବିଶିଷ୍ଟ କଲ୍ୟାଣ-ଡୋମ୍ବିଭଲି ପୌର ନିଗମ ନିର୍ବାଚନ (କେଡିଏମ୍‌ସି)ରେ ବିଜେପି ୫୦ ଆସନରେ ଜିତି ଚମତ୍କାର ପ୍ରଦର୍ଶନ କରିଥିଲା। ଏହାକୁ ସିନ୍ଦେ ଗଡ଼ କୁହାଯାଏ। ସିନ୍ଦେ ସେନା ଏଠାରେ ୫୩ ଆସନରେ ବିଜୟୀ ହୋଇଥିବା ବେଳେ ଏମ୍‌ଏନ୍‌ଏସ୍‌ ୫, ଉଦ୍ଧବ ଠାକ୍‌ରେଙ୍କ ସେନା ଗୋଷ୍ଠୀ ୧୧ ଆସନରେ ଜିତିଥିଲା। କେଡିଏମ୍‌ସିକୁ ଶାସନ କରିବାପାଇଁ କୌଣସି ଦଳ କିମ୍ବା ମେଣ୍ଟକୁ ୬୨ ସଂଖ୍ୟା ଆବଶ୍ୟକ।

21bbs_61_21012026_111

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିର ସର୍ବଦା ହଟଚମଟ ହେବା ରେକର୍ଡ ରହିଛି । ନିକଟରେ ପୌର ନିର୍ବାଚନ ଶେଷ ହେବାପରେ ଏବେ ମହାରାଷ୍ଟ୍ର ରାଜନୀତିରେ ଏକ ଚକିତକାରୀ ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ କେବଳ ମେଣ୍ଟ ପରିବର୍ତ୍ତନ ଦେଖାଦେଉଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଲ୍ୟାଣ-ଡୋମ୍ବିଭଲିରେ, ଯେଉଁଠାରେ ଏକନାଥ ସି‌ନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ରାଜ୍‌ ଠାକ୍‌ରେଙ୍କ ଏମ୍‌ଏନ୍‌ଏସ୍‌ ( ମହାରାଷ୍ଟ୍ର ନବନିର୍ମାଣ ସେନା‌) ସହ ମେଣ୍ଟ କରି ବିଜେପିର ମେୟର ପଦ ସୁରକ୍ଷିତ ରଖିବା ଆଶାକୁ ଧକ୍କା ଦେଇଛି । 

ଅଧିକ ପଢ଼ନ୍ତୁ : ଗୋଟିଏ ପରିବାର, ତିନୋଟି ଦଳ: ମହାରାଷ୍ଟ୍ର ପୌର ନିର୍ବାଚନରେ ବିରଳ ତିନିଟି ବିଜୟ

୧୨୨ ସଦସ୍ୟ ବିଶିଷ୍ଟ କଲ୍ୟାଣ-ଡୋମ୍ବିଭଲି ପୌର ନିଗମ ନିର୍ବାଚନ (କେଡିଏମ୍‌ସି)ରେ ବିଜେପି ୫୦ ଆସନରେ ଜିତି ଚମତ୍କାର ପ୍ରଦର୍ଶନ କରିଥିଲା। ଏହାକୁ ସିନ୍ଦେ ଗଡ଼ କୁହାଯାଏ। ସିନ୍ଦେ ସେନା ଏଠାରେ ୫୩ ଆସନରେ ବିଜୟୀ ହୋଇଥିବା ବେଳେ ଏମ୍‌ଏନ୍‌ଏସ୍‌ ୫, ଉଦ୍ଧବ ଠାକ୍‌ରେଙ୍କ ସେନା ଗୋଷ୍ଠୀ ୧୧ ଆସନରେ ଜିତିଥିଲା। କେଡିଏମ୍‌ସିକୁ ଶାସନ କରିବାପାଇଁ କୌଣସି ଦଳ କିମ୍ବା ମେଣ୍ଟକୁ ୬୨ ସଂଖ୍ୟା ଆବଶ୍ୟକ। ମହାରାଷ୍ଟ୍ରରେ ଶାସକ ମହାୟୁତିରେ ଶିବସେନା ଏବଂ ବିଜେପି ଏକାଠି ଥିଲେ ମଧ୍ୟ ୨ ଦଳ କଲ୍ୟାଣ-ଡୋମ୍ବିଭଲିରେ ମେୟର ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବୁଧବାର କୋଙ୍କଣ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସେନା ସାଂସଦ ଏବଂ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ରାଜ୍‌ ଠାକ୍‌ରେଙ୍କ ଦଳ ସହ ମେଣ୍ଟ ହୋଇଥିବା ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ପୂର୍ବତନ ଏମ୍‌ଏନ୍‌ଏସ୍‌ ବିଧାୟକ ପ୍ରମୋଦ (ରାଜୁ) ପାଟିଲ ଦଳର ୫ କର୍ପୋରେଟରଙ୍କ ପକ୍ଷରୁ ନିଷ୍ପତ୍ତି ଘୋଷଣା କରିଛନ୍ତି। 

ଅଧିକ ପଢ଼ନ୍ତୁ : ଯଦି ମୋତେ ଏକ ଶକ୍ତିଶାଳୀ ମହାରାଷ୍ଟ୍ର ପାଇଁ ଟ୍ରମ୍ପ୍‌ଙ୍କୁ ସମର୍ଥନ କରିବାକୁ ପଡ଼େ, ତେବେ ମୁଁ ତାହା କରିବି: ରାଜ ଠାକରେ

ଏହାଦ୍ବାରା ସିନ୍ଦେ ସେନା-ଏମ୍‌ଏନ୍‌ଏସ୍‌ ମେଣ୍ଟର ସଂଖ୍ୟା ୫୮କୁ ବୃଦ୍ଧି ପାଇଛି। ଉକ୍ତ ମେଣ୍ଟ ପାଖରେ ମାତ୍ର ୪ଟି ଆସନ କମ୍‌ ରହୁଛି। ମିଳିଥିବା ସୂଚନାନୁଯାୟୀ ଉଦ୍ଧବ ବାଲାସା‌ହେବ ଠାକ୍‌ରେ ଗୋଷ୍ଠୀର ଏଠାରେ ୧୧ କର୍ପୋରେଟଙ୍କ ମଧ୍ୟରୁ ଅଳ୍କ କିଛି ଜଣ ସିନ୍ଦେ ନେତୃତ୍ବାଧୀନ ଶିବସେନା ସହ ଯୋଗାଯୋଗରେ ଅଛନ୍ତି। ଉଲ୍ଲେଖଯୋଗ୍ୟ, ମେୟର ପଦ ପାଇଁ ଉଭୟ ବିଜେପି ଏବଂ ସିନ୍ଦେ ସେନା ମଧ୍ୟରେ ଅଢ଼େଇ ବର୍ଷିଆ କାର୍ୟ୍ୟକାଳ ନେଇ ବିଜେପି ଦାବି କରୁଥିବାବେଳେ ସିନ୍ଦେ ସେନା ଏବେ ଏକାକୀ ‌ପୌର ସଂସ୍ଥା ଉପରେ ନିଜର ଦଖଲ ରଖିବାକୁ ଚାହୁଛି। ‌ତେବେ ଆଉ କିଛିଦିନ ପରେ କଲ୍ୟାଣ ଡୋମ୍ବିଭଲିରେ ସ୍ଥିତି ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe