କନକ ବ୍ୟୁରୋ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ତାଙ୍କୁ ମହାରାଷ୍ଟ୍ରକୁ ସୁଦୃଢ଼ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଳି ନେତାଙ୍କୁ ସମର୍ଥନ କରିବାକୁ ପଡ଼େ ତେବେ ସେ ପଛକୁ ହଟିବେ ନାହିଁ। ଠାକରେ ସ୍ପଷ୍ଟ କରିଛନ୍ତି, ରାଜନୈତିକ ନମନୀୟତାର ଅର୍ଥ ବିଚାରଧାରା ସହିତ ସାଲିସ କରିବା ନୁହେଁ। ଠାକରେ କହିଛନ୍ତି, ତାଙ୍କର ପ୍ରାଥମିକତା ହେଉଛି ମରାଠୀ ଲୋକଙ୍କ କଲ୍ୟାଣ, ମରାଠୀ ଭାଷାର ସଂରକ୍ଷଣ ଏବଂ ବିକାଶ ତଥା ଏକ ଶକ୍ତିଶାଳୀ ମହାରାଷ୍ଟ୍ର। ଏକ ଉଦାହରଣ ଦେଇ ସେ କହିଛନ୍ତି, ଯଦି କୌଣସି ସ୍ଥାନରେ ପାଣି ପହଞ୍ଚାଇବାକୁ ପଡିବ, ତେବେ ଗ୍ରହଣ କରାଯାଉଥିବା ପଦ୍ଧତି ଯେକୌଣସି ବି ହୋଇପାରେ, କିନ୍ତୁ ଉଦ୍ଦେଶ୍ୟ ସ୍ପଷ୍ଟ ଏବଂ ପବିତ୍ର ହେବା ଜରୁରୀ। 

Advertisment

ଅଧିକ ପଢ଼ନ୍ତୁ :  ୨୦ ବର୍ଷ ପରେ ଏକାଠି ହେବେ ଦୁଇ ଭାଇ; ହାତ ମିଳାଇବେ ଉଦ୍ଧବ ଠାକର ,ରାଜ ଠାକରେ

ଠାକରେ ସମ୍ପ୍ରତି ତାଙ୍କ ଦାଦା ପୁଅ ତଥା ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ବିଏମ୍‌ସି ନିର୍ବାଚନ ପାଇଁ ମିଳିତ ହୋଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି, ଏହି ଏକତା କେବଳ ମରାଠୀ ପ୍ରସଙ୍ଗରେ ସୀମିତ। ଏହାକୁ ରାଜ୍ୟ କିମ୍ବା କେନ୍ଦ୍ରୀୟ ସ୍ତରରେ ଏକ ନିର୍ବାଚନୀ ମେଣ୍ଟ ଭାବରେ ବିବେଚନା କରିବା ଭୁଲ୍ ହେବ। ସେ କହିଛନ୍ତି, ନିର୍ବାଚନୀ ମେଣ୍ଟ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗ ।ରାଜ ଠାକରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି. ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ସତ୍ତ୍ୱେ,ସରକାର ଏଥିପାଇଁ ଗୋଟିଏ ଟଙ୍କା ମଧ୍ୟ ବ୍ୟୟବରାଦ କରିନାହାନ୍ତି। କିନ୍ତୁ ସଂସ୍କୃତ ପାଇଁ ବିପୁଳ ଖର୍ଚ୍ଚ ହେଉଛି।

ଅଧିକ ପଢ଼ନ୍ତୁ :  ହିନ୍ଦୁତ୍ୱ ପ୍ରସଙ୍ଗରେ ମୁହାଁମୁହିଁ ପରେ ମହାରାଷ୍ଟ୍ର ନେତାଙ୍କ ଅଯୋଧ୍ୟା ଗସ୍ତ । ୪ରେ ରାଜ ଠାକରେ, ୧୦ରେ ଆଦିତ୍ୟ ଠାକରେ ଯିବେ ରାମଙ୍କ ନଗରୀ ।

ଠାକରେ କହିଛନ୍ତି,ଆର୍ଥିକ ସହାୟତା ବିନା ଏକ ଭାଷା ବଞ୍ଚିପାରିବ ନାହିଁ। ସେ ଜୋର ଦେଇ କହିଛନ୍ତି, ମରାଠୀ ପରିଚୟ ଉପରେ ଏକ ଦୃଢ଼ ଆଭିମୁଖ୍ୟବଜାୟ ରଖିବେ। ଏଥିପାଇଁ ନିର୍ବାଚନ ହାରିଲେ ମଧ୍ୟ ତାଙ୍କର ଦୁଖ ନାହିଁ। ଏହା ତାଙ୍କ ପାଇଁ ଏକ ରାଜନୈତିକ ରଣନୀତି ନୁହେଁ ବରଂ ତାଙ୍କ ଦାଦା ଏବଂ ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେଙ୍କଠାରୁ ଉତ୍ତରାଧିକାରୀ ଭାବରେ ମିଳିଥିବା ଏକ ଗଭୀର ଆସ୍ଥା ବିଶ୍ୱାସ ରହିଛି। ନିଜକୁ ଜଣେ ସଚ୍ଚୋଟ ମରାଠୀ କହି ଠାକରେ ସୂଚିତ କରିଛନ୍ତି, ଏହି ପ୍ରସଙ୍ଗରେ କୌଣସି ସାଲିସ କରାଯିବ ନାହିଁ। ସେ କହିଛନ୍ତି ରାଜନୈତିକ ଲେବଲ୍ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ରାଜ୍ୟର ସ୍ୱାର୍ଥ ହିଁ ସର୍ବୋପରି।