ସଙ୍କଟରେ ଆଳୁ ଚାଷୀ  ; ଖର୍ଚ୍ଚ ଅନୁସାରେ ହେଉନି ଅମଳ

Advertisment

ଏ ଦୁରାବସ୍ଥା ହେଉଛି ଢେଙ୍କାନାଳ କାମାକ୍ଷାନଗର ଆଳୁ ଚାଷୀ ମାନଙ୍କର । ଚାଷ କରି ଯନ୍ତ୍ରଣା ଭୋଗୁଛି ଚାଷୀ ।  ଧାର କରଜ କରି ଚାଷୀ ଚାଷ କଲା । କିନ୍ତୁ ଖର୍ଚ୍ଚ ଅନୁସାରେ ଅମଳ ହେଲାନି ।

ଏ ଦୁରାବସ୍ଥା ହେଉଛି ଢେଙ୍କାନାଳ କାମାକ୍ଷାନଗର ଆଳୁ ଚାଷୀ ମାନଙ୍କର । ଚାଷ କରି ଯନ୍ତ୍ରଣା ଭୋଗୁଛି ଚାଷୀ ।  ଧାର କରଜ କରି ଚାଷୀ ଚାଷ କଲା । କିନ୍ତୁ ଖର୍ଚ୍ଚ ଅନୁସାରେ ଅମଳ ହେଲାନି ।

Potato farmers

Potato farmers Photograph: (kanak news)

କନକ ବ୍ୟୁରୋ :  ରାଜ୍ୟରେ ଆଳୁ ସଙ୍କଟ ରହିଥିବା ବେଳେ ଚାଷୀ ମାନେ ଆଳୁଚାଷ କରୁଛନ୍ତି । କିନ୍ତୁ ସେମାନଙ୍କୁ ସରକାରୀ ପ୍ରତ୍ସାହନ ମିଳୁନାହିଁ । ଖର୍ଚ୍ଚ ଅନୁସାରେ ଅମଳ ନାହିଁ, ଯେତିକି ଅମଳ ହେଲା ତାକୁ ସାଇତି ରଖିବାକୁ ବି ଜାଗା ନାହିଁ । ଶୀତଳ ଭଣ୍ଡାର ନଥିବାରୁ ଶାଗ ମାଛ ଦରରେ ଆଳୁ ବିକି ଚାଷୀ କ୍ଷତି ସହୁଛି । ଏ ଦୁରାବସ୍ଥା ହେଉଛି ଢେଙ୍କାନାଳ କାମାକ୍ଷାନଗର ଆଳୁ ଚାଷୀ ମାନଙ୍କର । ଚାଷ କରି ଯନ୍ତ୍ରଣା ଭୋଗୁଛି ଚାଷୀ ।  ଧାର କରଜ କରି ଚାଷୀ ଚାଷ କଲା । କିନ୍ତୁ ଖର୍ଚ୍ଚ ଅନୁସାରେ ଅମଳ ହେଲାନି । କୁହୁଡ଼ି ସାଙ୍ଗକୁ ପିମ୍ପୁଡ଼ିଆ ରୋଗ ଯୋଗୁଁ ଅଧା ଫସଲ ନଷ୍ଟ ହୋଇଗଲା । ଯେତିକି ଅମଳ ହୋଇଥିଲା ସିଏ ବି ନଷ୍ଟ ହେବା ଉପରେ । କାରଣ ଆଳୁ ସଂରକ୍ଷିତ ରଖିବାକୁ ଶୀତଳ ଭଣ୍ଡାର ନାହିଁ । 

ରାଜ୍ୟରେ ଆଳୁର ସଙ୍କଟ ରହିଛି । ଆଉ ଏଠି ଅମଳ ଆଳକୁ ସାଇତି ନରଖିପାରି ନଷ୍ଟ ହେବା ଆଶଙ୍କାରେ ଶାଗ ମାଛ ଦରରେ ବିକୁଛି ଚାଷୀ । ସରକାରୀ ସ୍ତରରେ କୃଷି ବିଭାଗ ତରଫରୁ କୌଣସି ପରାମର୍ଶ କି ଅନ୍ୟ କିଛି ସାହାଯ୍ୟ ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଲାଭ ତ’ ଛାଡ଼ ମୂଳ ଧନ ମିଳିବା ବି କଷ୍ଟକର ହୋଇପଡ଼ିଛି । ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଯଦି ଏମିତି ଅବ୍ୟବସ୍ଥା ତାହେଲେ ଅନ୍ୟ ଜିଲ୍ଲାର କ’ଣ ଅବସ୍ଥା ଥିବା କଳ୍ପନା କରିହେବ ନାହିଁ । ତୁରନ୍ତ ସମସ୍ୟାର ସମାଧାନ ନହେଲେ ଚାଷୀ ଆଳୁ ଚାଷ କରିବ ନାହିଁ ବୋଲି ଚେତାବନୀ ଦେଇଛି । ତୁରନ୍ତ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଅଦିକ ପଢ଼ନ୍ତୁ--ରାୟଗଡ଼ାରେ ବଢୁଛି ସଡ଼କ ଦୁର୍ଘଟଣା ; ଅକାଳରେ ଲିଭି ଯାଉଛି ଜୀବନ ଦୀପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe