କନକ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ବାସିନ୍ଦାଙ୍କ ୩୦ ବର୍ଷର ଦାବି ପୂରଣ କରିବେ ସରକାର । ଆଉ କିଛି ଦିନ ପରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବ ଶବ ବ୍ୟବଚ୍ଛେଦ । ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି ।
ଆଉ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ଭୁବନେଶ୍ୱର ଯିବାକୁ ପଡ଼ିବନି ପିପିଲିବାସୀଙ୍କୁ । କାରଣ ଆଉ କିଛି ଦିନ ପରେ ପିପିଲି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବ ଶବ ବ୍ୟବଚ୍ଛେଦ । ଲୋକଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ପିପିଲି ବିଧାୟକ ଅକ୍ଟୋବର ମାସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହା ଅନୁମୋଦିତ ହୋଇ ସ୍ୱଳ୍ପ ଦିନରେ କାର୍ଯ୍ୟକାରୀ ହେବାକୁ ଯାଉଛି ।
ଅଧିକ ପଢ଼ନ୍ତୁ : ଉପାନ୍ତରେ ଉଜୁଡ଼ା ସ୍ୱାସ୍ଥ୍ୟସେବା; ନାହାନ୍ତି ଆବଶ୍ୟକ କର୍ମଚାରୀ ! ରକ୍ତ ନମୁନା ରିପୋର୍ଟ ପ୍ରଦାନରେ ବିଳମ୍ବ
ପିପିଲିରେ ଶବ ବ୍ୟବଚ୍ଛେଦ ପାଇଁ ସୁବିଧା ନଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଭୁବନେଶ୍ୱର କ୍ୟାପଟାଲ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ଲୋକେ । ଯଦି ପହଞ୍ଚିବାରେ ବିଳମ୍ବ ହୁଏ, ପରଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି । ତେଣୁ ୩୦ ବର୍ଷ ଧରି ପିପିଲିରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରିବାକୁ ଦାବି ହୋଇ ଆସୁଥିଲା । ଯେଉଁଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି ।
ତେବେ ସରକାରଙ୍କ ଅନୁମୋଦନକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ୍ଣକୁ ଅପେକ୍ଷା କରିଛନ୍ତି ପିପିଲି ଡେଲାଙ୍ଗ ବାସୀ ଏବଂ ଏଥିପାଇଁ ସ୍ଥାନୀୟ ବିଧାୟକ ଓ ରାଜ୍ୟସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/29/post-mortem-2025-12-29-18-49-31.jpg)