କୁହୁଡି ସାଜୁଛି କାଳ: ଦେଖାଗଲାନି ରାସ୍ତା, ୪୦ରୁ ଅଧିକ ଗାଡି ଧକ୍କା

Advertisment

ନୋଏଡାରୁ ଆସିଛି ହୃଦୟବିଦାରକ ଘଟଣା । ଯେଉଁଠି ଜଣେ ଯୁବକ କାରରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ରାସ୍ତାଘାଟ କିଛି ନଦିଶିବାରୁ ଯୁବକଙ୍କ କାର ଗୋଟିଏ ବିଶାଳ ନାଳରେ ପଡିଯାଇଥିଲା । ଘନ ଅନ୍ଧକାର ଓ କୁହୁଡି ପାଇଁ ଗାଡି ଦୁର୍ଘଟଣାଗସ୍ତ ହେବା ସହ ଯୁବକ କାର ସହ ୭୦ଫୁଟ ଗଭୀର ପାଣିରେ ବୁଡିଯାଇଥିଲେ

ନୋଏଡାରୁ ଆସିଛି ହୃଦୟବିଦାରକ ଘଟଣା । ଯେଉଁଠି ଜଣେ ଯୁବକ କାରରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ରାସ୍ତାଘାଟ କିଛି ନଦିଶିବାରୁ ଯୁବକଙ୍କ କାର ଗୋଟିଏ ବିଶାଳ ନାଳରେ ପଡିଯାଇଥିଲା । ଘନ ଅନ୍ଧକାର ଓ କୁହୁଡି ପାଇଁ ଗାଡି ଦୁର୍ଘଟଣାଗସ୍ତ ହେବା ସହ ଯୁବକ କାର ସହ ୭୦ଫୁଟ ଗଭୀର ପାଣିରେ ବୁଡିଯାଇଥିଲେ

fog

Photograph: (social media)

କନକ ବ୍ୟୁରୋ: କୁହୁଡି ନେଉଛି ଜୀବନ । ସଡ଼କ ଦୁର୍ଘଟଣାରେ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି । ନୋଏଡାରୁ ଆସିଛି ହୃଦୟବିଦାରକ ଘଟଣା । ଯେଉଁଠି ଜଣେ ଯୁବକ କାରରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ରାସ୍ତାଘାଟ କିଛି ନଦିଶିବାରୁ ଯୁବକଙ୍କ କାର ଗୋଟିଏ ବିଶାଳ ନାଳରେ ପଡିଯାଇଥିଲା । ଘନ ଅନ୍ଧକାର ଓ କୁହୁଡି ପାଇଁ ଗାଡି ଦୁର୍ଘଟଣାଗସ୍ତ ହେବା ସହ ଯୁବକ କାର ସହ ୭୦ଫୁଟ ଗଭୀର ପାଣିରେ ବୁଡିଯାଇଥିଲେ । ଅଧରାତିରେ ଏଭଳି ଘଟଣା ଘଟିବାରୁ ଆଖପାଖରେ କୌଣସି ସାହାଯ୍ୟ ପାଇନଥିଲେ  । ତେବେ କୌଣସି ଭାବେ ଏସଡିଆରଏଫ ଟିମ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଆହୁରି ପଢ଼ନ୍ତୁ... ମୌନୀ ଅମାବାସ୍ୟାରେ ମାଘମେଳାରେ ଭକ୍ତଙ୍କ ଭିଡ଼, ୧ କୋଟିରୁ ଊର୍ଦ୍ଧ୍ବ ଲୋକ ସଙ୍ଗମରେ ବୁଡ଼ ପକାଇଲେ

ତେବେ ଉଦ୍ଧାର ବେଳକୁ ଯୁବକ ଯୁବରାଜଙ୍କ ମୃତ୍ୟୁ ହୋଇସାରିଥିଲା । ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ କୁହୁଡ଼ି ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ସପ୍ତାହ ପାଇଁ ଉତ୍ତର-ପଶ୍ଚିମ ଭାରତରେ ଥଣ୍ଡା ଲହରୀ ସମ୍ଭାବନା ନାହିଁ, କିନ୍ତୁ ଘନ କୁହୁଡ଼ି ଏବଂ ଥଣ୍ଡା ଜାରି ରହିବ। କିଛି ଅଞ୍ଚଳରେ ହାଲୁକା ବର୍ଷା ଓ ତୁଷାରପାତ ମଧ୍ୟ ହୋଇପାରେ। ଶନିବାର ଉତ୍ତର ପ୍ରଦେଶରେ ଋତୁର ସବୁଠାରୁ ଘନ କୁହୁଡ଼ି ଅନୁଭୂତ ହୋଇଛି। ଯାହା ଫଳରେ ଅନେକ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଘଟିଛି। ବିଭିନ୍ନ ସ୍ଥାନରେ ୪୦ ରୁ ଅଧିକ ଯାନବାହନ ଧକ୍କା ହୋଇଥିବାବେଳେ ସାତ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଦେଢ଼ ବର୍ଷର ଶିଶୁକନ୍ୟା ମଧ୍ୟ ଅଛନ୍ତି। ଦୁର୍ଘଟଣାରେ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ରିପୋର୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe