କନକବ୍ୟୁରୋ : ଘନ କୁହୁଡ଼ି ପାଇଁ ଓଲଟିଲା ପରିବା ଗାଡ଼ି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜାଡିହ ନିକଟରେ ଓଲଟି ପଡିଛି ଟ୍ରକ। ଘନ କୁହୁଡି ପାଇଁ ଆଜି ସକାଳୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି । କଟକରୁ ବିଭିନ୍ନ ପନିପରିବା ବୋଝେଇ କରି କାମାକ୍ଷାନଗର ସାପ୍ତାହିକ ହାଟକୁ ଆସୁଥିବା ବେଳେ ଓଲଟି ପଡିଛି । ଗାଡ଼ିରେ ଲୋକଙ୍କର କିଛି ହୋଇନଥିବା ବେଳେ ରାସ୍ତାରେ ଗଡୁଛି ପରିବା । ସେପଟେ କୁହୁଡ଼ି ଯୋଗୁଁ ବଢୁଛି ଦୁର୍ଘଟଣା । ବାଲେଶ୍ବର ଜିଲ୍ଲାରେ ବସ୍ତା ଅଞ୍ଚଳରେ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ।
କଣ୍ଟେନରକୁ ପଛପଟୁ ଧକ୍କା ଦେଇଛି ଆଉ ଏକ କଣ୍ଟେନର । କ୍ୟାବିନରେ ଚାପି ହୋଇ ଡ୍ରାଇଭର ଗୁରୁତର ହୋଇଛନ୍ତି । ଜଳେଶ୍ୱର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି । ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/02/03/HlT5e67MFcyby7UOhqC6.jpg)