କୁନି ପୁଅକୁ କଷ୍ଟ ଦେଉଛି କ୍ୟାନ୍ସର ; କାନ୍ଦୁଛି ମା’ ନେହୁରା ହେଉଛନ୍ତି ବାପା

ନବମ ଶ୍ରେଣୀର ଶୁଭମ ୫ ବର୍ଷ ତଳେ ଛାତରୁ ପଡ଼ିବାଯିବା ପରେ ବାମ ଗୋଡ଼ଟି ମାଡ଼ ହୋଇଥିଲା । ଔଷଧ ଖାଇ ଭଲ ହୋଇଥିଲେ ବି ଗତ ୩ ମାସ ପୂର୍ବେ ଯନ୍ତ୍ରଣା ଅନୁଭବ କରିବାରୁ କଟକରେ ଦେଖାଇଥିଲେ ପରିବାର ଲୋକେ । ଆଉ ତା'ପରେ...

MOTHER FOR SON

MOTHER FOR SON Photograph: (Kanak news)

କନକ ବ୍ୟୁରୋ: ବେଳେ ବେଳେ ଦଇବର ଦାରୁଣତାରୁ କେହି ବାଦ୍ ପଡ଼ନ୍ତନି । ପିଲାଠୁ ବୁଢ଼ା ସଭିଏଁ ଦୁଃଖର ଦୋ’ଛକିରେ ଛନ୍ଦି ହୋଇଯାଆନ୍ତି । ଠିକ୍ ସେମିତି ନିୟତିର ଏକ ନିଷ୍ଠୁରତାର ଖବର ନିଶ୍ଚିନ୍ତକୋଇଲିରୁ ଆସିଛି, ଯାହାକୁ ଜାଣିଲେ ଆପଣଙ୍କ ଆଖି ବି ଓଦା ଓଦା ହୋଇଯିବ । ଶୁଭମ ମଲ୍ଲିକ ,ବୟସ ମାତ୍ର ୧୩ ବର୍ଷ । ଆଜି ସେ କ୍ୟାନ୍ସର ରୋଗରେ ଶଯ୍ୟାଶାୟୀ । ବାପା କାଳନ୍ଦୀ ମଲ୍ଲିକ ମୂଲଲାଗି ଯାହା ରୋଜଗାର କରନ୍ତି ସେଥିରେ ପରିବାରର ୪ ପ୍ରାଣୀଙ୍କ ପେଟରେ ଦାନା ପଡ଼େ । ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗା କୁଡ଼ିଆ ସାହା ଭରସା ଥିବାବେଳେ ଏବେ ପୁଅକୁ କର୍କଟ କବଳିତ କରି କରି ଚାଲିଛି । 

ନବମ ଶ୍ରେଣୀର ଶୁଭମ ୫ ବର୍ଷ ତଳେ ଛାତରୁ ପଡ଼ିବାଯିବା ପରେ ବାମ ଗୋଡ଼ଟି ମାଡ଼ ହୋଇଥିଲା । ଔଷଧ ଖାଇ ଭଲ ହୋଇଥିଲେ ବି ଗତ ୩ ମାସ ପୂର୍ବେ ଯନ୍ତ୍ରଣା ଅନୁଭବ କରିବାରୁ କଟକରେ ଦେଖାଇଥିଲେ ପରିବାର ଲୋକେ । ପରେ ପୁଅକୁ କ୍ୟାନ୍ସର ହୋଇଥିବା ଜାଣିବାକୁ ପାଇବା ପରେ ପରିବାର ଆଖିରେ ଏବେ ଲୁହ ଲହଡ଼ି ଭାଙ୍ଗୁଛି ।

ଅଧିକ ପଢ଼ନ୍ତୁ--ଯନ୍ତ୍ରଣା ଭୋଗୁଛି ବରଗଡ଼ ଧନୁଯାତ୍ରାର ଯମୁନା, ଜରାଜୀର୍ଣ୍ଣ ଐତିହାସିକ ଜୀରା ନଦୀ

ବୋଝ ଉପରେ ନଳିତା ବିଡ଼ା ଭଳି ଏବେ କୁନି ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯେଉଁଠି ଭଲସେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ, ସେଠି ପୁଅର ଚିକିତ୍ସା କରିବେ କେମିତି? ସେଥିପାଇଁ ସରକାର ସହାୟତା କରନ୍ତୁ ବୋଲି ନେହୁରା ହେଛନ୍ତି ସମ୍ପର୍କୀୟ । ଆପଣ ଯଦି କୁନି ପୁଅ ଶୁଭମ ମୁହଁରେ ହସ ଫୁଟାଇବାକୁ ଚାହାନ୍ତି ତେବେ ଠିକଣା ଲେଖି ରଖନ୍ତୁ…

ନାମ-କାଳନ୍ଦୀ ମଲ୍ଲିକ
ଗ୍ରାମ- ରାମେଶ୍ବରପୁର
ବ୍ୟାଙ୍କ୍ ଆକାଉଣ୍ଟ ନଂ-16660100011756
IFSC CODE :UCBA0001666 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe