କନକ ବ୍ୟୁରୋ: ଶସ୍ତା ହେବ କ୍ୟାନସର ଔଷଧ। କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ କରିଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ଆଲୋଚନା ହୋଇଛି। ସରକାରଙ୍କ ଏହି ବଡ ନିଷ୍ପତ୍ତି ଦ୍ୱାରା କ୍ୟାନସର ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ । 

Advertisment

ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମ ଉପରେ ଜିଏସଟି ଦରକୁ ୧୮ ପ୍ରତିଶତରୁ କମ କରିବା ଉପରେ ସହମତି ପ୍ରକାଶ ପାଇଛି । କିନ୍ତୁ ଏହା ଉପରେ ଜିଏସଟିର ପରବର୍ତ୍ତୀ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯିବ । କାର୍ ସିଟ୍ ଉପରେ ଜିଏସ୍ ଟି ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି  ହେଲିକପ୍ଟର ଯୋଗେ ତୀର୍ଥଯାତ୍ରା ମଧ୍ୟ ଶସ୍ତା ହେବ । ହେଲିକପ୍ଟର ମାଧ୍ୟମରେ ତୀର୍ଥଯାତ୍ରା ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦାବିକୁ ଜିଏସଟି କାଉନସିଲ ଗ୍ରହଣ କରିଛି ।