ଡାଳିମ୍ବ ଜୁସ୍‌ର ଚମତ୍କାରୀ ଫାଇଦା; ପିଇଲେ ପାଖ ମାଡ଼ିବନି କୌଣସି ରୋଗ !

Advertisment

ଡାକ୍ତରମାନେ ମଧ୍ୟ ସବୁବେଳେ ଫଳମୂଳ ଖାଇବାକୁ ପରାମର୍ଶ ଦିଅନ୍ତି । ସବୁ ଫଳମୂଳ ମଧ୍ୟରେ ଡାଳିମ୍ବ ହେଉଛି ବହୁତ ସ୍ୱତନ୍ତ୍ର, କାରଣ ଏହା ଏପରି ଏକ ଫଳ ଯାହା ହିତକର ଗୁଣରେ ଭରପୂର । ବିଶେଷଜ୍ଞଙ୍କ ମତରେ, ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ୍ ଡାଳିମ୍ବ ଜୁସ୍ ପିଅନ୍ତି, ତେବେ ଏହା ଆପଣଙ୍କ ଶରୀର ପାଇଁ ଅମୃତ ସମାନ କାମ କରେ ।

ଡାକ୍ତରମାନେ ମଧ୍ୟ ସବୁବେଳେ ଫଳମୂଳ ଖାଇବାକୁ ପରାମର୍ଶ ଦିଅନ୍ତି । ସବୁ ଫଳମୂଳ ମଧ୍ୟରେ ଡାଳିମ୍ବ ହେଉଛି ବହୁତ ସ୍ୱତନ୍ତ୍ର, କାରଣ ଏହା ଏପରି ଏକ ଫଳ ଯାହା ହିତକର ଗୁଣରେ ଭରପୂର । ବିଶେଷଜ୍ଞଙ୍କ ମତରେ, ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ୍ ଡାଳିମ୍ବ ଜୁସ୍ ପିଅନ୍ତି, ତେବେ ଏହା ଆପଣଙ୍କ ଶରୀର ପାଇଁ ଅମୃତ ସମାନ କାମ କରେ ।

pomegranate juice

pomegranate juice Photograph: (kanak news)

କନକ ବ୍ୟୁରୋ : ସୁସ୍ଥ ଶରୀର ପାଇଁ ଫଳମୂଳ ଖାଇବା ନିହାତି ଜରୁରୀ । ଡାକ୍ତରମାନେ ମଧ୍ୟ ସବୁବେଳେ ଫଳମୂଳ ଖାଇବାକୁ ପରାମର୍ଶ ଦିଅନ୍ତି । ସବୁ ଫଳମୂଳ ମଧ୍ୟରେ ଡାଳିମ୍ବ ହେଉଛି ବହୁତ ସ୍ୱତନ୍ତ୍ର, କାରଣ ଏହା ଏପରି ଏକ ଫଳ ଯାହା ହିତକର ଗୁଣରେ ଭରପୂର । ବିଶେଷଜ୍ଞଙ୍କ ମତରେ, ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ୍ ଡାଳିମ୍ବ ଜୁସ୍ ପିଅନ୍ତି, ତେବେ ଏହା ଆପଣଙ୍କ ଶରୀର ପାଇଁ ଅମୃତ ସମାନ କାମ କରେ । ଏହା କେବଳ ରକ୍ତ ବଢାଏ ନାହିଁ, ବରଂ ହୃଦୟକୁ ମଧ୍ୟ ସୁସ୍ଥ ରଖେ ।  ଆସନ୍ତୁ ଜାଣିବା ଏହାର ଚମତ୍କାରୀ ଫାଇଦା ଏବଂ କିଛି ସତର୍କତା ବିଷୟରେ ।

ରକ୍ତହୀନତା ଦୂର କରେ

ଡାଳିମ୍ବରେ ପ୍ରଚୁର ମାତ୍ରାରେ ଆଇରନ୍ (Iron) ରହିଥାଏ । ଯେଉଁମାନଙ୍କ ଶରୀରରେ ରକ୍ତର ଅଭାବ ବା ହେମୋଗ୍ଲୋବିନ୍ କମ୍ ଥାଏ, ସେମାନଙ୍କ ପାଇଁ ଡାଳିମ୍ବ ଜୁସ୍ ରାମବାଣ ସଦୃଶ । ନିୟମିତ ଏହାକୁ ପିଇଲେ ଆନିମିଆ ଭଳି ସମସ୍ୟା ଦୂର ହୁଏ ।

ଅଧିକ ପଢ଼ନ୍ତୁ--ଭାରି ଉପକାରୀ ମଟର ଚୋପା;ଫାଇଦା ଜାଣିଲେ ଆଉ ଫୋପାଡ଼ିବେନି

ହୃଦୟ ପାଇଁ ହିତକାରକ

ଡାଳିମ୍ବ ଜୁସ୍ ହୃଦଘାତ ଆଶଙ୍କା କମାଇଥାଏ । ଏହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ସହ ରକ୍ତଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ । ଏହା ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ।

ତ୍ୱଚାରେ ଚମକ ଆଣେ

ଯଦି ଆପଣ ସୁନ୍ଦର ଏବଂ ଚମକଦାର ତ୍ୱଚା ଚାହୁଛନ୍ତି, ତେବେ ଖାଲି ପେଟରେ ଡାଳିମ୍ବ ଜୁସ୍ ପିଅନ୍ତୁ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଭିଟାମିନ୍ ‘ସି’ ଚେହେରାରୁ ବୟସର ଛାପ ଦୂର କରେ ଏବଂ ବ୍ରଣ ସମସ୍ୟାରୁ ମୁକ୍ତି ଦିଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି

ବର୍ତ୍ତମାନ ସମୟରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ନିହାତି ଆବଶ୍ୟକ। ଡାଳିମ୍ବ ଜୁସ୍ ଶରୀରକୁ ବିଭିନ୍ନ ଭାଇରସ ସହ ଲଢିବାକୁ ଶକ୍ତି ଯୋଗାଏ । ଡାଳିମ୍ବ ଜୁସ୍ ପିଇବା ଲାଭଦାୟକ ହେଲେ ମଧ୍ୟ କିଛି ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ଯେମିତିକି , ଜୁସ୍ ପ୍ରସ୍ତୁତ କରିବା ସମୟରେ ଏଥିରେ ଅଲଗା ଚିନି ମିଶାନ୍ତୁ ନାହିଁ । ପ୍ରାକୃତିକ ସ୍ୱାଦ ସ୍ୱାସ୍ଥ୍ୟ ପାଇଁ ଭଲ । ଯଦି ଆପଣ ଡାଇବେଟିସ୍ ବା ମଧୁମେହ ରୋଗୀ, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ସୀମିତ ମାତ୍ରାରେ ପିଅନ୍ତୁ । ପ୍ୟାକେଟ୍ ଜୁସ୍ ବଦଳରେ ଘରେ ତିଆରି ସତେଜ ଡାଳିମ୍ବ ଜୁସ୍ ପିଇବାକୁ ଚେଷ୍ଟା କରନ୍ତୁ । ତେବେ ସୁସ୍ଥ ଜୀବନଶୈଳୀ ପାଇଁ ଆଜିଠାରୁ ହିଁ ନିଜ ଖାଦ୍ୟ ତାଲିକାରେ ଡାଳିମ୍ବ ଜୁସ୍‌କୁ ସାମିଲ କରନ୍ତୁ । କିନ୍ତୁ ଶାରିରୀକ ସମସ୍ୟା ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରି ଘରୋଇ ଉପଚାର ଆପଣାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe