Photograph: (KANAKNEWS)
କନକବ୍ୟୁରୋ : ଦିଲ୍ଲୀରେ ଶୀତ ଅବକାଶ ଓ ପ୍ରଦୂଷଣ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି । ଦିଲ୍ଲୀରେ ଘନ କୁହୁଡ଼ି ଓ ଭୟଙ୍କର ବାୟୁ ପ୍ରଦୂଷଣ ଯୋଗୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ଆଶଙ୍କା ଦେଖାଦେଇଛି । ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ ପ୍ରୟୋଗ ହେବାରୁ ନର୍ସରୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଅଫଲାଇନ୍ କ୍ଲାସ୍ ବନ୍ଦ ଥିଲା ଏବଂ ହାଇବ୍ରିଡ୍ ମୋଡ୍ରେ ପାଠ ଚାଲିଥିଲା ।
କିନ୍ତୁ ବାୟୁ ଗୁଣବତ୍ତାରେ ଉନ୍ନତି ହେବାରୁ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଷଷ୍ଠରୁ ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ସ୍କୁଲ୍ ଯିବାକୁ ପଡ଼ିବ। ଏହା ସହିତ ଦିଲ୍ଲୀର ସମସ୍ତ ସ୍କୁଲ୍ରେ ଶୀତ ଅବକାଶ ଜାନୁଆରି ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରହିବ। ସରକାର ସ୍କୁଲଗୁଡ଼ିକରେ ୧୦ ହଜାର ଏୟାର ପ୍ୟୁରିଫାୟର ବଣ୍ଟନ କରି ଛାତ୍ରମାନଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ ଜାରି ରଖିଛନ୍ତି ।
ଏହି ନିଷ୍ପତ୍ତି ପ୍ରଦୂଷଣ ନିୟନ୍ତ୍ରଣ ଓ ଶିକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ଉତ୍ତର ପ୍ରଦେଶରେ ଏବେ ଶୀତ ଓ ପ୍ରଦୂଷଣ ବୃଦ୍ଧି ପାଇଛି । ଏହି କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସ୍କୁରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ୧ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି।
ବାୟୁ ପ୍ରଦୂଷଣ
ଦିଲ୍ଲୀ ପରେ ଉତ୍ତରପ୍ରଦେଶ..
ଦିଲ୍ଲୀରେ ଷଷ୍ଠରୁ ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ୍ ଯିବାକୁ ପଡ଼ିବ
ସରକାର ୧୦, ୦୦୦ ଏୟାର ପ୍ୟୁରିଫାୟର ବଣ୍ଟନ କରି ସ୍କୁଲ୍ ପରିବେଶକୁ ସୁରକ୍ଷିତ କରୁଛନ୍ତି
ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ବାୟୁ ଗୁଣବତ୍ତା ପ୍ରଭାବିତ
ଅଧିକ ଥଣ୍ଡା ଓ ବାୟୁ ପ୍ରଦୂଷଣ ପାଇଁ ବନ୍ଦ ହେଲା ସ୍କୁଲ
ସମସ୍ତ ସ୍କୁଲ୍ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧ ଜାନୁଆରି ପର୍ଯ୍ୟନ୍ତ ବନ୍ଦ
ମେରଠରେ ୧୩ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗିଛି
ଆଗ୍ରା, ପ୍ରୟାଗରାଜ, କାନପୁର ସମେତ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ଶୂନ
ରାଜ୍ୟରେ ଟ୍ରେନ୍, ବସ୍ ଓ ବିମାନ ଯାତ୍ରା ପ୍ରଭାବିତ ହୋଇଛି
--
Follow Us