କନକ ବ୍ୟୁରୋ : ପ୍ରଦୂଷଣ ବଢ଼ିବା ପରେ ବାଲେଶ୍ୱରରେ ଲାଗିଛି କଟକଣା । ବାଲେଶ୍ୱର ପୌରପାଳିକା ଓ ଅନ୍ୟ ଏଏନଏସି ମ୍ୟୁନିସିପାଲଟି ପାଇଁ ପ୍ରଦୂଷଣ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଲଗାତର ଏକ୍ୟୁଆଇ ବୃଦ୍ଧିକୁ ନେଇ ଜିଲ୍ଲାପାଳ ଗାଇଡ୍ଲାଇନ ଜାରି କରିଛନ୍ତି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ ପାଇଁ ଏନଏଚଏଏଆଇକୁ ନିର୍ଦ୍ଦେଶ ହୋଇଛି ।
ସେହିପରି ଖୋଲାରେ ଆବର୍ଜନା ପୋଡ଼ିବା ଓ ଢାବାରେ କୋଇଲା ରୋଷେଇକୁ ବାରଣ କରାଯାଇଛି । ଏହାସହ ସହର ଭିତରେ ଭାରିଯାନ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ଆଗାମୀ ୭ ଦିନ ପାଇଁ ଗାଇଡ୍ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ବିଏନଏସଏସ ଧାରା-୧୬୩(୨) ଅନୁଯାୟୀ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ : ଚିନ୍ତା ବଢ଼ାଇଲାଣି ବାୟୁ ପ୍ରଦୂଷଣ : ଦେଶର ପ୍ରଦୂଷିତ ସହର ତାଲିକା ଶୀର୍ଷରେ ତାଳଚେର
ବାଲେଶ୍ୱର ପୌରପାଳିକା, ଏନଏସି ଓ ମ୍ୟୁନିସିପାଲଟି ୭ ଦିନ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ପ୍ରତିଦିନ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ସୀମାଭିତରେ ଭଙ୍ଗାରୁଜା ଓ ମାଟି କାମ ସଂପୂର୍ଣ୍ଣ ଭାବେ ନିଷିଦ୍ଧ । ସମସ୍ତ ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ପକାଯିବ । ବାଲେଶ୍ୱର ସହର ଓ ଅନ୍ୟ ୟୁଏଲବି ଅଞ୍ଚଳରେ ଭାରୀ ଟ୍ରକ୍ ପ୍ରବେଶ କଟକଣା । ଆବର୍ଜନା ଖୋଲା ଜଳାଇବା, ଢାବାରେ କୋଇଲା ଜଳାଇବା ସଂପୂର୍ଣ୍ଣ ନିଷିଦ୍ଧ । ବିନା ଅନୁମତିରେ ଇଟାଭାଟି ଚାଲିବ ନାହିଁ ।ଉପଜିଲ୍ଲାପାଳ, ବାଲେଶ୍ୱର ଓ ନୀଳଗିରି ପକ୍ଷରୁ ପ୍ରତିଦିନ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/05/pollution-2026-01-05-19-42-39.jpg)