ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡ ଲାଇନକୁ ଫୁ, କଟକଣା ସତ୍ବେ ଟୁଇନ ସିଟିରେ ଫୁଟିଲା ବାଣ

ଧୂଆଁମୟ ହୋଇଗଲା ପୁରା ଭୁବନେଶ୍ବର । ଅତ୍ୟନ୍ତ ଖରାପ ହେଲା ବାୟୁର ମାନ ।

ବାଣ ଫୁଟା କଟକଣାକୁ ଫୁ..

ବାଣ ଫୁଟା କଟକଣାକୁ ଫୁ.. Photograph: (KanaNews)

କନକ ବ୍ୟୁରୋ:  ଫୁଟିଲା ବାଣି, ବଢିଲା ପ୍ରଦୂଷଣ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡ ଲାଇନକୁ ଫୁ । କଟକଣା ସତ୍ବେ ଟୁଇନ ସିଟିରେ ଫୁଟିଲା ବାଣ । ଧୂଆଁମୟ ହୋଇଗଲା ପୁରା ଭୁବନେଶ୍ବର । କଟକ ଭୁବନେଶ୍ବରରେ ରାତି ୭ଟାରୁ ୯ଟା ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଥିଲା ଅନୁମତି । ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନର ଚେତାବନୀ ସତ୍ବେ ମାନିଲେନି ଲୋକେ । ଭୁବନେଶ୍ବରର କିଛି ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୬୦୦ ଟପିଛି ।  

ଖାଲି ରାଜଧାନୀ ଭୁବନେଶ୍ବର ନୁହେଁ କି କଟକ ନୁହେଁ, ବାଣ ଯୋଗୁଁ ସୃଷ୍ଟି ହୋଇଥିବା ଏହି ପ୍ରଦୂଷଣ ପାଖ ଅଞ୍ଚଳକୁ ମଧ୍ୟ ବ୍ୟାପିଛି । ଏହି ଦୃଶ୍ୟକୁ ଦେଖନ୍ତୁ କିପରି ଭୁବନେଶ୍ବର-କଟକ ରୋଡ ଧୂଆଁମୟ ହୋଇଯାଇଥିଲା ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe