କନକ ବ୍ୟୁରୋ: ଫୁଟିଲା ବାଣି, ବଢିଲା ପ୍ରଦୂଷଣ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡ ଲାଇନକୁ ଫୁ । କଟକଣା ସତ୍ବେ ଟୁଇନ ସିଟିରେ ଫୁଟିଲା ବାଣ । ଧୂଆଁମୟ ହୋଇଗଲା ପୁରା ଭୁବନେଶ୍ବର । କଟକ ଭୁବନେଶ୍ବରରେ ରାତି ୭ଟାରୁ ୯ଟା ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଥିଲା ଅନୁମତି । ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନର ଚେତାବନୀ ସତ୍ବେ ମାନିଲେନି ଲୋକେ । ଭୁବନେଶ୍ବରର କିଛି ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୬୦୦ ଟପିଛି ।
ଖାଲି ରାଜଧାନୀ ଭୁବନେଶ୍ବର ନୁହେଁ କି କଟକ ନୁହେଁ, ବାଣ ଯୋଗୁଁ ସୃଷ୍ଟି ହୋଇଥିବା ଏହି ପ୍ରଦୂଷଣ ପାଖ ଅଞ୍ଚଳକୁ ମଧ୍ୟ ବ୍ୟାପିଛି । ଏହି ଦୃଶ୍ୟକୁ ଦେଖନ୍ତୁ କିପରି ଭୁବନେଶ୍ବର-କଟକ ରୋଡ ଧୂଆଁମୟ ହୋଇଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/21/guidelines-2025-10-21-07-23-36.jpg)