କନକ ବ୍ୟୁରୋ : ପ୍ରଦୂଷଣ ସାର୍ଟିଫିକେଟ ଯନ୍ତ୍ରଣାରେ ଧନ୍ଦି ହେଉଛନ୍ତି ସାଧାରଣ ଲୋକେ । ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ମାଫ୍ ମିଳିବନି ବୋଲି ଚେତାଇ ଦେଇଛନ୍ତି ସରକାର । ହେଲେ ଏହି ନିୟମର ଧଜିଆ ଉଡାଇଛି ପୁଲିସ ବିଭାଗ । ଅନ୍ୟପଟେ ଲୋକଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର ବିଜେଡି ।
ଅଧିକ ପଢ଼ନ୍ତୁ : ବଢୁଛି ପ୍ରଦୂଷଣ ; ଜାରି ହେଲା କଟକଣା
ଲୋକଙ୍କ ଠାରୁ ମୋଟା ଅଙ୍କର ଜରିମାନା । ପୁଲିସ ଗାଡ଼ିକୁ କ’ଣ ସାତ ଖୁନ୍ ମାଫ୍ ?
OD05AG 5376
OD05BM 6435
OD05BE 2183
OD05BM 5835
ଏହି ନମ୍ବର ଗାଡି ଗୁଡିକର ଦୀର୍ଘ ୨ରୁ ୩ ବର୍ଷ ହେବ ନାହିଁ ପ୍ରଦୂଷଣ ସାର୍ଟିଫିକେଟ । ନା ଏହି ଗାଡ଼ି ନମ୍ବରରେ କେବେ ଚାଲାଣ କଟିଛି ନା ଫାଇନ୍ ଆଦାୟ କରିଛନ୍ତି ସରକାର । କାରଣ ଗାଡିରେ ଲାଗିଛି ଓଡ଼ିଶା ପୁଲିସର ଟ୍ୟାଗ୍ । ବିଡମ୍ବନାର ବିଷୟ, ଚେକିଂ ପାଇଁ ଏହି ଗାଡିକୁ ସାଥୀରେ ଧରି ଯାଉଛି ପରିବହନ ବିଭାଗ । ବିଭାଗୀୟ ଅଧିକାରୀ ଜାଣିଛନ୍ତି ଗାଡ଼ିରେ ପ୍ରଦୂଷଣ ସାର୍ଟିଫିକେଟ ନାହିଁ ହେଲେ ଫାଇନ୍ କାଟିବାକୁ କେବେ ସାହସ ଜୁଟାଇ ପାରିନାହାନ୍ତି । ଅନ୍ୟପଟେ ସାଧାରଣ ଲୋକଙ୍କ ଗାଡିରେ ବିଭିନ୍ନ ଆଳରେ ମନଇଚ୍ଛା ଫାଇନ୍ କାଟୁଛି ପରିବହନ ବିଭାଗ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କ ଗାଡ଼ି ପାଇଁ ଗୋଟିଏ ନିୟମ, ପୁଲିସ ଗାଡ଼ି ପାଇଁ କ’ଣ ଅଲଗା ନିୟମ ?
ପ୍ରଦୂଷଣ ସାର୍ଟିଫିକେଟ ଓ ଫାଇନ୍କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭିତରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ୱର ଆରଟିଓ-୧ ସାମ୍ନାରେ ଅଭିନବ ଢଙ୍ଗରେ ଆନ୍ଦୋଳନ କରି ଅଧିକାରୀଙ୍କୁ ଗଛ ବାଣ୍ଟିଛି ବିଜେଡିର ଛାତ୍ର ଶାଖା । ପ୍ରଦୂଷଣ କରୁଥିବା ବଡ଼ ବଡ଼ କମ୍ପାନିକୁ ଜରିମାନା ଛାଡ କରି ସାଧାରଣ ଗାଡି ଚାଳକଙ୍କୁ ହଇରାଣ କରାଯାଉଥିବାର ଅଭିଯୋଗ ଆଣିଛି ଦଳ । ବେଆଇନ ଭାବେ ଜରିମାନା ଆଦାୟ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ସହ ଓଡ଼ିଶା ବନ୍ଦର ଡାକରା ଦେଇଛି ବିଜେଡି ।
ପ୍ରଦୂଷଣ ସାର୍ଟିଫିକେଟ ଫାଇନ ମାମଲା ହାଇକୋର୍ଟରେ ପହଞ୍ଚିଛି । ୨ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଓ ପରିବହନ କମିଶନରଙ୍କୁ ଜବାବ ମାଗିଛନ୍ତି କୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/08/pollution-certificates-2026-01-08-20-38-08.jpg)