କନକ ବ୍ୟୁରୋ : କଟକ ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ବିଜେପି ସମର୍ଥନରେ ରହିଛି କଣ୍ଟାପଡ଼ା ବ୍ଲକ । ଗତ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଆସିବ ସହ ନିଆଳିରେ ମଧ୍ୟ ବିଜେପି ବିଧାୟକ । କିନ୍ତୁ କଣ୍ଟାପଡ଼ା ରାଜନୀତିରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ ବୋଲି ଅଭିଯୋଗ କରି ଧାରଣାରେ ବସିଛନ୍ତି ୧୪ଟି ପଞ୍ଚାୟତର ଜନପ୍ରତିନିଧି ।

Advertisment

ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି । ଏଥିରୁ ବାଦ ପଡ଼ିନି କଟକ ଜିଲ୍ଲାର କଣ୍ଟାପଡ଼ା । କ୍ଷମତା ହାତେଇବାକୁ କଳେ ବଳେ କୌଶଳେ ଚେଷ୍ଟା ଚଳାଇଛନ୍ତି ବିଜେଡି, ବିଜେପି, କଂଗ୍ରେସ । ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟରେ ବିଡିଓ ବାଧକ ! ସାଜୁଥିବା ଅଭିଯୋଗ ନେଇ ଗତ ଫେବ୍ରୁଆରି ୧୮ରୁ ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ୧୪ଟି ପଞ୍ଚାୟତର ଜନ ପ୍ରତିନିଧି । ଏପରିକି ବିଡିଓ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଧାରଣାକୁ ସମର୍ଥନ କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ ।

ଅଧିକ ପଢ଼ନ୍ତୁ : ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକ; ପାରିଶ୍ରମିକ ମାଗିଲେ ଦେଉଛନ୍ତି ଶାରୀରିକ ଓ ମାନସିକ ନିର୍ଯାତନା

ଧାରଣାର ୬ ଦିନ ପରେ ବି କୌଣସି ପ୍ରାଶାସନିକ ଅଧିକାରୀ କିମ୍ବା ଉପରିସ୍ଥ ଜନ ପ୍ରତିନିଧି ଆଲୋଚନା ପାଇଁ ଆସୁନାହାନ୍ତି । ଏପଟେ ୨୦ ମାସରେ ବ୍ଲକକୁ ଆସିଥିବା ବିଭିନ୍ନ ବିଭାଗର ଟଙ୍କାର ହିସାବ ଦେଇଛନ୍ତି ନିଆଳି ବିଧାୟକ ।

ପ୍ରଥମେ ବ୍ଲକର ଅଧ୍ୟକ୍ଷା ବ୍ଲକ ପ୍ରଶାସନର ଅକ୍ଷମତା ବାବଦରେ ଧାରଣାରେ ବସିବା । ଦ୍ଵିତୀୟରେ ବିଧାୟକ ହଠାତ୍ ୨୦ ମାସ ପରେ ସାମ୍ୱାଦିକ ସମ୍ମିଳନୀ କରି ଖର୍ଚ୍ଚର ହିସାବ ଦେବା । ଏସବୁ ପଛରେ କେବଳ ଗୋଟିଏ କାରଣ । ପଞ୍ଚାୟତ ନିର୍ବାଚନକୁ ନିଜ ପକ୍ଷରେ କରିବା ବୋଲି ଚର୍ଚ୍ଚା ହେଉଛି । ସବୁଠାରୁ ପରିତାପର ବିଷୟ ରାଜନୈତିକ ପଶାପାଲିର ଶିକାର ହେଉଛନ୍ତି ସାଧାରଣ ଜନତା ।