କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ରରୂପ ନେଉଛି । ପେଟ ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ ହେଲେ ଦାଦନ ସର୍ଦ୍ଧାର ପାଖରେ ପ୍ରାୟ ୧୦ ମାସ ହେଲା ବନ୍ଧା ପଡିଛନ୍ତି ଧର୍ମଗଡ଼ ଉପଖଣ୍ଡର ୨ ଜଣ ଦାଦନ ଶ୍ରମିକ । କେବଳ ଖାଇବାକୁ ଦେଇ କାମ କରାଇବା ସହିତ ନିର୍ଯାତନା ଦେଉଥିବା ଅଭିଯୋଗ କରି ପୁଅକୁ ଫେରାଇ ଆଣିବାକୁ ସରକାରଙ୍କ ଠାରେ ଆକୁଳ ନିବେଦନ କରିଛନ୍ତି ଦୁଇ ପରିବାର ।
ଅଧିକ ପଢ଼ନ୍ତୁ : ମାଟ୍ରିକ ପରୀକ୍ଷା ବେଳେ ଦୁର୍ଘଟଣା : ପାଲଲହଡ଼ାରେ ଜଣେ ପରୀକ୍ଷାର୍ଥୀ ଆହତ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର କଲେଇ ଗାଁର ନରେନ୍ଦ୍ର ନାଏକ ଓ ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ସିନାପାଲି ଗାଁର ପ୍ରେମରାଜ ନାଏକ । ଦୁହେଁ ଦାଦନ ଶ୍ରମିକ । ରୋଜଗରା ଆଶାରେ ଭିଟାମାଟି ଛାଡ଼ିଥିଲେ । ୨୦୨୫ ମାର୍ଚ୍ଚ ମାସରେ କାମ ପାଇଁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯାଇଥିଲେ । ସେଠାରେ କିଛି ମାସ କାମ କରିବା ପରେ ଦଲାଲ ଅଧିକ ମଜୁରୀ ପ୍ରଲୋଭନ ଦେଖାଇ ଦୁଇ ସାଙ୍ଗକୁ ଟ୍ରେନ ଯୋଗେ ଅନ୍ୟତ୍ର ନେଇ ଦାଦନ ସର୍ଦ୍ଦାର ପାଖରେ ଛାଡ଼ି ଫେରାର ହୋଇଯାଇଛି । ଦାଦନ ସର୍ଦ୍ଦାର ନରେନ୍ଦ୍ର ଏବଂ ପ୍ରେମରାଜଙ୍କୁ ଆନ୍ଧ୍ରପ୍ରଦେଶର ପେହେନା ନଦୀ ଆରପଟେ ରଖି ମାଛଧରା କାମ କରାଉଛି । ପ୍ରାୟ ୧୦ ମାସ ହେବ କେବଳ ଖାଇବାକୁ ଦେଇ ଖଟାଉଥିବା ଅଭିଯୋଗ ହୋଇଛି ।
ନରେନ୍ଦ୍ର ଓ ପ୍ରେମରାଜଙ୍କୁ ଟଙ୍କା ପଇସା କିଛି ଦେଉନାହିଁ । ଭୋର ୪ଟାରୁ ଦିନ ଗୋଟାଏ ଏବଂ ଦିନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାମ କରାଯାଉଛି । ଭଲରେ ଖାଇବାକୁ ମଧ୍ୟ ଦେଉନାହିଁ ! ପାରିଶ୍ରମିକ ମାଗିଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛି ! ତେଣୁ ଯୁବକ ଦୁଇ ଜଣଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ପରିବାର ଲୋକ । ନରେନ୍ଦ୍ରଙ୍କ ବାପା ଅଶ୍ୱିନୀ ନାଏକ କଳାହାଣ୍ଡି ଜିଲ୍ଲାପାଳଠାରୁ ଆରମ୍ଭ କରି ଶ୍ରମ ବିଭାଗ, ଜୁନାଗଡ଼ ଥାନା ଓ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ସେ ଅଭିଯୋଗ ଆଣିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/23/migrant-labour-2026-02-23-18-30-58.png)