କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲାର ଗନ୍ଦିଆକୁ ରାଜ୍ୟ ସରକାର ଏନଏସି ନେଇ ଘୋଷଣା କରିବା ପରେ ଚଳଚଞ୍ଚଳ ହୋଇଉଠିଛି ରାଜନୀତି। ନିର୍ବାଚନକୁ ନିଜ ପକ୍ଷରେ କରିବାକୁ ସମସ୍ତ ଋଣକୌଶଳ ଆପଣେଇଲେଣି ଶାସକ ଓ ବିରୋଧୀ।  ଢେଙ୍କାନାଳ ଜିଲ୍ଲା ଗନ୍ଦିଆକୁ ଏନଏସି ମାନ୍ୟତା ମିଳିବା ପରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ପୌର ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଲେଣି ରାଜନୈତିକ ଦଳ। ନିକଟରେ କଂଗ୍ରେସ ରାଜ୍ୟ ସଭାପତିଙ୍କ ଅଚାନକ ଗନ୍ଦିଆ ଗସ୍ତ ପରେ କଂଗ୍ରେସ ଶିବିରରେ ବଢ଼ିଛି ଉତ୍ସାହ। ପଞ୍ଚାୟତ ଲଢେଇ ପୂର୍ବରୁ ଘର ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି ଦଳ। ସରକାରୀ ଯୋଜନାର ବିଫଳତାକୁ ଆଧାର କରି ପଛୁଆ ଜାତି ଓ ଜନଜାତିଙ୍କ ଭୋଟ୍‌ ହାତେଇବା ପାଇଁ ରଣକୌଶଳ ପ୍ରସ୍ତୁତ କରିଛନ୍ତି ବରିଷ୍ଠ ନେତା।

Advertisment

ଅଧିକ ପଢନ୍ତୁ: ଜିଲ୍ଲାସ୍ତରୀୟ ମହୋତ୍ସବ ନା ଦଳୀୟ ଉତ୍ସବ, ଢେଙ୍କାନାଳ ମହୋତ୍ସବରେ ପୋଷ୍ଟର୍‌ ରାଜନୀତି

ରାଜନୈତିକ ମଇଦାନରେ ସମାନ ଭାବେ ପ୍ରସ୍ତୁତ ଚଳାଇଛନ୍ତି ବିଜେଡି ଓ ବିଜେପି। ଗନ୍ଦିଆ ବିଜେପି ପୂରା ଆତ୍ମବିଶ୍ବାସର ସହ ଏନଏସିର ୧୫ ଟି ୱାର୍ଡ ସହ ଅଧ୍ୟକ୍ଷ ପଦବୀକୁ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପାଇଁ ଏହା ସମ୍ମାନର ଲଢ଼େଇ। ସେହିପରି ବିଜେଡି ତାର ପୂର୍ବ ଦବଦବା ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବା ଆଶା ରଖିଛି। ନିର୍ବାଚନ ପାଇଁ ପ୍ରସ୍ତୁତି ହେଲାଣି ହେଲେ ଗନ୍ଦିଆ ବିଜ୍ଞପିତ ଅଞ୍ଚଳର କାର୍ଯ୍ୟାଳୟଟି  କେଉଁଠାରେ ନିର୍ମାଣ ହେବ ସେଥିପାଇଁ ଏଯାଏଁ ଜମି ଚିହ୍ନଟ ହୋଇପାରିନି।