CBI Photograph: (Kanak News)
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ପୁଲିସ ଏସଆଇ କେଳେଙ୍କାରୀ ମାମଲାକୁ ନେଇ ଆକ୍ସନ ମୋଡରେ ସିବିଆଇ । ଜଣକ ପରେ ଜଣକୁ ପାଳି ପାଳି କରି ଜେରା କରିବାକୁ ତିଆରି ହୋଇଛି ବ୍ଲୁ-ପ୍ରିଣ୍ଟ । ବନ୍ଧା ହୋଇ ଜାମିନରେ ଆସିଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କ ଭିତରୁ ୨୫ଜଣକୁ ଜେରା କରି ସାରିବା ପରେ, ଏବେ ଦଲାଲଙ୍କ ତାଲିକା ପ୍ରସ୍ତୁତ ହୋଇଛି । ମାମଲାଟି ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଥିବାରୁ, ୧୨ ଦଲାଲଙ୍କୁ ରାତି ଅଧିଆ ବ୍ରହ୍ମପୁରରୁ ଝାରପଡା ଜେଲକୁ ସ୍ଥାନାନ୍ତର କରାଯାଇଛି ।
ବଛା ବଛା ସିବିଆଇ ଅଫିସର ଜେଲକୁ ଯାଇ, ଦଲାଲଙ୍କୁ ଜେରା ପାଇଁ ପ୍ରସ୍ତୁତ ହେଉଛି ଟିମ୍ । ତେବେ ଶଙ୍କର ପୃଷ୍ଟି ଓ ତାର କିଛି ସହେଯୋଗୀଙ୍କୁ ରିମାଣ୍ଡରେ ନେବାକୁ ବି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାସହ ଦଲାଲ ମାନଙ୍କୁ ଜେଲରେ ଯାଇ ପଚରାଉଚରା ପାଇଁ ବି ଖୁବଶୀଘ୍ର କୋର୍ଟରେ ଆବେଦନ କରିପାରେ ସିବିଆଇ । ଏହାରି ଭିତରେ ବ୍ରହ୍ମପୁର ଜେଏମମେଫସି କୋର୍ଟରୁ ମାମଲା ସ୍ଥାନାନ୍ତର କରିବା ସହ ଭୁବନେଶ୍ବର ସ୍ବତନ୍ତ୍ର ସିଜିଏମ୍ କୋର୍ଟକୁ ସ୍ବତନ୍ତ୍ର ମେସେଞ୍ଜର ଯୋଗେ ରେକର୍ଡକୁ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢ଼ନ୍ତୁ--୧୦ ବର୍ଷ ଭିତରେ ବଦଳିଯିବ ଚିତ୍ର ;ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା
ସେପଟେ ଲମ୍ବା ତାଲିକା ତିଆରି କରି ଜଣକ ପରେ, ଜଣକୁ ସିବିଆଇ କାର୍ଯାଳୟକୁ ଡାକୁଛି ସିବିଆଇ । ପରୀକ୍ଷାର୍ଥୀଙ୍କ ବୟାନ ଓ ଦଲାଲଙ୍କ ବୟାନ ପରେ, ବଡ ବଡ ଚେହାରାଙ୍କୁ ସାମାନାକୁ ଆଣିବାକୁ କସରତ ଚାଲିଛି । ତେବେ ପ୍ରଚ୍ଚଦପଟରେ ରହି ଦଲାଲଙ୍କୁ ବଳ ଯୋଗାଉଥିବା ଅଦୃଶ୍ୟ ଶକ୍ତି ଏବେ କେଉଁଠି ଓ ସେମାନଙ୍କୁ ସିବିଆଇ କେମିତି ଜାଲରେ ପକାଇବ ସେଥିପାଇଁ ମୁଳରୁ ତଦନ୍ତ ଆରମ୍ଭ କରିଛି ଏହି ତଦନ୍ତକାରୀ ସଂସ୍ଥା ।
Follow Us