ପୁଲିସ ଏସଆଇ କେଳେଙ୍କାରୀ ମାମଲା, ବ୍ରହ୍ମପୁର ଜେଲରୁ ସ୍ଥାନାନ୍ତର ହେଲେ ୧୨ ଅଭିଯୁକ୍ତ, ଅଧରାତିରେ ଝାରପଡ଼ା ଜେଲକୁ ଆଣିଲା ସିବିଆଇ

Advertisment

ଅନ୍ୟପଟେ ପୂର୍ବରୁ ମାମଲା ବ୍ରହ୍ମପୁର ଜେଏମଏଫସି କୋର୍ଟରୁ ଥିବା ବେଳେ ଭୁବନେଶ୍ବର ସ୍ପେସାଲ୍ ସିଜେଏମ୍ କୋର୍ଟକୁ ସ୍ଥାନାନ୍ତର ହେବ । ସାମ୍ବା, ଶଙ୍କର ପୃଷ୍ଟି, ସୁରେଶ ନାୟକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯିବ ।   ଝାରପଡ଼ା ଆସିବା ପରେ ଶଙ୍କର ଓ ସୁରେଶକୁ ସିବିଆଇ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି ।

si

କନକ ବ୍ୟୁରୋ :  ବହୁ ଚର୍ଚ୍ଚିତ ପୁଲିସ ଏସଆଇ କେଳେଙ୍କାରୀ ମାମଲାରେ ବଡ଼ ମୋଡ଼ । ଏହି ମାମଲାରେ ଗିରଫ ହୋଇ ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତିରେ ବ୍ରହ୍ମପୁରରୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ସିବିଆଇ ଟିମ ଗତକାଲିଠାରୁ ବ୍ରହ୍ମପୁରରେ ଡେରା ପକେଇ ରହିଥିଲା । ଆଇନଗତ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଗତକାଲି ଏହି ମାମଲା ବ୍ରହ୍ମପୁର ଜେଏମଏଫସି କୋର୍ଟରୁ ସିବିଆଇ କୋର୍ଟକୁ ହସ୍ତାନ୍ତର ହୋଇପାରିନଥିଲା। ତେଣୁ ଅଭିଯୁକ୍ତଙ୍କୁ ବି ସ୍ଥାନାନ୍ତର କରାଯାଇ ପାରିନଥିଲା। ପରେ ବିଳମ୍ବିତ ରାତିରେ ଅଭିଯୁକ୍ତମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।

ବିଜେଡିର ପଦ ଛାଡ଼ିଲେ ଦେବାଶିଷ; ଉପ ସଭାପତି ପଦରୁ ଇସ୍ତଫା

ପୁଲିସ ଏସଆଇ  ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଆଉ ୩ ଜଣଙ୍କୁ ମାରାଥନ୍ ଜେରା କରିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ  ଆଉ ୧୦ ଜଣ ଆଶାୟୀଙ୍କୁ ସମନ କରିଛି । ସେମାନଙ୍କୁ ସିବିଆଇ କାର୍ଯ୍ୟାଳୟକୁ  ଆସି ହାଜର ହେବାକୁ କୁହାଯାଇଛି । ସେମାନେ ହାଜର ହେବା ପରେ ବିଭିନ୍ନ ଦିଗକୁ ନେଇ ସିବିଆଇ ଜେରା କରିବ । ତେବେ ପ୍ରଥମ ପର୍ଯ୍ୟାୟରେ  ପ୍ରଥମ  ସିବିଆଇ ୩ଦିନରେ ଖୋର୍ଦ୍ଧା ଓ କଟକ ଅଞ୍ଚଳର ୧୦ ଆଶାୟୀଙ୍କୁ ଜେରା କରିଥିଲା । ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ସମେତ ୩ଜଣିଆ ଟିମ୍ ସେମାନଙ୍କୁ ବିଭିନ୍ନ ଦିଗକୁ ନେଇ ଜେରା କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି ।

ଚୀନକୁ ନେଇ ଭାରତର ବଢ଼ିଲା ଚିନ୍ତା, ଅରୁଣାଚଳ ପ୍ରଦେଶ ଭାରତର ନୁହେଁ ବୋଲି କହି ଗ୍ରହଣ କଲାନି ପାସପୋର୍ଟ

ଅନ୍ୟପଟେ ପୂର୍ବରୁ ମାମଲା ବ୍ରହ୍ମପୁର ଜେଏମଏଫସି କୋର୍ଟରୁ ଥିବା ବେଳେ ଭୁବନେଶ୍ବର ସ୍ପେସାଲ୍ ସିଜେଏମ୍ କୋର୍ଟକୁ ସ୍ଥାନାନ୍ତର ହେବ । ସାମ୍ବା, ଶଙ୍କର ପୃଷ୍ଟି, ସୁରେଶ ନାୟକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯିବ ।   ଝାରପଡ଼ା ଆସିବା ପରେ ଶଙ୍କର ଓ ସୁରେଶକୁ ସିବିଆଇ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି ।

ଜ୍ୱଳାମୁଖୀ ଜ୍ୱଳାରେ ଜଳିଯିବ କି ଦିଲ୍ଲୀ, ୧୧ ବିମାନ ବାତିଲ, ଦିଲ୍ଲୀ ଆକାଶରେ ଜ୍ୱଳାମୁଖୀର ପ୍ରଭାବ

ସିବିଆଇର ଏକ ଟିମ୍ ଅପରାହ୍ଣରେ ଗଞ୍ଜାମ ଜିଲ୍ଲା ଅଦାଲତକୁ ଆସି ସରକାରୀ ଓକିଲ (ପିପି)ଙ୍କ ସହ ଆଲୋଚନା କରିଥିଲେ । ପରେ ମାମଲା ସ୍ଥାନାନ୍ତର ସମ୍ପର୍କିତ ଅଦାଲତ ନିର୍ଦେଶ ଆସିବା ନେଇ ସଂକେତ ମିଳିଥିଲା । ଜେଲ୍‌ରୁ ସମସ୍ତ ୧୨ ଅଭିଯୁକ୍ତଙ୍କୁ ବାହାର କରିବା ନେଇ ବି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଆଇନଗତ ପ୍ରକ୍ରିୟାରେ କିଛି ସମସ୍ୟା ଯୋଗୁଁ ବିଳମ୍ବ ହୋଇଥିଲା ଜ୍ଝ ଫଳରେ ଆଜି ମାମଲା କିମ୍ବା ଅଭିଯୁକ୍ତ ସ୍ଥାନାନ୍ତର ହୋଇପାରିନାହିଁ। ତେବେ ସିବିଆଇ ମାମଲାର ତଦନ୍ତ ଜାରି ରଖିଥିବାରୁ ଗୋଳନ୍ଥରା ଥାନା ଅଧିକାରୀ ତଥା ଡିଏସ୍‌ପି ବିବେକାନନ୍ଦ ସ୍ବାଇଁ ଏବଂ କ୍ରାଇମବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ସ୍ବାଇଁଙ୍କଠାରୁ ମାମଲା ସମ୍ପର୍କିତ କାଗଜପତ୍ର ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe