କନକ ବ୍ୟୁରୋ : ରାଜଧାନୀରେ ପୁଲିସ ବିରୋଧରେ ପୁଲିସର ଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ମୋଡ଼ । ପୁଲିସ ଡିଜିଙ୍କ ହସ୍ତକ୍ଷେପ ପରେ ବି କମିସନରେଟ୍ ପୁଲିସ୍ ଜିଦ୍ରେ ଅଟଳ । ଏପର୍ଯ୍ୟନ୍ତ ଲାଗିପାରିଲାନି ଦୁଷ୍କର୍ମ ମାମଲା । ଜେଲ୍ରେ ଅଭିଯୁକ୍ତ ରହିଥିବାବେଳେ ଏପଟେ କନକ ନ୍ୟୁଜ୍ ହାତରେ ଲାଗିଲା ସାଂଘାତିକ୍ ଭିଡିଓ । ଅଭିଯୋଗକାରୀ ସବ୍ ଇନସ୍ପେକ୍ଟରଙ୍କୁ ଅଭିଯୁକ୍ତ ଦେଇଥିଲା ଧମକ । କହିଥିଲା, ଗଡ଼ ଗଡ଼ କରି ହାଣିଦେବି । କନକ ନ୍ୟୁଜ୍ ହାତରେ ଲାଗିଥିବା ଭିଡିଓରେ ଅଭିଯୁକ୍ତ, ଲେଡି ସବ୍ ଇନ୍ସ୍ପେକ୍ଟରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ପୁଲିସ୍ ଡିଜିଙ୍କ ଚାପ ପରେ ବି ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଲାଗିପାରିନାହିଁ । କମିସନରେଟ୍ ପୁଲିସ୍ ଘଟଣାକୁ ହାଲୁକାରେ ନେଉଥିବା ଅଭିଯୋଗ ହୋଇଛି ।
ସୁବେଦାର ଯଶୋବନ୍ତ ଆଚାର୍ଯ୍ୟ ଓରଫ ରୋଶନ ତାଙ୍କୁ ଶାରୀରିକ ଶୋଷଣ କରିବା, ଗର୍ଭବତୀ ହେବା ପରେ ଗର୍ଭନଷ୍ଟ କରିବା ଭଳି ସଙ୍ଗିନ ଅଭିଯୋଗ ନେଇ ଯାଇଥିଲେ ଥାନାକୁ ମହିଳା ଏସ୍ଆଇ । ଏଫ୍ଆଇଆର୍ କପି ପାଇବାକୁ ବି ତାଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ହେଲେ ଖାଇବା ପିଇବା ତ ଦୂରର କଥା, ପାଣି ଗିଲାସେ ବି ତାଙ୍କୁ ମିଳିନଥିଲା । ଓଲଟି ଅଭିଯୁକ୍ତ ଆଇଆଇସିଙ୍କୁ ମିଳିଥିଲା ଜ୍ୱାଇଁ ଚର୍ଚ୍ଚା ।
ଅଧିକ ପଢ଼ନ୍ତୁ---ପ୍ରତିବର୍ଷ ଓଡ଼ିଶାକୁ ଆସୁଛି ବାତ୍ୟା ; ରାଜ୍ୟର ବିକାଶରେ ସାଜୁଛି ବାଧକ
ପୀଡ଼ିତା ନିଜେ ଜଣେ ସବ୍ ଇନ୍ସପେକ୍ଟର ହୋଇଥିବାରୁ ତାଙ୍କୁ ନିୟମ କାନୁନ ଜଣା । ସେଥିଲାଗି ସେ ନିଜ ଥାନାରେ ଅଭିଯୋଗ ନକରି ବାଛିଥିଲେ ମହିଳା ଥାନା । ହେଲେ ଥାନାକୁ ଯାଏ ନ୍ୟାୟ ପାଇବା ବଦଳରେ ଅତ୍ୟାଚାର ପାଇଥିବା ସେ କହିଛନ୍ତି ସେ ଅଭିଯୋଗ କରିଛନ୍ତି ଗୋଟିଏ ଆଉ ଦଫା ଲାଗିଛି ଆଉ ଗୋଟିଏ । ଅଭିଯୋଗ ପତ୍ରରେ ଦୁଷ୍କର୍ମ ବାବଦରେ ସଫା ସଫା ଲେଖିଥିଲେ ବି ପୁଲିସ ହାଲୁକା ଦଫା ଲଗାଇ କାମ ଚଳାଇ ଦେଇଥିଲା । ଏଠି ପ୍ରଶ୍ନ ଉଠୁଛି, ଯଦି ମହିଳା ପୁଲିସ ଅଫିସରଙ୍କୁ ଥାନାରେ ଏଭଳି ବ୍ୟବହାର କରାଯାଉଛି, ତାହେଲେ ସାଧାରଣ ମହିଳାଙ୍କ କ୍ଷେତ୍ରରେ କ’ଣ ଘଟୁଥିବ? କମିସନରେଟ୍ ପୁଲିସରେ ଯଦି ବ୍ୟବସ୍ଥା ଏମିତି, ତେବେ ଉପାନ୍ତରେ ଅବସ୍ଥା କେମିତି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/29/bhubaneswar-case-2025-10-29-13-33-22.jpg)