କନକ ବ୍ୟୁରୋ : ଜୁଆ ଆଡ଼ାରେ ଚଢ଼ାଉ ବେଳେ ପୁଲିସକୁ ବ୍ଲାଙ୍କ୍‌ ଫାୟାରିଂ । ୨୦ ଜଣ ଗିରଫ ହୋଇଛନ୍ତି । ୧୦ ଲକ୍ଷ ଟଙ୍କା, ୩୬ଟି ମୋବାଇଲ ଓ ଥର୍‌ ଗାଡ଼ି ଜବତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ କୁହୁଡ଼ି ଠାରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରିବାବେଳେ ଜୁଆଡ଼ି ଖସିଯିବାକୁ ଉଦ୍ୟମ କରି ପୁଲିସକୁ ଭୟବୀତ କରିବାକୁ ବ୍ଲାଙ୍କ୍‌ ଫାୟାରିଂ କରିଛନ୍ତି । ଏହି ଥାନା ଅଧୀନ କୁଞ୍ଜୁରୀ କାଜୁ ଜଙ୍ଗଲ ପାହାଡ଼ ତଳି ଅଞ୍ଚଳରେ ବିଶାଳ ଜୁଆଆଡ଼ା ଚାଲିଥିବା ଖବର ପାଇ ଟାଙ୍ଗୀ ଆଇଆଇସି ରବୀନ୍ଦ୍ର ଭୂଜବଳଙ୍କ ନିର୍ଦ୍ଦେଶରେ ଗଠିତ ଏକ ପୁଲିସ ଟିମ୍‌ ଚଢ଼ଉ କରିଥିଲା ।

Advertisment

ଅଧିକ ପଢନ୍ତୁ : ବଲିଉଡ ଅଭିନେତ୍ରୀ ଦିଶା ପଟନୀଙ୍କ ଘରକୁ ଗୁଳିମାଡ଼, ବରେଲୀସ୍ଥିତ ବାସଭବନ ଆଗରେ ଫାୟାରିଂ ସହ ସୋସିଆଲ ମିଡ଼ିଆରେ ଧମକ

ଆଡ଼ାରୁ ୧୦ ଲକ୍ଷ ୩୮ ହଜାର ୫୦୦ ଟଙ୍କା,ଏକ ଦାମି ଥର୍‌ ଗାଡ଼ି, ୩୬ଟି ମୋବାଇଲ୍‌ ଫୋନ୍‌, ୪ଟି ମୋଟର୍‌ ସାଇକେଲ୍‌ ଜବତ କରିବା ସହିତ ୨୦ ଜଣଙ୍କୁ ଗିରଫ କରିଛି । ପୁଲିସର ଏହି ଅତର୍କିତ ଚଢ଼ଉ ସମୟରେ କିଛି ଜୁଆଡ଼ି ଫେରାର ହୋଇଯାଇଛନ୍ତି । ସେମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ବିଧାୟକଙ୍କ ଖାସ୍‌ ଲୋକ ମଧ୍ୟ ଥିବା ସୂଚନା ମିଳୁଛି  କିନ୍ତୁ ଆଇଆଇସି ରବୀନ୍ଦ୍ର ଭୂଜବଳ ଏହାକୁ ଖଣ୍ଡନ କରିଛନ୍ତି । ଅନ୍ୟପଟେ ଜୁଆଡ଼ିଙ୍କ ଆଡୁ ପୁଲିସ ଉପରକୁ ବ୍ଲାଙ୍କ୍‌ ଫାୟାରିଂ ହୋଇଛି କି ନାହିଁ ସେ ନେଇ ପୁଲିସ ସ୍ପଷ୍ଟ କରିନାହିଁ ।