କନକ ବ୍ୟୁରୋ : ୟୁଟ୍ୟୁବର୍ ତଥା ରିଆଲିଟି ଶୋ’ର ବିଜେତା ଏଲଭିସ ଯାଦବଙ୍କ ପାଇଁ ଅଗଷ୍ଟ ୧୭ ତାରିଖ ସକାଳ ଖୁବ୍ ଭୟଙ୍କର ଥିଲା । ଗୁରୁଗ୍ରାମର ସେକ୍ଟର ୫୬ ରେ ଥିବା ତାଙ୍କର ନୂଆ ଘରେ ଭୋର ୫.୨୫ ରେ ଦୁଇ ଜଣ ଆକ୍ରମଣକାରୀ ଲଗାତାର ଗୁଳିମାଡ଼ କରିଥିଲେ । ରାଓ ସାହେବ ନାଁରେ ପରିଚିତ ଏଲଭିସଙ୍କ ଘର ଉପରକୁ ୧୨ ରୁ ଅଧିକ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଯାହାର ପୂରା ଦୃଶ୍ୟ ଏବେ ସିସିଟିଭିରେ ରେକର୍ଡ ହୋଇଯାଇଛି । ଗୁଳିମାଡ଼ ସମୟରେ ଏଲଭିସ୍ ଘରେ ନଥିଲେ । ତାଙ୍କ ବାପା ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଥିଲେ ଯେ ‘ଆମେ ସମସ୍ତେ ଶୋଇଥିଲୁ , ଏଲଭିସ ଘରେ ନଥିଲା । ଦୁର୍ବୃତ୍ତ ୨୫ ରୁ ୩୦ ରାଉଣ୍ଡ ଗୁଳି ଚଳାଇଥିବେ। । ସିସିଟିଭି ଫୁଟେଜରେ ଦୁଇ ଜଣ ଆକ୍ରମଣକାରୀ ଦେଖାଯାଉଛନ୍ତି । ତୃତୀୟ ବ୍ୟକ୍ତି ବାଇକ ଧରି କିଛି ଦୂରରେ ଠିଆ ହୋଇଥିବାର ଦେଖାଯାଉଛନ୍ତି । ଗୁଳିମାଡ଼ କରି ଦୁର୍ବୃତ୍ତ ପଳାଇଥିଲେ । ଆମେ ପୁଲିସକୁ ସୂଚନା ଦେଇଥିଲୁ ଏବଂ ପୁଲିସର ପୂରା ଟିମ୍ ଆସି ତଦନ୍ତ ଆରମ୍ଭ କରିଛନ୍ତି ।’
गुरुग्राम: एल्विश यादव के घर पर फायरिंग करने वाले आरोपियों का सीसीटीवी फुटेज आया सामने।#ElvishYadavpic.twitter.com/xIdXb0Zhjc
— NBT Entertainment (@NBTEnt) August 17, 2025
ତେବେ ଏହି ଘଟଣା ଲାଇଭ୍ ଦୃଶ୍ୟ ଏଲଭିସଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ କ୍ୟାପ୍ଚର କରିଛି । ଯେଉଁଥିରେ ୨ ଜଣ ଆକ୍ରମଣକାରୀ ମୁହଁରେ¨କପଡ଼ା ବାନ୍ଧି ହେଲମେଟ୍ ଲଗାଇ ଥିବାର ଦେଖିବାକୁ ମିଳୁଛନ୍ତି । ୨ ଜଣ ନନଷ୍ଟପ୍ ଫାୟାରିଂ କରୁଥିଲେ । ଜଣେ ୟୁଟ୍ୟୁବରଙ୍କ ଘର ଭିତରକୁ ପ୍ରବେଶ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ଘଟଣାରେ ଅଧିକ ଯାଞ୍ଚ୍ କରୁଛି ପୁଲିସ ।