କନକ ବ୍ୟୁରୋ: ଭାରତୀୟ ରେଲଓ୍ୱେରେ ଚାକିରି କରିବାର ସୁଯୋଗ । ବାହାରିଛି ୮ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି । ଯଦି ଆପଣ +୨, +୩ ପାସ୍ କରିଛନ୍ତି ତେବେ ଏହି ପଦବୀ ପାଇଁ ଆବେଦନ କରିପାରିବେ । RRB NTPC ନିଯୁକ୍ତି ୨୦୨୫ ବିଜ୍ଞପ୍ତି ପ୍ରକାଶ କରିଛି । ରେଳବାଇ ନିଯୁକ୍ତି ବୋର୍ଡ ୮,୮୫୦ ଷ୍ଟେସନ ମାଷ୍ଟର, କ୍ଲର୍କ ଏବଂ ଅନ୍ୟାନ୍ୟ ପଦବୀ ପ୍ରକାଶ କରିଛି । ଅକ୍ଟୋବର ୨୧ ତାରିଖରୁ ଏନେଇ ଆବେଦନ ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ନଭେମ୍ୱର ୨୭ ପର୍ଯ୍ୟନ୍ତ www.rrbapply.gov.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

Advertisment

ରେଳବାଇ ନିଯୁକ୍ତି ବୋର୍ଡ ଷ୍ଟେସନ ମାଷ୍ଟର, କ୍ଲର୍କ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ଏହି ଓ୍ୱେବସାଇଟ୍ରେ ଆପଣ ଜଜଈ ଘଞଚଉ ଷ୍ଟେସନ ମାଷ୍ଟର, କ୍ଲର୍କ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତିର ସମ୍ପୂର୍ଣ୍ଣ ବିବରଣୀ ପାଇବେ । ଯେଉଁଥିରେ ଯୋଗ୍ୟତା ମାନଦଣ୍ଡ, ବୟସ ସୀମା, ଦରମା, ଚୟନ ପ୍ରକ୍ରିୟା, କେମିତି ଆବେଦନ କରିବେ ଏବଂ ସରକାରୀ ବିଜ୍ଞପ୍ତି ଏବଂ ଅନଲାଇନ୍ ଆବେଦନ ଫର୍ମର ସିଧାସଳଖ ଲିଙ୍କ ପାଇପାରିବେ । 

ଏହି ରେଳବାଇ ସ୍ନାତକ ପଦବୀରେ ଆବେଦନ କରିବା ପାଇଁ, ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ନମ୍ବର ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ଅନୁସୂଚିତ ଜାତି, ଜନଜାତି ଏବଂ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ କୌଣସି ମାର୍କ ଆବଶ୍ୟକ ହେବ ନାହିଁ । ଆକାଉଣ୍ଟ କ୍ଲର୍କ କମ୍ ଟାଇପିଷ୍ଟ ପଦବୀ ପାଇଁ, ସେମାନଙ୍କର ଇଂରାଜୀରେ ପ୍ରତି ମିନିଟ୍ ୩୦ ଶବ୍ଦ ଏବଂ ହିନ୍ଦୀରେ ପ୍ରତି ମିନିଟ୍ ୨୫ ଶବ୍ଦ ଟାଇପିଂ ଗତି ଥିବା ଆବଶ୍ୟକ । ଏହା ସହିତ, ପ୍ରାର୍ଥୀଙ୍କ ବୟସ ଅତି କମରେ ୧୮ ବର୍ଷ ଏବଂ ୩୦ ବର୍ଷରୁ ଅଧିକ ନୁହେଁ । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ଛାଡ଼ ପ୍ରଦାନ କରାଯାଇଛି । 

କେମିତି କରିବେ ଆବେଦନ? 

  • RRB ଏହାର ଅଫିସିଆଲ୍ ୱେବସାଇଟରେ ନିଯୁକ୍ତି ପାଇଁ ଆବେଦନ ଲିଙ୍କ୍ ଓପନ୍ କରିଛି ।
  • ଓ୍ୱେବସାଇଟକୁ ଯାଇ ଫର୍ମ ପୂରଣ କରିବା ପାଇଁ ଆପଣଙ୍କୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ।
  • ପାଇଥିବା ପଞ୍ଜିକରଣ ନମ୍ବର ବ୍ୟବହାର କରି ଲଗଇନ୍ କରନ୍ତୁ ଏବଂ ଆବଶ୍ୟକୀୟ ସୂଚନା ଗୋଟିଏ ଗୋଟିଏ କରି ପୂରଣ କରନ୍ତୁ।
  • ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ବର୍ଗ, ଠିକଣା ସମ୍ବନ୍ଧୀୟ ବିବରଣୀ ପୂରଣ କରନ୍ତୁ ।
  • ଡକ୍ୟୁମେଣ୍ଟ୍ସ ସେକ୍ସନରେ ଆପଣଙ୍କର ପାସପୋର୍ଟ ଆକାରର ଫଟୋଗ୍ରାଫ୍ ଏବଂ ଦସ୍ତଖତ ମଧ୍ୟ ଅପଲୋଡ୍ କରନ୍ତୁ ।
  • ବର୍ଗ ଅନୁସାରେ ଆବେଦନ ଫିସ୍ ପୈଠ କରନ୍ତୁ ଏବଂ ଶେଷରେ ଫର୍ମ ଦାଖଲ କରନ୍ତୁ।
  • ଭବିଷ୍ୟତ ପାଇଁ ଫର୍ମର ଏକ ପ୍ରିଣ୍ଟଆଉଟ୍ ନେବାକୁ ଭୁଲନ୍ତୁ ନାହିଁ ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଅନ୍ୟ କୌଣସି ସୂଚନା ପାଇଁ, ପ୍ରାର୍ଥୀମାନେ RRBର ରିଜିଓନାଲ୍ ୱେବସାଇଟକୁ ଯାଇ ସମସ୍ତ ବିବରଣୀ ପାଇପାରିବେ ।