କନକ ବ୍ୟୁରୋ: ଅଣ୍ଡରପାସ ଦାବିରେ ଜନ ଆନ୍ଦୋଳନ। କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଆଗରେ ପ୍ରବଳ ଉତ୍ତେଜନା । କେନ୍ଦ୍ରାପଡା ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ବୀପ ୫୩ ନମ୍ବର ଜାତୀୟ ରାଜପଥ ଶିଲିପୁର ଠାରେ ଅଣ୍ଡର ପାସ ସଂପ୍ରସାରଣ ଦାବିରେ ଆଜି ପୁଣିଥରେ ରାସ୍ତା ଅବରୋଧ କରୁଥିବାବେଳେ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ ।

Advertisment

ଅଧିକ ପଢନ୍ତୁ:  ସ୍କୁଲ ପାଇଁ ଆନ୍ଦୋଳନ, ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅଭିଭାବକ

୬ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ମାର୍ଶାଘାଇ ଥାନା ପୁଲିସ । ପ୍ରତିବାଦରେ ସ୍ଥାନୀୟ ଲୋକ ମାର୍ଶାଘାଇ ଥାନା ଆଗରେ ବିକ୍ଷୋଭ କରିଛନ୍ତି ।  ପ୍ରତିବାଦବେଳେ ପୁଲିସ ସହିତ ଧସ୍ତାଧସ୍ତି, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମୁତୟନ ଅଛନ୍ତି ୪ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୫ ଅଫିସର। ମାର୍ଶାଘାଈ ଥାନା ସମ୍ମୁଖରେ ଭଦ୍ଭଗ୍ଦ ୧୬୩ ଧାରା ଲାଗୁ। ସେପଟେ ଜାତୀୟ ରାଜପଥ କଡରେ ଆମରଣ ଅନଶନରେ ବସିଛନ୍ତି ପଂଚାୟତବାସି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ।