କନକ ବ୍ୟୁରୋ : ଦିଲ୍ଲୀକୁ ପୁଣି ଫେରିଲା ବିଷାକ୍ତ ପରିବେଷ । ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ଗୁଣବତ୍ତା ସ୍ଥିତି ପୁଣି ଅତି ଖରାପ ହୋଇଛି । ଆଜି ସକାଳୁ ସକାଳୁ ଦିଲ୍ଲୀର ଆନନ୍ଦ ବିହାର ଓ ଦ୍ୱାରିକାରେ ବାୟୁର ଗୁଣବତ୍ତା ମାନ ୩୦୦ ରହିଛି । ଦୀପାବଳି ପୂର୍ବରୁ ହିଁ  ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବଢ଼ି ବହୁତ ଖରାପ ସ୍ତରରେ ପହଞ୍ଚିଛି । ୨୪ଘଣ୍ଟା ଭିତରେ ଦିଲ୍ଲୀର ବାୟୁ ୨୪୫ରୁ ବଢ଼ି ୩୦୧ ଓ ୪୦୦ ମଧ୍ୟରେ ପହଞ୍ଚିଛି ।

Advertisment

ଭୟଙ୍କର ଭାବେ ବଦଳୁଛି ଜଳବାୟୁ: ଧ୍ୱଂସ ହେବାକୁ ଯାଉଛି ଆମାଜନ୍

ଦିଲ୍ଲୀର ଜନବହୁଳ ଅଞ୍ଚଳ ଯଥା ଆନନ୍ଦ ବିହାରରେ ଏକ୍ୟୁୱାଇ ୩୬୯, ଦ୍ୱାରକା ସେକ୍ଟର-୮ରେ ୩୧୯ ରେକର୍ଡ୍ ହୋଇଛି । ସୀତ ଆଗମନ ପୂର୍ବରୁ ପ୍ରଦୂଷଣ ଆହୁରି ବଢ଼ିଛି, ଯାହା ଦିଲ୍ଲୀବାସୀଙ୍କ ପାଇଁ ସଙ୍କଟ ବଢାଇଛି । ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ୍ ଓ ଦିଲ୍ଲୀ ଏଆକ୍ୟୁ ଇନ୍ଫର୍ମେସନ୍ ସିଷ୍ଟମ୍ ଅନୁମାନ କରିଛି ଯେ ଆଗାମୀ ଦିନମାନରେ ବାୟୁଗୁଣବତ୍ତା ସାମାନ୍ୟ ରହିପରେ । ଦିଲ୍ଲୀର ନାଗରିକ ମାନଙ୍କୁ ମାସ୍କ୍ ଓ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସ୍ୱାସ୍ଥ୍ୟ ଉପରେ ବିପଦ ସୃଷ୍ଟି କରୁଛି, ବିଶେଷକରି ଶ୍ୱାସକ୍ରିୟା ରୋଗୀଙ୍କ ପାଇଁ । 


ଦୀପାବଳି ପୂର୍ବରୁ ବିଷାକ୍ତ ଦିଲ୍ଲୀ

ଦିଲ୍ଲୀ -ଏନସିଆରରେ ବଢିଲା ବାୟୁ ପ୍ରଦୂଷଣ
ଦିଲ୍ଲୀ-ଏନସିଆରରେ AQI ୩୦୧-୪୦୦ ମଧ୍ୟରେ
‘ବହୁତ ଖରାପ’ ଶ୍ରେଣୀରେ ରହୁଛି ଦିଲ୍ଲୀର ବାୟୁ
ଆନନ୍ଦ ବିହାର (AQI ୩୬୯), ଦ୍ୱାରକା ସେକ୍ଟର-୮ (୩୧୯)
ସତର୍କ କରାଇଲା ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ୍
ଦିଲ୍ଲୀର ନାଗରିକ ମାନଙ୍କୁ ମାସ୍କ୍ ପିନ୍ଧିବାକୁ ପରାମର୍ଶ
ବୟସ୍କ ମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି
ସିପିସିବି ଓ ଦିଲ୍ଲୀ AQI ସିଷ୍ଟମ୍ ପରିସ୍ଥିତି ଉପରେ ନଜର ରଖିଛି