କନକ ବ୍ୟୁରୋ :ପରିବେଶ ଉପରେ ଜଳବାୟୁର ପ୍ରଭାବ ବଡ଼ଧରଣର ଦେଖିବାକୁ ମିଳିଲାଣି । ଏହାର ପ୍ରଭାବ ବି ଧିରେଧିରେ ଦେଖାଗଲାଣି । କେଉଁଠି ଭାରୀ ବରଫପାତ ତ କେଉଁଠି ନିଆଁ ବର୍ଷା, ଅଦିନିଆ ବର୍ଷାବି ତାଣ୍ଡବ ରଚୁଛି । ଆଗାମୀ ଦିନରେ ମୌସୁମୀ ଆହୁରି ବିଗିଡ଼ିପାରେ ବୋଲି ଆକଳନ କରାଯାଉଛି । ଏହାରି ଭିତରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି । କୁହାଯାଉଛି ଯେ ବିଶ୍ବକୁ ଅକ୍ସିଜେନ୍ ଯୋଗାଉଥିବା ଆମାଜନ୍ ଜଙ୍ଗଲ୍ ଏବେ ବିପଦରେ ପଡ଼ିଛି ।
ଦୀପାବଳି ୨୦୨୫: ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ଏହି ଭୁଲ କରନ୍ତୁ ନାହିଁ, ଜରୁରୀ ନିୟମ ଜାଣି ରଖନ୍ତୁ
ଜଳବାୟୁ ପରିବର୍ତ୍ତନ ଯୋଗୁ ବିନାଶ ଲୀଳାର ଅୟମାରମ୍ଭ ହୋଇସାରିଛି । ଏହି ବିନାଶଲୀଳା ଏହାର ଆଦ୍ୟ ବିନ୍ଦୁରେ ଉପନୀତ ହୋଇଛି । ଅତଳ ସମୁଦ୍ର ଗର୍ଭରେ ବାସ କରୁଥିବା ସୂକ୍ଷ୍ମ ଜୀବଗୁଡ଼ିକର ମୃତ୍ୟୁ ହେଉଛି । କାଳକ୍ରମେ ସେଗୁଡ଼ିକ ନିଶ୍ଚିହ୍ନ ହୋଇଯିବା ଆଶଙ୍କା ଉପୁଜିଛି । ବିଶ୍ଵବ୍ୟାପୀ ୧୬୦ ବୈଜ୍ଞାନିକଙ୍କ ଦ୍ଵାରା ପ୍ରସ୍ତୁତ ଏକ ଐତିହାସିକ ରିପୋର୍ଟରୁ ଏହି ଭୟାନକ ଚିତ୍ର ମିଳିଛି । ରିପୋର୍ଟ ଦର୍ଶାଇଛି, ମାନବ ଦିନକୁ ଦିନ ଅଧିକ ଜୀବାଶ୍ମ ଇନ୍ଧନ ଜାଳିବାରେ ଲାଗିଛି । ଏହାର ମାତ୍ରା ବଢ଼ି ବାରୁ ତାପମାତ୍ରା ବୃଦ୍ଧି ପାଉଛି । ଏହାଯୋଗୁ ସାଙ୍ଘାତିକ ଗ୍ରାଷ୍ମ ପ୍ରବାହ, ଅସ୍ବାଭାବିକ ବନ୍ୟା, ମରୁଡ଼ି ଓ ବନାଗ୍ନି ଭଳି ଘଟଣା ଦେଖିବାକୁ ମିଳିଲାଣି । କ୍ରମେ ଏହା ସ୍ଵାଭାବିକ ଘଟଣା ହେବାରେ ଲାଗିଛି । ତେବେ ଦିଗ୍ବଳୟରେ ଏହାର ପ୍ରଭାବ ଆହୁରି ଅଧିକ ରହିଛି । ଏମିତି କି ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ବର ମହତ୍ତ୍ଵପୂର୍ଣ ପ୍ରଣାଳୀ ବି ବିପଦମୁଖୀ । ଆମାଜନ୍ ବର୍ଷାଜଙ୍ଗଲଠାରୁ ପୋଲାର୍ ବରଫ ଚାଦର ପର୍ଯ୍ୟନ୍ତ ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ବିଶ୍ୱବ୍ୟାପୀ ଏହା ଭୟଙ୍କର ବିନାଶଲୀଳାର ସଙ୍କେତ ଦେଇଛି ।
ଏଥିପାଇଁ ମଣିଷ ଦାୟୀ
ଜଳବାୟୁ ପରିବର୍ତ୍ତନ ପାଇଁ ମଣିଷ ସମାଜକୁ ଦାୟୀ କରାଯାଉଛି । ମଣିଷ ସମାଜ ପରିବେଶ ସହ ଖେଳ ଖେଳୁଛି । ବହିଯାଉଥିବା ନଦୀର ବାଟ ଓଗାଳୁଛି । ଡ୍ୟାମ ବନାଇ ନଦୀଗୁଡ଼ିକର ଧାରାକୁ ଶୁଖାଇଦେଉଛି । ନିଜ ସ୍ବାର୍ଥ ପାଇଁ ଜଙ୍ଗଲ କାଟୁଛି । ଦାମୀ କାଠ ପାଇଁ ଘଞ୍ଚ ଜଙ୍ଗଲକୁ ନଷ୍ଟ କରାଯାଉଛି । ଟଙ୍କା ଲୋଭରେ ବେଆଇନ୍ ଭାବେ ଶହ ଶହ ଗଛ ହାଣି ଚୋରା ଚାଲାଣ କରୁଛି । ଚମଡ଼ା, ଦାନ୍ତ, ନଖ ଆଦି ପାଇଁ ନିରିହ ଜଙ୍ଗଲି ଜନ୍ତୁଙ୍କୁ ମାରିପକାଉଛି । ଯାହାର ବଡ଼ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ସେଥିପାଇଁ ତ ଉତ୍ତରାଖଣ୍ଡ ସମେତ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା, ବର୍ଷା, ବାତ୍ୟା ଭଳି ତାଣ୍ଡବ ଦେଖିବାକୁ ମିଳୁଛି । ଏହାତ କିଛି ନୁହେଁ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନର ଭୟଙ୍କର ସ୍ଥିତି ଦେଖିବାକୁ ମିଳିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରାକାଶ କରିଛନ୍ତି । ତେଣୁ ଏବେ ବି ସମୟ ଅଛି, ନିଜକୁ ସୁଧାରି ପରିବେଶର ଯତ୍ନ ନେବାକୁ ପଡ଼ିବ । ପରିବେଶ ସୁସ୍ଥ ରହିଲେ ମଣିଷ ଓ ଜୀବଜଗତ ସୁସ୍ଥ ରହିବ...