ଅଧପନ୍ତରିଆ ରାସ୍ତା ଦେଉଛି ଯନ୍ତ୍ରଣା;ସମନ୍ବୟ ଅଭାବରୁ କାର୍ଯ୍ୟ ବିଳମ୍ବ ଅଭିଯୋଗ

୨୦୨୨ରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟର ଅବଧି ଥିଲା ଏକ ବର୍ଷ । ହେଲେ ୩ ବର୍ଷ ବିତିଲା ପରେ ବି କାମ ସରୁନି ।

RoadProblem

RoadProblem Photograph: (kanak news)

କନକ ବ୍ୟୁରୋ : ଗାଁ ଲୋକଙ୍କ ଗମନାଗମନ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଲା । ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଅବଧି ସରିବା ପରେ ବି ରାସ୍ତା କାମ ସରୁନି । ଏଭଳି ଖବର ଆସିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରୁ । ରଘୁନାଥପୁର ବ୍ଲକର ଧରାଧରପୁର ମଲ୍ଲିକ ସାହି ଠାରୁ ଗୁହାଳିପୁର ପର୍ଯ୍ୟନ୍ତ ୪ କିମି ରାସ୍ତା ନିର୍ମାଣ ଚାଲିଛି । ୨୦୨୨ରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟର ଅବଧି ଥିଲା ଏକ ବର୍ଷ । ହେଲେ ୩ ବର୍ଷ ବିତିଲା ପରେ ବି କାମ ସରୁନି । କାରଣ ରାସ୍ତାଟି କଟକ-ପାରାଦୀପ ରେଳ ଧାରଣାକୁ ଅତିକ୍ରମ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଅନୁମତି ମିଳୁନି । ଫଳରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ରାସ୍ତାର ଭବିଷ୍ୟତ ।

ଆହୁରି ପଢ଼ନ୍ତୁ : ପିଲାବେଳୁ ବାପା ମାଆଙ୍କୁ ହରାଇଥିଲେ, ୫ ଥର ଫେଲ୍‌ ହୋଇ ବନିଲେ IPS 

ଏହି ରାସ୍ତା ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ରଘୁନାଥପୁର ବ୍ଲକକୁ ସଂଯୋଗ କରିବା । ଏତ୍‌ଦ ବ୍ୟତୀତ ୫ଟି ପଞ୍ଚାୟତର ଲୋକ ଉପକୃତ କରାଇବା । ହେଲେ ରାସ୍ତା ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବା ବେଳେ ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ଦେଖାଦର୍ଶନ ମିଳୁନି ! ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଖୁବଶୀଘ୍ର ରାସ୍ତା ଅଗ୍ରଗତି ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ଅଧିକାରୀ । ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନଭାବର ଫଳ ଭୋଗୁଛନ୍ତି ସାଧାରଣ ଜନତା। ଏଣୁ ଏହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe