କନକ ବ୍ୟୁରୋ : ଗାଁ ଲୋକଙ୍କ ଗମନାଗମନ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଲା । ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଅବଧି ସରିବା ପରେ ବି ରାସ୍ତା କାମ ସରୁନି । ଏଭଳି ଖବର ଆସିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରୁ । ରଘୁନାଥପୁର ବ୍ଲକର ଧରାଧରପୁର ମଲ୍ଲିକ ସାହି ଠାରୁ ଗୁହାଳିପୁର ପର୍ଯ୍ୟନ୍ତ ୪ କିମି ରାସ୍ତା ନିର୍ମାଣ ଚାଲିଛି । ୨୦୨୨ରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟର ଅବଧି ଥିଲା ଏକ ବର୍ଷ । ହେଲେ ୩ ବର୍ଷ ବିତିଲା ପରେ ବି କାମ ସରୁନି । କାରଣ ରାସ୍ତାଟି କଟକ-ପାରାଦୀପ ରେଳ ଧାରଣାକୁ ଅତିକ୍ରମ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଅନୁମତି ମିଳୁନି । ଫଳରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ରାସ୍ତାର ଭବିଷ୍ୟତ ।
ଆହୁରି ପଢ଼ନ୍ତୁ : ପିଲାବେଳୁ ବାପା ମାଆଙ୍କୁ ହରାଇଥିଲେ, ୫ ଥର ଫେଲ୍ ହୋଇ ବନିଲେ IPS
ଏହି ରାସ୍ତା ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ରଘୁନାଥପୁର ବ୍ଲକକୁ ସଂଯୋଗ କରିବା । ଏତ୍ଦ ବ୍ୟତୀତ ୫ଟି ପଞ୍ଚାୟତର ଲୋକ ଉପକୃତ କରାଇବା । ହେଲେ ରାସ୍ତା ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବା ବେଳେ ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ଦେଖାଦର୍ଶନ ମିଳୁନି ! ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଖୁବଶୀଘ୍ର ରାସ୍ତା ଅଗ୍ରଗତି ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ଅଧିକାରୀ । ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନଭାବର ଫଳ ଭୋଗୁଛନ୍ତି ସାଧାରଣ ଜନତା। ଏଣୁ ଏହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/10/roadproblem-2025-11-10-17-44-37.jpg)