କନକ ବ୍ୟୁରୋ; ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରି ୭-୮ ତାରିଖରେ ମାଲେସିଆ ଗସ୍ତରେ ଯିବେ । ଏହା ମୋଦୀଙ୍କ ତୃତୀୟ ମାଲେସିଆ ଗସ୍ତ ହେବ । ଅଗଷ୍ଟ ୨୦୨୪ରେ ଭାରତ-ମାଲେସିଆ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗିତାକୁ ଉନ୍ନୀତ କରିବା ପରଠାରୁ ଏହା ମୋଦୀଙ୍କ ପ୍ରଥମ ମାଲେସିଆ ଗସ୍ତ ହେବ । ଗସ୍ତ ସମୟରେ ମୋଦୀ ଏବଂ ଅନୱର ଇବ୍ରାହିମ ଭାରତ-ମାଲେସିଆ ସମ୍ପର୍କର ବିଭିନ୍ନ କ୍ଷେତ୍ରକୁ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି ।
ଅଧିକ ପଢନ୍ତୁ: ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ, ନରୱଣେଙ୍କ ଅପ୍ରକାଶିତ ବହିକୁ ନେଇ ଗୃହରେ ଝଡ଼ ଭିତରେ ଗୃହରେ ଭାଷଣ ଦେବେ ନରେନ୍ଦ୍ର ମୋଦୀ
ମୋଦୀ ଏହି ଗସ୍ତବେଳେ ମାଲେସିଆରେ ରହୁଥିବା ଭାରତୀୟ ସମୁଦାୟ ଲୋକ, ଶିଳ୍ପ ଓ ବ୍ୟବସାୟ ଜଗତର ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସହିତ ଦଶମ ଭାରତ-ମାଲେସିଆ ସିଇଓ ଫୋରମ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ଓ ମାଲେସିଆ ମଧ୍ୟରେ ଐତିହାସିକ, ସାଂସ୍କୃତି ତଥା ସଭ୍ୟତାଗତ ସମ୍ପର୍କ ରହିଛି । ଏହାସହିତ ମାଲେସିଆରେ ୨.୯ ନିୟୁତ ଭାରତୀୟଙ୍କ ଉପସ୍ଥିତି ଏହି ସମ୍ପର୍କକୁ ଅଧିକ ମଜଭୁତ କରିଥାଏ। ବିଦେଶରେ ରହୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ଏହା ତୃତୀୟ ସର୍ବାଧିକ। ଅଧିକାରୀମାନେ କହିଛନ୍ତି ଯେ ଏହି ଗସ୍ତ ଉଭୟ ନେତାଙ୍କୁ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ସାମୁଦ୍ରିକ ସହଯୋଗ, ଡିଜିଟାଲ୍ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟା, ଶକ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ସାଂସ୍କୃତିକ ତଥା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ସହଯୋଗ ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିବ । ଆଲୋଚନାରେ ବ୍ୟକ୍ତି ବ୍ୟକ୍ତି ସମ୍ପର୍କକୁ ମଜବୁତ କରିବା ଏବଂ ପାରସ୍ପରିକ ଲାଭ ପାଇଁ ଭବିଷ୍ୟତର ସମ୍ପର୍କ ପାଇଁ ଏକ ମାର୍ଗ ପ୍ରସ୍ତୁତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/05/pmmodi-2026-02-05-12-48-00.jpg)