କନକ ବ୍ୟୁରୋ : ସେମିକଣ୍ଡକ୍ଟର୍ କ୍ଷେତ୍ରରେ ଭାରତର ଅଗ୍ରଗତି ଅସାଧାରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀରେ ଯଶୋଭୂମିରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ-୨୦୨୫’ କନଫରେନ୍ସରେ ଭାରତର ବିଶ୍ୱବ୍ୟାପୀ ସେମିକଣ୍ଡକ୍ଟର୍ ଇକୋସିଷ୍ଟମ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ତିନି ଦିନର କାର୍ଯ୍ୟକ୍ରମରେ ୪୮ଟି ଦେଶରୁ ୨,୫୦୦ରୁ ଅଧିକ ପ୍ରତିନିଧି, ୧୫୦ରୁ ଅଧିକ ସ୍ପିକର ଯୋଗଦେଇଛନ୍ତି । ମୋଦୀ କହିଛନ୍ତି, ବିଶ୍ୱ ଭାରତକୁ ବିଶ୍ୱାସ କରେ ଏବଂ ସେମିକଣ୍ଡକ୍ଟର୍ର ଭବିଷ୍ୟତ ନିର୍ମାଣ ପାଇଁ ପ୍ରସ୍ତୁତ । ଏହି କନ୍ଫରେନ୍ସରେ ସେମିକଣ୍ଡକ୍ଟର୍ ଫ୍ୟାବ୍, ଆଡଭାନ୍ସଡ୍ ପ୍ୟାକେଜିଂ, ଏଆଇ, ଆର୍ ଏଣ୍ଡ୍ ଡି, ସ୍ମାର୍ଟ୍ ମ୍ୟାନୁଫ୍ୟାକ୍ଚରିଂ ଏବଂ ନିବେଶ ସୁଯୋଗ ଉପରେ ଚର୍ଚ୍ଚା ହେବ । ଭାରତର ସେମିକଣ୍ଡକ୍ଟର୍ ବଜାର ୨୦୩୦ ସୁଦ୍ଧାରେ ୧୦୦-୧୧୦ ବିଲିୟନ୍ ଡଲାର୍ରେ ପହଞ୍ଚିବାକୁ ଅନୁମାନ କରାଯାଉଛି । ଏହା ଭାରତକୁ ବିଶ୍ୱର ପରବର୍ତ୍ତୀ ସେମିକଣ୍ଡକ୍ଟର୍ ଶକ୍ତିକେନ୍ଦ୍ରରେ ପରିଣତ କରିବ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୋଦୀଙ୍କୁ ପ୍ରଥମ ଭାରତରେ ନିର୍ମିତ ଚିପ୍ ପ୍ରଦାନ କରିଛନ୍ତି । ବୈଷ୍ଣବ ମଧ୍ୟ ମୋଦୀଙ୍କୁ ବିକ୍ରମ ୩୨-ବିଟ୍ ପ୍ରୋସେସର ଏବଂ ଚାରୋଟି ଅନୁମୋଦିତ ପ୍ରକଳ୍ପର ପରୀକ୍ଷା ଚିପ୍ ପ୍ରଦାନ କରିଛନ୍ତି ।
ବିଶ୍ୱ ଭାରତକୁ ବିଶ୍ୱାସ କରେ, ନିର୍ମାଣ ପାଇଁ ପ୍ରସ୍ତୁତ
ସେମିକଣ୍ଡକ୍ଟର୍ କ୍ଷେତ୍ରରେ ଭାରତର ଅଗ୍ରଗତି ଅସାଧାରଣ
ବିଶ୍ୱ ଭାରତକୁ ବିଶ୍ୱାସ କରେ, ସେମିକଣ୍ଡକ୍ଟର୍ର ଭବିଷ୍ୟତ ନିର୍ମାଣ ପାଇଁ ପ୍ରସ୍ତୁତ
ଭାରତର ଚିପ୍ ବିଶ୍ୱରେ ସବୁଠାରୁ ବଡ଼ ପରିବର୍ତ୍ତନ ଆଣିବ
ଭାରତ ସେମିକଣ୍ଡକ୍ଟର୍ ନିର୍ମାଣରେ ଆତ୍ମନିର୍ଭର ହେବାକୁ ପ୍ରସ୍ତୁତ
ସେମିକଣ୍ଡକ୍ଟର୍ ଆତ୍ମନିର୍ଭରତା ଜାତୀୟ ସୁରକ୍ଷା ଏବଂ ଅର୍ଥନୀତି ପାଇଁ ଜରୁରୀ
ସେମିକନ୍ ଇଣ୍ଡିଆ ସମ୍ମିଳନୀ-୨୦୨୫ର ଶୁଭାରମ୍ଭ: ଦିଲ୍ଲୀ ଯଶୋଭୂମିରେ ୩ ଦିନିଆ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସେମିକଣ୍ଡକ୍ଟର୍ କ୍ଷେତ୍ରରେ ଭାରତର ଅଗ୍ରଗତି ଅସାଧାରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀରେ ଯଶୋଭୂମିରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ-୨୦୨୫’ କନଫରେନ୍ସରେ ଭାରତର ବିଶ୍ୱବ୍ୟାପୀ ସେମିକଣ୍ଡକ୍ଟର୍ ଇକୋସିଷ୍ଟମ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
/kanak/media/media_files/2025/09/02/23-2025-09-02-16-38-09.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)