କନକ ବ୍ୟୁରୋ : ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ରହିଛି ବିପଦ । ଏପରି ଆଶଙ୍କା କରିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର । ତେଣୁ ତାଙ୍କୁ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର ପାଇଁ ସେ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । ପିଣ୍ଟୁ ଦାସଙ୍କ ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତମାନେ ବି ଏହି ଜେଲ୍ରେ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଜେଲର ଦର୍ଶାଇଛନ୍ତି ।
ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ ପରେ ସାରା ଓଡ଼ିଶା ସ୍ତବ୍ଧ । ଏଥିପାଇଁ ଯେ ୟୁପି, ବିହାର ଭଳି ଓଡ଼ିଶାକୁ ଛୁଇଁଦେଲା ସୁପାରି ହତ୍ୟାକାଣ୍ଡ ରାଜନୀତି । ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ନେତା ଅପରାଧୀଙ୍କୁ ବ୍ୟବହାର କରି କିଲର୍ ସାଜିବେ । ବିକ୍ରମଙ୍କ ଗିରଫଦାରି ପରେ ଏକଥା ଏବେ ସବୁଠି ଆଲୋଚନା ହେଉଛି । ନିର୍ବାଚନ ସମୟରେ ନେତାଙ୍କ ଭିତରେ ଲଢ଼େଇରେ କିଛି ନୂଆ ନାହିଁ । ବୟାନବାଜି ଚାଲେ, କଥା କଟାକଟି ବି । ହେଲେ ଏବେ ରାଜ୍ୟ ରାଜନୀତିର ସଂଜ୍ଞା ବଦଳିଛି । ପ୍ରସଙ୍ଗ ଭିତ୍ତିକ ଲଢ଼େଇ ବଦଳରେ ସ୍ୱାର୍ଥ ହାସଲ ଲାଗି ଅପରାଧୀଙ୍କ ସହାୟତା ନେଲେଣି ରାଜନେତା ।
ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ଉନ୍ମୋଚନ ପରେ ଓଡ଼ିଶା ରାଜନୀତିରେ ବଢ଼ୁଥିବା କଳୁଷିତ ଏ ଅଧ୍ୟାୟ ରାଜନେତାଙ୍କ ନିଦ ହଜାଇଦେଇଛି । ରାଜନୈତିକ ପ୍ରତିଦ୍ୱନ୍ଦ୍ୱିଙ୍କୁ ହଟାଇବାକୁ ବିହାର, ୟୁପି ଭଳି ସୁପାରିକିଲରଙ୍କ ସହାୟତା ନେଲେଣି ଏକଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗିରଫଦାରି ପରେ ସ୍ପଷ୍ଟ । ଫିଲ୍ମର କାହାଣୀ ଭଳି ଲାଗୁଥିଲେ ହେଁ ଲକ୍ଷଲକ୍ଷ ଟଙ୍କାର ସୁପାରି ଦେଇ ବାଟରୁ ହଟାଇବାକୁ ବିକ୍ରମ ଯେଭଳି ଷଡ୍ଯନ୍ତ୍ର କଲେ, ତାହା ଅନ୍ୟ ନେତାଙ୍କ ମୁଣ୍ଡକୁ ଗୋଳମାଳ କରିଦେଲେଣି । ଓଡ଼ିଶା ରାଜନୀତିର ଏହି ଅଲୋଡା ଟ୍ରେଣ୍ଡକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବି ହତବାକ୍ ।
ବ୍ରହ୍ମପୁର ଏହି ଘଟଣା ପରେ ପୁଣି ଚର୍ଚ୍ଚାକୁ ଫେରିଛି ନେତାଙ୍କ ଅପରାଧ ପ୍ରସଙ୍ଗ । ଏଡିଆର ରିପୋର୍ଟ ଅନୁସାରେ ଓଡ଼ିଶାର ୧୪୭ ବିଧାୟକଙ୍କ ମଧ୍ୟରୁ ୮୫ ଜଣଙ୍କ ବିରୋଧରେ ରହିଛି ଆପରାଧିକ ମାମଲା । ୨୪ଜଣ ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗିନ୍ ମାମଲା ରହିଛି । ଜଣେ ବିଧାୟକ ଦୁଷ୍କର୍ମ ଅଭିଯୋଗରେ ଛନ୍ଦି ହୋଇଛନ୍ତି । ୧୬ଜଣ ବିଧାୟକଙ୍କ ବିରୋଧରେ ରହିଛି ମହିଳା ବିରୋଧୀ ଅପରାଧ ମାମଲା । ଅପରାଧ ଜାଲରେ ଅଛନ୍ତି ୧୬ମନ୍ତ୍ରୀ । ଜାତୀୟ ସ୍ତରରେ ଏହି ପରିସଂଖ୍ୟାନ କଥା ନ କହିବା ଭଲ । ପୀତବାସ ହତ୍ୟାକାଣ୍ଡ ପରେ ଅପରାଧ ଅଭିଯୋଗ ଥିବା ନେତାଙ୍କୁ ପ୍ରତ୍ୟାଖ୍ୟାନ କରିବେ କି ଭୋଟର୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/24/pitabas-panda-murder-case-2025-10-24-10-16-14.jpg)