Photograph: (kanaknews)
କନକବ୍ୟୁରୋ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଜି ହେଉଛି ଜନ୍ମଦିନ । ମୁଖ୍ୟମନ୍ତ୍ରୀଙ୍କ ଆଜି ୫୩ ତମ ଜନ୍ମଦିବସ । ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋହନ ମାଝିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଓଡ଼ିଶାର କଠିନ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜୀଙ୍କୁ ଜନ୍ମଦିନ ଅଭିନନ୍ଦନ। ଓଡ଼ିଶାର ବିକାଶ ପଥକୁ ଆହୁରି ତ୍ବରାନ୍ବିତ କରିବା ଏବଂ ରାଜ୍ୟର ଯୁବପିଢ଼ିକୁ ସଶକ୍ତ କରିବା ପାଇଁ ତାଙ୍କର ଅସାଧାରଣ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।
ବାଲାଂଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା : ୧୮ ଦିନରେ ଗଲାଣି ୬ ହିନ୍ଦୁଙ୍କ ଜୀବନ
ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ କର୍ମୀ, ନେତୃବୁନ୍ଦଙ୍କ ସମେତ ସାରା ଦେଶରୁ ତାଙ୍କୁ ଜନ୍ମଦିନ ପାଇଁ ଶୁଭେଚ୍ଛାର ବାର୍ତ୍ତା ଆସୁଛି । ସାଢେ ୪ କୋଟି ଓଡ଼ିଆଙ୍କ ମୁଖିଆଙ୍କୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଜନ୍ମଦିନ ପାଇଁ ଶୁଭକାମନା ଜଣାଉଛନ୍ତି । ଜଣେ ସରଳ ବ୍ୟକ୍ତିତ୍ୱ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ୨୦୨୪ରେ କେନ୍ଦୁଝର ବିଧାନସଭା ଆସନରୁ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ ।
Follow Us