କନକବ୍ୟୁରୋ : ବାଲାଂଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା । ଗ୍ରୋସରୀ ଦୋକାନୀ ମୋନି ଚକ୍ରବର୍ତ୍ତିଙ୍କୁ ହାଣିଦେଲେ ହିଂସାକାରୀ । ୨୪ ଘଣ୍ଟାରେ ଦୁଇ ହିନ୍ଦୁଙ୍କୁ ହତ୍ୟା କଲେଣି ଦଙ୍ଗାକରୀ । ୧୮ ଦିନରେ ଗଲାଣି ୬ ହିନ୍ଦୁଙ୍କ ଜୀବନ । ସଂଖ୍ୟାଲଘୁଙ୍କ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି ଦଙ୍ଗାକାରୀ। ମୋନିଙ୍କୁ ହତ୍ୟା କରାଯିବାର କିଛି ଘଣ୍ଟା ପୂର୍ବରୁ, ଯଶୋର ଜିଲ୍ଲାରେ ଜଣେ ୪୫ ବର୍ଷୀୟ କାରଖାନା ମାଲିକ ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ରାଣା ପ୍ରତାପ ଏକ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଥିଲେ। କିଛି ଲୋକ ତାଙ୍କ ମୁଣ୍ଡରେ ଗୁଳି ମାଡ଼ କରିଥିଲେ। ଏହା ସହିତ ତାଙ୍କ ଗଳା ମଧ୍ୟ କାଟି ଦେଇଥିଲେ।
ଡାକ୍ତରଙ୍କ ୨ ଘଣ୍ଟା ଓପିଡି ବନ୍ଦ ଯୋଗୁ ହନ୍ତସନ୍ତ ଲୋକେ : ସକାଳ ୯ରୁ ୧୧ ପର୍ଯ୍ୟନ୍ତ ଓପିଡି ବନ୍ଦ
ପଡ଼ୋଶୀ କେଶବପୁର ଉପ-ଜିଲ୍ଲାର ଜଣେ ସ୍କୁଲ ଶିକ୍ଷକଙ୍କ ପୁଅ ପ୍ରତାପ ଦୁଇ ବର୍ଷ ଧରି କୋପାଳିଆ ବଜାରରେ ଏକ ବରଫ କାରଖାନା ଚଳାଉଥିଲେ। ସୋମବାର ସନ୍ଧ୍ୟାରେ କିଛି ଲୋକ ତାଙ୍କୁ ବରଫ କାରଖାନାରୁ ଡାକି ଏକ ଗଳିକୁ ନେଇ ଗୁଳି କରିଥିଲେ ।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଆକ୍ରମଣକାରୀମାନେ ଏକ ମୋଟରସାଇକେଲରେ ଆସିଥିଲେ ଏବଂ ପ୍ରତାପଙ୍କ ସହ ଯୁକ୍ତିତର୍କ କରିଥିଲେ, ତାଙ୍କ ମୁଣ୍ଡକୁ ଅନେକ ରାଉଣ୍ଡ ଗୁଳି କରି ପଳାଇ ଯାଇଥିଲେ।
ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ପ୍ରତାପଙ୍କ ମୁଣ୍ଡରେ ତିନିଟି ଗୁଳି ବାଜିଥିଲା। ସେ କହିଛନ୍ତି, କିଏ ଏଥିରେ ସମ୍ପୃକ୍ତ ତାହାର ତଦନ୍ତ ଆମେ କରୁଛୁ । ଶନିବାର ଦିନ, ଝିନାଇଦା ଜିଲ୍ଲାରେ ଜଣେ ହିନ୍ଦୁ ମହିଳାଙ୍କ ସହ ଦୁଇଜଣ ପୁରୁଷ ଦୁଷ୍କର୍ମ କରିଥିଲେ । ସେମାନେ ତାଙ୍କଠାରୁ ଟଙ୍କା ମଧ୍ୟ ଦାବି କରିଥିଲେ। ଯେତେବେଳେ ସେ ଚିତ୍କାର କରିଥିଲେ, ସେମାନେ ତାଙ୍କୁ ଏକ ଗଛରେ ବାନ୍ଧି ତାଙ୍କ କେଶ କାଟି ଦେଇଥିଲେ। ଏହି ବର୍ବର କାର୍ଯ୍ୟକୁ ରେକର୍ଡିଂ କରାଯାଇ ସୋସିଆଲ ମିଡିଆରେ ଏହାର ଭିଡିଓ ପ୍ରସାରିତ କରିଥିଲେ। ମହିଳା ଜଣକ ଚେତାଶୂନ୍ୟ ହୋଇ ପଡ଼ି ରହିଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ।
ପୂର୍ବରୁ ଜାନୁଆରି ୩ ତାରିଖରେ,୫୦ ବର୍ଷୀୟ ଖୋକନ ଚନ୍ଦ୍ର ଦାସଙ୍କୁ ନିର୍ମମ ଆକ୍ରମଣ ପରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା। ଏହା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଡିସେମ୍ବର ୨୪ ତାରିଖରେ, ରାଜବାରୀ ସହରର ପାଂଶା ଉପଜିଲ୍ଲାରେ ଆଉ ଜଣେ ହିନ୍ଦୁ ବ୍ୟକ୍ତି ଅମୃତ ମଣ୍ଡଳଙ୍କୁ ଦାଦାବଟି ଆଦାୟ ଅଭିଯୋଗରେ ପିଟି ହତ୍ୟା କରାଯାଇଥିଲା।
ପୂର୍ବରୁ ଡିସେମ୍ବର ୧୮ ତାରିଖରେ, ମୈମନସିଂ ସହରରେ, ୨୫ ବର୍ଷୀୟ ଦୀପୁ ଚନ୍ଦ୍ର ଦାସଙ୍କୁ ଈଶା ନିନ୍ଦା ଅଭିଯୋଗରେ ଭିଡ଼ ଦ୍ବାରା ପିଟି ପିଟି ହତ୍ୟା କରାଯାଇଥିଲା ଏବଂ ତାଙ୍କ ମୃତଦେହକୁ ପୋଡ଼ି ଦିଆଯାଇଥିଲା।
ଏକ ପୃଥକ ଘଟଣାରେ, ଡିସେମ୍ବର ୨୩ତାରିଖରେ ଚିଟାଙ୍ଗର ଉପକଣ୍ଠରେ ଥିବା ରାଉଜାନ ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତିମାନେ କାତାରରେ କାମ କରୁଥିବା ପ୍ରବାସୀ ଶ୍ରମିକ ଶୁଖ ଶିଲ୍ ଏବଂ ଅନିଲ୍ ଶିଲ୍ଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ତେବେ ଘରର ଲୋକମାନେ କୌଣସି ମତେ ଜୀବନ ବଞ୍ଚାଇବାକୁ ସଫଳ ହୋଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/06/bangldesh-2026-01-06-11-20-41.jpg)