ସରିଲା ଖେଳାଳି ରିଟେନ୍ ଆଉ ରିଲିଜ୍: କାହା ପାଖରେ ରହିଲା କେତେ ଟଙ୍କା?

କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପାଖରେ ସର୍ବାଧିକ ଟଙ୍କା ଅଛି । କେକେଆର ଆକାଉଣ୍ଟରେ ୬୪.୩୦ କୋଟି ଟଙ୍କା ବାକି ଅଛି । ତିନିଥରର ଚାମ୍ପିଅନ୍ କେକେଆର ନିଲାମରେ ସର୍ବାଧିକ ୧୩ ଖେଳାଳି (୬ ବିଦେଶୀ) କିଣି ପାରିବେ ।

IPL Retentaion

IPL Retentaion Photograph: (Kanak News)

କନକ ବ୍ୟୁରୋ: ଆଇପିଏଲ୍ ୨୦୨୬ ପାଇଁ ମିନି ନିଲାମ ପୂର୍ବରୁ, ସମସ୍ତ ୧୦ ଟି ଦଳ ସେମାନଙ୍କର ରିଟେନସନ୍ ଏବଂ ରିଲିଜ୍ ହୋଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି । ଶନିବାର ପ୍ରକାଶିତ ତାଲିକାରେ ଅନେକ ବଡ ଖେଳାଳିଙ୍କ ସହିତ ସମ୍ପର୍କ ଛିନ୍ନ କରିଛନ୍ତି ଦଳ । ଅନ୍ୟପକ୍ଷରେ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା ଏବଂ ନୀତୀଶ ରାଣାଙ୍କ ସମେତ ୮ ଜଣ ଖେଳାଳିଙ୍କୁ ଟ୍ରେଡ୍ କରାଯାଇଥିଲା । ବର୍ତ୍ତମାନ ଆସନ୍ତା ସିଜନ୍ ପାଇଁ ପରବର୍ତ୍ତୀ ମାସରେ ନିଲାମ ଅନୁଷ୍ଠିତ ହେବ । ନିଲାମ ଡିସେମ୍ବର ୧୬ ରେ ଆବୁଧାବିରେ ହେବ। ଆସନ୍ତୁ, ଆଇପିଏଲ୍ ରିଟେନସନ୍ ପରେ ନିଲାମ ପାଇଁ ପ୍ରତ୍ୟେକ ଦଳ ପାଖରେ କେତେ ଟଙ୍କା ବାକି ଅଛି ତାହା ଆପଣଙ୍କୁ କହିବୁ ।

କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପାଖରେ ସର୍ବାଧିକ ଟଙ୍କା ଅଛି । କେକେଆର ଆକାଉଣ୍ଟରେ ୬୪.୩୦ କୋଟି ଟଙ୍କା ବାକି ଅଛି । ତିନିଥରର ଚାମ୍ପିଅନ୍ କେକେଆର ନିଲାମରେ ସର୍ବାଧିକ ୧୩ ଖେଳାଳି (୬ ବିଦେଶୀ) କିଣି ପାରିବେ । କେକେଆର ନିଲାମ ପୂର୍ବରୁ ଆନ୍ଧ୍ରେ ରସେଲ ଏବଂ ଭେଙ୍କଟେଶ ଆୟରଙ୍କ ସମେତ ପାଞ୍ଚଜଣ ଖେଳାଳିଙ୍କୁ ରିଲିଜ୍ କରିଥିଲା ଏବଂ ମୟଙ୍କ ମାର୍କାଣ୍ଡେଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଡ୍ କରିଥିଲା। କେକେଆର ବ୍ୟତୀତ ଚେନ୍ନାଇ ସୁପର କିଙ୍ଗ୍ସର ପର୍ସ ମଧ୍ୟଭାରି ଅଛି । ସିଏସକେ ପାଖରେ ବର୍ତ୍ତମାନ ୪୩.୪୦ କୋଟି ଟଙ୍କା ବାକି ଅଛି ।

ଆହୁରି ପଢ଼ନ୍ତୁ... ଖେଳାଳିଙ୍କ ଉପରେ ଚାଲିଛି ରେପ୍ କେସ୍, ତଥାପି ରିଟେନ୍ ରଖିଲା ଆରିସିବି

ଚେନ୍ନାଇ ଦଳ ନିଲାମରେ ମୋଟ ୯ ଜଣ ଖେଳାଳିଙ୍କୁ ନିଜ ସହିତ ଯୋଡି ପାରିବ । ଏହା ପାଖରେ ଚାରୋଟି ବିଦେଶୀ ସ୍ଲଟ୍ ଅଛି । ସିଏସକେ ରଚିନ୍ ରବୀନ୍ଦ୍ର, ଡେଭନ୍ କନୱେ, ବିଜୟ ଶଙ୍କର ଏବଂ ମାଥିଶା ପାଥିରାନାଙ୍କ ସମେତ ୧୦ ଜଣ ଖେଳାଳିଙ୍କୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛି । ସିଏସକେରୁ ଜାଡେଜାଙ୍କ ବ୍ୟତୀତ ସାମ କରଣଙ୍କୁ ରାଜସ୍ଥାନ ରୟାଲ୍ସ ଟ୍ରେଡ୍ କରିଥିଲା । ପାଞ୍ଚଥର ଆଇପିଏଲ୍ ଟାଇଟଲ୍ ଜିତିଥିବା ସିଏସକେ ଗତ ସିଜନରେ ଫେଲ୍ ମାରିଥିଲା । ଗତ ବର୍ଷ ଦଳ ପଏଣ୍ଟ ଟେବୁଲରେ ଦଶମ ସ୍ଥାନରେ ନିଜ ଅଭିଯାନ ଶେଷ କରିଥିଲା । 

କହିରଖୁଛୁ ଯେ କେବଳ ପାଞ୍ଚଟି ଦଳର ପର୍ସ ୨୦ କୋଟିରୁ ଅଧିକ ଅଛି । ଆଇପିଏଲ୍ ୨୦୨୫ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଖରେ ୧୬.୪୦ କୋଟି ଟଙ୍କା ଅଛି । ରନର୍ସ ଅପ୍ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ଆକାଉଣ୍ଟରେ ୧୧.୫୦ କୋଟି ଟଙ୍କା ବାକି ଅଛି । ଅନ୍ୟପକ୍ଷରେ, ପାଞ୍ଚଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ପର୍ସରେ ସର୍ବନିମ୍ନ ଟଙ୍କା ଅଛି। ଏମଆଇ ମାତ୍ର ୨.୭୫ କୋଟି ଟଙ୍କା ନେଇ ନିଲାମରେ ଓହ୍ଲାଇବ ଏବଂ ଶସ୍ତା କିଣାକିଣି କରିବ । ଏମଆଇ ସର୍ବାଧିକ ପାଞ୍ଚଜଣ ଖେଳାଳି କିଣି ପାରିବ, ଯେଉଁଥିରେ ଗୋଟିଏ ବିଦେଶୀ ସ୍ଲଟ୍ ଅଛି । ମୁମ୍ବାଇ ସାତଜଣ ଖେଳାଳିଙ୍କୁ ରିଲିଜ୍ କରିଥିଲା ଏବଂ ଅର୍ଜୁନ ତେନ୍ଦୁଲକରଙ୍କୁ ଏଲଏସଜି ସହିତ ଚୁକ୍ତି କରିଥିଲା ।

ଆଇପିଏଲ୍ ୨୦୨୬ ପାଇଁ ମିନି-ଅକ୍ସନ୍ ପୂର୍ବରୁ, ଦଳଗୁଡ଼ିକ ସେମାନଙ୍କର ରିଟେନ ଏବଂ ରିଲିଜ୍ ଖେଳାଳି ତାଲିକା ପ୍ରକାଶ କରିଛନ୍ତି । ଆଉ ଏବେ ନଜର ମିନି ଅକ୍ସନ ଉପରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe