ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ

Advertisment

କଲମ୍ବିଆ-ଭେନେଜୁଏଲା ସୀମାବର୍ତ୍ତୀ କାଟାଟୁମ୍ବୋ ଜଙ୍ଗଲରେ ଦୁର୍ଘଟଣା । ବିମାନରେ ଥିବା ସମସ୍ତ ୧୫ ଜଣଙ୍କର ମୃତ୍ୟୁ

କଲମ୍ବିଆ-ଭେନେଜୁଏଲା ସୀମାବର୍ତ୍ତୀ କାଟାଟୁମ୍ବୋ ଜଙ୍ଗଲରେ ଦୁର୍ଘଟଣା । ବିମାନରେ ଥିବା ସମସ୍ତ ୧୫ ଜଣଙ୍କର ମୃତ୍ୟୁ

Plane crash

Plane crash Photograph: (KanakNews)

କନକ ବ୍ୟୁରୋ: ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା । ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । କଲମ୍ବିଆ-ଭେନେଜୁଏଲା ସୀମାବର୍ତ୍ତୀ କାଟାଟୁମ୍ବୋ ଜଙ୍ଗଲରେ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । କଲମ୍ବିଆର ସରକାରୀ ବିମାନ ସେବା ସଂସ୍ଥା ‘ସାଟେନା’ ଦ୍ୱାରା ପରିଚାଳିତ ଏହି ବିମାନରେ ଥିଲେ ୧୫ ଜଣ । ସମସ୍ତଙ୍କର ମୃତ୍ୟୁ ହୋଇଛି। ବିମାନଟି ସ୍ଥାନୀୟ ସମୟ ୧୧ଟା ୪୫ରେ  କୁକୁଟାରୁ ଓକାନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏବଂ ଉଡ଼ାଣ ଭରିବାର ୨୦ ମିନିଟ୍ ପରେ ନିଖୋଜ ହୋଇଯାଇଥିଲା । 

ଅଧିକ ପଢନ୍ତୁ ; ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା, ଜାଣନ୍ତୁ ୬ଟି ସମ୍ଭାବ୍ୟ କାରଣ

ବିମାନଟି କାଟାଟୁମ୍ବୋର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉଦ୍ଧାରକାରୀ ଦଳ ଚିହ୍ନଟ କରିଛନ୍ତି । ଏହି ବିମାନରେ ୧୩ ଜଣ ଯାତ୍ରୀ ଏବଂ ୨ ଜଣ କ୍ରିଉ ସଦସ୍ୟ ଥିଲେ । ମୃତକଙ୍କ ମଧ୍ୟରେ କଲମ୍ବିଆର ଜଣେ ପ୍ରତିଷ୍ଠିତ ସାଂସଦ ଡିଓଜେନେସ୍ କ୍ୱିଣ୍ଟେରୋ ମଧ୍ୟ ରହିଛନ୍ତି । କଲମ୍ବିଆ ବାୟୁସେନା ଏବଂ ସିଭିଲ୍ ଆଭିଏସନ୍ ପକ୍ଷରୁ ତୁରନ୍ତ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । କିନ୍ତୁ ପ୍ରବଳ ବର୍ଷା, କୁହୁଡ଼ି ଏବଂ ସେହି ଅଞ୍ଚଳରେ ସକ୍ରିୟ ଥିବା ବିଦ୍ରୋହୀ ଗୋଷ୍ଠୀଙ୍କ ଭୟ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ହୋଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe