କନକ ବ୍ୟୁରୋ: ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା । ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । କଲମ୍ବିଆ-ଭେନେଜୁଏଲା ସୀମାବର୍ତ୍ତୀ କାଟାଟୁମ୍ବୋ ଜଙ୍ଗଲରେ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । କଲମ୍ବିଆର ସରକାରୀ ବିମାନ ସେବା ସଂସ୍ଥା ‘ସାଟେନା’ ଦ୍ୱାରା ପରିଚାଳିତ ଏହି ବିମାନରେ ଥିଲେ ୧୫ ଜଣ । ସମସ୍ତଙ୍କର ମୃତ୍ୟୁ ହୋଇଛି। ବିମାନଟି ସ୍ଥାନୀୟ ସମୟ ୧୧ଟା ୪୫ରେ କୁକୁଟାରୁ ଓକାନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏବଂ ଉଡ଼ାଣ ଭରିବାର ୨୦ ମିନିଟ୍ ପରେ ନିଖୋଜ ହୋଇଯାଇଥିଲା ।
ଅଧିକ ପଢନ୍ତୁ ; ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା, ଜାଣନ୍ତୁ ୬ଟି ସମ୍ଭାବ୍ୟ କାରଣ
ବିମାନଟି କାଟାଟୁମ୍ବୋର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉଦ୍ଧାରକାରୀ ଦଳ ଚିହ୍ନଟ କରିଛନ୍ତି । ଏହି ବିମାନରେ ୧୩ ଜଣ ଯାତ୍ରୀ ଏବଂ ୨ ଜଣ କ୍ରିଉ ସଦସ୍ୟ ଥିଲେ । ମୃତକଙ୍କ ମଧ୍ୟରେ କଲମ୍ବିଆର ଜଣେ ପ୍ରତିଷ୍ଠିତ ସାଂସଦ ଡିଓଜେନେସ୍ କ୍ୱିଣ୍ଟେରୋ ମଧ୍ୟ ରହିଛନ୍ତି । କଲମ୍ବିଆ ବାୟୁସେନା ଏବଂ ସିଭିଲ୍ ଆଭିଏସନ୍ ପକ୍ଷରୁ ତୁରନ୍ତ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । କିନ୍ତୁ ପ୍ରବଳ ବର୍ଷା, କୁହୁଡ଼ି ଏବଂ ସେହି ଅଞ୍ଚଳରେ ସକ୍ରିୟ ଥିବା ବିଦ୍ରୋହୀ ଗୋଷ୍ଠୀଙ୍କ ଭୟ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ହୋଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/29/plane-crash-2026-01-29-08-23-46.jpg)