ପୀତବାସ ପଣ୍ଡା ହତ୍ୟା ମାମଲା : ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ

ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ। ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିଲେ

Screenshot 2025-11-07 152245

Photograph: (KANAKNEWS)

କନକବ୍ୟୁରୋ : ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ। ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିଲେ । ଗୁରୁବାର ବିକ୍ରମଙ୍କ ଓକିଲ ଏକ ପିଟିସନ ବ୍ରହ୍ମପୁର ଏସ ଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ। ପୀତବାସ ହତ୍ୟା ମାମଲାରେ ବିକ୍ରମ ଙ୍କ ସଂପୃକ୍ତି ନାହିଁ ବୋଲି ଦାବି କରି ତାଙ୍କୁ ମାମଲାରୁ ମୁକ୍ତ ପାଇଁ ଏହି ପିଟିସନ ଦାଖଲ କରାଯାଇଥିଲା।

ଅଧିକ ପଢନ୍ତୁ ... ନୂଆପଡ଼ାରେ ନବୀନ : ରୋଡ୍‌ ସୋ ’ରେ ପ୍ରବଳ ଭିଡ଼

ଆଜି ବିପକ୍ଷରେ ୨୦୯ ଜଣ ଓକିଲ ୱକାଲତନାମା ଦାଖଲ କରିଥିବା ଜଣାପଡିଛି।  ସେପଟେ  ପୀତବାସ ପଣ୍ଡା ହତ୍ୟା ମାମଲା ।  ହାଇକୋର୍ଟରେ ଲିଖିତ ଉତ୍ତର ରଖିଲେ ବ୍ରହ୍ମପୁର ଏସ୍‌ପି ।  ଗଣମାଧ୍ୟମରେ ରଖିଥିବା ବୟାନ ଉପରେ ଜବାବ ମାଗିଥିଲେ ହାଇକୋର୍ଟ।  ଏହାକୁ ନେଇ ଲିଖିତ ଭାବେ ଉତ୍ତର ରଖିଛନ୍ତି ବ୍ରହ୍ମପୁର ଏସପି ।  

ତାଙ୍କ ବୟାନ କୁ ଅଦାଲତ ଅବମାନନା ଭାବେ କାହିଁକି ବିବେଚନା କରାଯିବ ନାହିଁ ସେ ନେଇ ଲିଖିତ ଜବାବ ଦାଖଲ କରିଛନ୍ତି ଏସ ପି । ତେବେ ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଆସନ୍ତା ୧୦ ତାରିଖ ଶୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ। 

ଅଧିକ ପଢନ୍ତୁ... ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ; ଭିତରେ ଧରାପଡ଼ିଲା ହିଡେନ୍‌ କ୍ୟାମେରା

ସେପେଟ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାର ଆସୋସିଏସନ ସମ୍ପାଦକ ଓକିଲ ସିମାଞ୍ଚଳ ନନ୍ଦ ଙ୍କୁ ମରାଣାତ୍ମକ ଆକ୍ରମଣ ! ଦୁଇ ଜଣ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିବା ସମୟରେ ସିମାଞ୍ଚଳ ହାତ ଦେଖାଇଦେବାରୁ ବାମ ହାତରେ ଆଘାତ ଲାଗିଛି, ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରି ଚିକିତ୍ସା କରାଯାଉଛି । ପୂର୍ବ ଶତ୍ରୁତା କୁ ନେଇ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଥିବାବେଳେ ପ୍ରତି ଆକ୍ରମଣ ରେ ଆକ୍ରମଣ କାରି ମଧ୍ୟ ଆହତ ହୋଇଛନ୍ତି ।  ଘଟଣା ସ୍ଥଳରେ ବୁଗୁଡ଼ା ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe