ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ପୁଲିସକୁ ମିଳିଲା ଠୋସ୍‌ ସୁରାକ, ଆଇଜି କହିଲେ ତଦନ୍ତ ଶେଷ ପର୍ଯ୍ୟାୟରେ

ଦୁଇ ଦିନ ମଧ୍ୟରେ ଓଡ଼ିଶା ଜାଣିବ କିଏ ଓ କାହିଁକି ମାରିଲା । ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ ।

ପୀତବାସ ହତ୍ୟାକାଣ୍ଡ: ଶେଷ ପର୍ଯ୍ୟାୟରେ ତଦନ୍ତ

ପୀତବାସ ହତ୍ୟାକାଣ୍ଡ: ଶେଷ ପର୍ଯ୍ୟାୟରେ ତଦନ୍ତ Photograph: (KanaKnews)

କନକ ବ୍ୟୁରୋ; ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଦିନେ ଦୁଇ ଦିନ ଭିତରେ ପଦାକୁ ଆସିବ ସତ। ପୁଲିସକୁ ଠୋସ୍‌ ସୁରାକ ମିଳିଥିବା ସୂଚନା । ଆଇଜି କହିଲେ ତଦନ୍ତ ଶେଷ ପର୍ଯ୍ୟାୟରେ। ଦୁଇ ଦିନ ମଧ୍ୟରେ ଓଡ଼ିଶା ଜାଣିବ କିଏ ଓ କାହିଁକି ମାରିଲା ।

ସାମ୍ବାଦିକ ସମ୍ମିଳନୀ କରି ସତ ଖୋଲିବ ତଦନ୍ତକାରୀ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର। ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ପୀତବାସ ପଣ୍ଡା ରାତିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଥିଲେ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe