କନକ ବ୍ୟୁରୋ; ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଦିନେ ଦୁଇ ଦିନ ଭିତରେ ପଦାକୁ ଆସିବ ସତ। ପୁଲିସକୁ ଠୋସ୍ ସୁରାକ ମିଳିଥିବା ସୂଚନା । ଆଇଜି କହିଲେ ତଦନ୍ତ ଶେଷ ପର୍ଯ୍ୟାୟରେ। ଦୁଇ ଦିନ ମଧ୍ୟରେ ଓଡ଼ିଶା ଜାଣିବ କିଏ ଓ କାହିଁକି ମାରିଲା ।
ସାମ୍ବାଦିକ ସମ୍ମିଳନୀ କରି ସତ ଖୋଲିବ ତଦନ୍ତକାରୀ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର। ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ପୀତବାସ ପଣ୍ଡା ରାତିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଥିଲେ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/21/pitabash-2025-10-21-10-38-04.jpg)