କନକ ବ୍ୟୁରୋ:ଦିନକୁ ଦିନ ଜଟିଳ ହେବାରେ ଲାଗିଛି ପୀତବାସ ହତ୍ୟା ଘଟଣା। ଅଭିଯୁକ୍ତ ଜଣେ ମହିଳାଙ୍କ ସହ ବିକ୍ରମ ପଣ୍ଡାଙ୍କ ସହ ଆପତ୍ତିଜନକ ଫଟୋ କିଭଳି ପୀତବାସଙ୍କ ପାଖକୁ ଆସିଲା, ଏହାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ। ଘଟଣାକୁ ନେଇ ଫଟୋରେ ଥିବା ମହିଳା ନିଜ ସ୍ୱିକାରୋକ୍ତିରେ ଘଟଣା ସମ୍ପର୍କରେ କହିଛନ୍ତି। ନିଜ ଦଳର ନେତ୍ରୀଙ୍କ ସହ ନିଜ ଘରେ ଅସଂଯତ ଅବସ୍ଥାରେ ଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।
ଏହାକୁ ଦେଖିଥିଲେ ତାଙ୍କରି ଦଳର ଆଉ ଜଣେ ନେତ୍ରୀ। ଆଉ ଏହି ସମୟରେ ତାଙ୍କ ଦଳର ଆଉ ଜଣେ ମହିଳା ଦେଖି ଦେଇଥିଲେ। କଥା ଏତିକି ବୋଲି ପୁଲିସକୁ ବୟାନ ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ ମହିଳା ନେତ୍ରୀ। ହେଲେ ସେହି ମୁହୂର୍ତ୍ତର ଫଟୋ ଆଇନଜୀବୀ ପୀତବାସଙ୍କ ପାଖକୁ ଗଲା କେମିତି? ଆପତ୍ତିଜନକ ଫଟୋ ଉଠାଇଲା କିଏ ଓ ପୀତବାସଙ୍କୁ ଦେଲା କିଏ? ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।
ଆହୁରି ପଢ଼ନ୍ତୁ:ସାର୍ଥକଙ୍କ ନିଖୋଜ ଘଟଣାକୁ ବିତିଲାଣି ୧୧ ଦିନ; ଆଜି ସିଙ୍ଗାପୁର ଯିବେ ସାର୍ଥକଙ୍କ ମା' ଓ ମାମୁ
ପୀତବାସ ହତ୍ୟା ମାମଲାରେ ୧୬ ଜଣ ଗିରଫ ହୋଇସାରିଲେଣି। ହେଲେ ହଠାତ ୪ ମାସ ପରେ ଏ ଘଟଣା ଏମିତି ନୂଆ ମୋଡ଼ ନେବ, କେହି ଭାବି ନଥିଲେ। ସବୁଠାକୁ ବଡ଼ କଥା ହେଉଛି, ପୀତବାସଙ୍କ ଲକକରୁ ବିକ୍ରମଙ୍କ ଆପତ୍ତିଜନକ ଫଟୋ ମିଳିବା ପୂରା କାହାଣୀରେ ନୂଆ ଟୁଇଷ୍ଟ ଆଣିଛି। ତେବେ ଚାବି ପାଇବାର ୧୭ ଦିନ ଯାଏଁ ଚାବିକୁ କିଏ ରଖିଥିଲା, ତାହା ଆଉ ଏକ ପ୍ରଶ୍ନ ହୋଇଛି।
ମହିଳା ନେତ୍ରୀଙ୍କ ସହ ବିକ୍ରମର ଫଟୋ ଆସିଲା କେମିତି? ପ୍ରତ୍ୟକ୍ଷଦର୍ଶୀ ମହିଳାଙ୍କ ଛଡ଼ା ସେ କୋଠରିରେ ଆଉ କିଏ ଥିଲା କି ? ସେହି ମୁହୂର୍ତ୍ତର ଫଟୋ ଆଇନଜୀବୀ ପୀତବାସଙ୍କ ପାଖକୁ ଗଲା କେମିତି ? ଆପତ୍ତିଜନକ ଫଟୋ ଉଠାଇଲା କିଏ ଓ ପୀତବାସଙ୍କୁ ଦେଲା କିଏ ? ୭ ତାରିଖରେ ଚାବି ମିଳିଥିଲେ ବି ୨୫ ତାରିଖ ଯାଏଁ ପୁଲିସ ଚାବି ବିଷୟରେ କାହିଁକି ଛାନଭିନ୍ କରୁନଥିଲା ? ୭ ତାରିଖରୁ ୨୫ ପର୍ୟ୍ୟନ୍ତ ୧୭ ଦିନ ଚାବି କାହା ପାଖରେ ଥିଲା ? ଅକ୍ଟୋବର ୨୨ରେ ବିକ୍ରମ ଗିରଫ, ୨୫ରେ ଫଟୋ ମିଳିବା ସନ୍ଦେହ ବଢ଼ାଉନି କି ? ଜଘନ୍ୟ ହତ୍ୟାକାଣ୍ଡର ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ କାହିଁକି ସମସ୍ତେ ନିରବ ଥିଲେ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/14-2026-02-14-09-38-15.jpg)