କନକ ବ୍ୟୁରୋ : ଆଇନଜୀବୀ ପୀତବାସ ହତ୍ୟାକାଣ୍ଡର ହୋଇଛି ପର୍ଦ୍ଦାଫାଶ । ବାର୍ କାଉନସିଲ୍ ନିର୍ବାଚନ ପାଇଁ ଗଡ଼ିଛି ପୀତବାସଙ୍କ ମୁଣ୍ଡ । ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ମୁଲଚାଲ୍‌ ହୋଇଥିଲା । ଅକ୍ଟୋବର ୬ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୨ ଜଣ ଗିରଫ ହୋଇଥିବା ବେଳେ ୩ ଫେରାର ଜଣ ଅଛନ୍ତି । ଅଭିଯୁକ୍ତଙ୍କଠାରୁ ବନ୍ଧୁକ, ଗାଡ଼ି, ପୋଷାକ ଜବତ ହୋଇଛି । ସିସିଟିଭି ଓ ସିଡିଆର ଜରିଆରେ ତଦନ୍ତ କରି ପୂରା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ବ୍ୟକ୍ତିଗତ, ବୃତିଗତ, ଅର୍ଥନୈତିକ ନା ରାଜନୈତିକ ବିବାଦ ରହିଥିଲା , ଏନେଇ ୬ ଟିମ୍‌ ଗଠନ କରି ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଥିଲା ବ୍ରହ୍ମପୁର ପୁଲିସ। ଆଉ ଘଟଣାର ୧୬ ଦିନ ପରେ ଅଭିଯୁକ୍ତଙ୍କୁ ଧରିଛି ପୁଲିସ । ପୂରା ଘଟଣାର ଷଡ଼ଯନ୍ତ୍ର ପଛରେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ହାତ ରହିଛି ।

Advertisment

ବୋହୂଙ୍କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ; ଶାଶୂ-ଶ୍ବଶୁରଙ୍କ ଆବେଦନକୁ କଲେ ଖାରଜ, ୧୫ ବର୍ଷ ତଳର କେସ୍ ଜିତିଲେ ବୋହୂ

ପ୍ରଥମେ ସେପ୍ଟେମ୍ବର ୧୦ରୁ ୧୪ ହୋଇଥିଲା ହତ୍ୟା ଯୋଜନା । ବିହାରରୁ ଆସିଥିଲେ ସାର୍ପ ସୁଟର , ଉମା ଓରଫ ମଳୟ ବିଶୋଇ, ଯୋଗୀ ଓରଫ ଯୋଗୀନ୍ଦ୍ର ରାଉତ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ । ହିଞ୍ଜିଳିର ବିପିନ ସ୍ୱାଇଁ ଓ ସୀମାଞ୍ଚଳ ନାୟକ, ସୁଟରଙ୍କୁ ଯୋଗାଯୋଗ କରିଥିଲେ । ଆଉ ଅକ୍ଟୋବର ୬ ତାରିଖ ଦିନ ରାତିରେ ନାଁ ପଚାରି ହତ୍ୟାକାଣ୍ଡ ଭିଆଇଥିଲେ ଅଭିଯୁକ୍ତ । 

ଏହି ମାମଲାରେ ପ୍ରେସମିଟ୍‌ରେ ବ୍ରହ୍ମପୁର ଏସପି ଦେଇଥିବା ସୂଚନା ଆଧାରରେ, ପୀତବାସଙ୍କୁ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ହତ୍ୟା ପୂର୍ବରୁ ରେକି କରି କରିଥିଲେ ଅଭିଯୁକ୍ତ ଏବଂ ପୀତବାସଙ୍କୁ ନମସ୍କାର ପକାଇ ଗୁଳି କରିଥିଲେ । ପରେ ନୂଆ ପ୍ୟାଣ୍ଟସାର୍ଟ ପିନ୍ଧି ସାମ୍ନାକୁ ଆସିଥିଲେ । ସେଠାରୁ ଫେରାର୍‌ ହୋଇ ପୁରୀରେ ଆତ୍ମଗୋପନ କରିଥିଲେ । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ସମସ୍ତ ଅପରାଧୀ ବିକ୍ରମ ପଣ୍ଡାଙ୍କ ସହଯୋଗୀ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ତେବେ ପୀତବାସଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ୩ଥର ଉଦ୍ୟମ କରିଥିଲେ କିନ୍ତୁ ଫେଲ୍ ମାରିଥିଲେ । କିଛିଦିନ ରେକି କରିବା ପରେ ପୀତବାସଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ ହତ୍ୟାକାରୀ ।

ହତ୍ୟା ପଛରେ ବାର୍ କାଉନସିଲ୍ ନିର୍ବାଚନ

  • ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ ୫୦ ଲକ୍ଷର ମୁଲଚାଲ
  • ହତ୍ୟା କରିବା ପାଇଁ ୧୦ ଲକ୍ଷ ଟଙ୍କାର ଅଗ୍ରୀମ ନେଇଥିଲେ ଅଭିଯୁକ୍ତ
  • ସେପ୍ଟେମ୍ବର ମାସରେ ହତ୍ୟା ପାଇଁ ରାଯାଇଥିଲା ଷଡ଼୍‌ଯନ୍ତ୍ର
  • ସେପ୍ଟେମ୍ବର ୧୪ରେ ହତ୍ୟା କରିବା ପାଇଁ ଯୋଜନା ହୋଇଥିଲା 
  • ୧୪ ସେପ୍ଟେମ୍ବରରେ ଯୋଜନା ଫେଲ୍‌ ମାରିଥିଲା 
  • ଘଟଣା ପୂର୍ବରୁ ପୀତବାସ ପଣ୍ଡାଙ୍କ ଘରପାଖରେ ରହୁଥିଲେ ଅଭିଯୁକ୍ତ
  • ସେମାନଙ୍କୁ ଗାଡ଼ି, ବନ୍ଧୁକ, ଜୋତା, ନୂଆ ପୋଷାକ ଦିଆଗଲା
  • ଫାୟାରିଂ କରିବାକୁ ୫ ଲକ୍ଷ ଓ ଗାଡ଼ି ଚଳାଇବାକୁ ୩ ଲକ୍ଷ ଟଙ୍କା ଦିଆଯାଇଥିଲା
  • ପୀତବାସ ଘରକୁ ଫେରିବା ବାଟରେ ଜଗିଥିଲେ ଅଭିଯୁକ୍ତ
  • ପ୍ରଥମେ ନମସ୍କାର କଲେ, କିଏ ବୋଲି ପଚାରିବାରୁ ଗୁଳି କରିଥିଲେ 
  • ଗାଡ଼ି ତଳେ ପଡ଼ିଯାଇଥିଲେ ପୀତବାସ, ଅଭିଯୁକ୍ତ ଫେରାର ହୋଇଯାଇଥିଲେ
  • ଶୀତଳପାଳିରେ ପୋଷାକ, ଜୋତା, ବଦଳାଇଲେ, ବନ୍ଧୁକ ପୋତିଥିଲେ ୨ ସୁଟର  
  • ପରେ ପୁରୀ ଯାଇ ଆତ୍ମଗୋପନ କରିଥିଲେ ଅଭିଯୁକ୍ତ

ଷଡ଼୍‌ଯନ୍ତ୍ର ପଛରେ ବିକ୍ରମ

  • ପୀତବାସ ହତ୍ୟାକାଣ୍ଡର ଷଡ଼୍‌ଯନ୍ତକାରୀ ହେଉଛନ୍ତି ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ
  • ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବା ସୁନୀଲ ହୋତା ବିକ୍ରମଙ୍କ ଖାସ ଲୋକ
  • ଫାର୍ମ ହାଉସରେ ୫ ଦିନ ରହ ରାଜ୍ୟ ବାହାରକୁ ପଳେଇଲେ 
  • ବାର କାଉନସିଲ ନିର୍ବାଚନ ପରଠୁ ପୀତବାସ ସହ ତିକ୍ତତା ବଢ଼ିଲା 
  • ପୀତବାସ ଥିବା ଯାଏଁ ବିକ୍ରମଙ୍କ ରାଜନୀତି କ୍ଷତି ସହିବେ
  • ସେଥିପାଇଁ ପିଣ୍ଟୁ, ବିକ୍ରମ ମିଶି ହତ୍ୟା ଷଡ଼୍‌ଯନ୍ତ୍ର କରିଥିଲେ