କନକବ୍ୟୁରୋ : ଦିଲ୍ଲୀ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଟର୍ମିନାଲ-୧ରେ ସୁରକ୍ଷା ଯାଞ୍ଚ ପାଇଁ ଲାଇନରେ ଛିଡ଼ା ହେବାକୁ କେନ୍ଦ୍ର କରି ଏହି ବିବାଦ ଆରମ୍ଭ ହୋଇଥିଲା। ଯାତ୍ରୀ ଅଙ୍କିତ ଦେୱାନଙ୍କ କହିବା ଅନୁଯାୟୀ, ସେ ନିଜର ୪ ମାସର ଶିଶୁ ଏବଂ ପରିବାର ସହ ଯାତ୍ରା କରୁଥିବା ବେଳେ ପାଇଲଟ୍ ବୀରେନ୍ଦ୍ର ସେଜୱାଲ ଲାଇନ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରିଥିଲେ। ଏହାର ପ୍ରତିବାଦ କରିବାରୁ ପାଇଲଟ୍ ଜଣକ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କ ମୁହଁରେ ଆଘାତ ଲାଗିଥିଲା ଏବଂ ରକ୍ତାକ୍ତ ହୋଇପଡ଼ିଥିଲେ ।
ଅଧିକ ପଢନ୍ତୁ... ବିଜେପିର ମିସନ ପୂର୍ବୋତ୍ତର ରାଜ୍ୟ : ଆସାମକୁ ଦେଲେ ବିଭିନ୍ନ ପ୍ରକଳ୍ପ ଭେଟି
ଅଙ୍କିତ ସୋସିଆଲ ମିଡିଆରେ ନିଜର ରକ୍ତଭିଜା ଫଟୋ ସେୟାର କରି ନ୍ୟାୟ ଭିକ୍ଷା କରିଛନ୍ତି। ଏହି ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ କ୍ଷମା ପ୍ରାର୍ଥନା କରିଛି। ଏୟାରଲାଇନ୍ ପକ୍ଷରୁ କୁହାଯାଇଛି , ସଂପୃକ୍ତ ପାଇଲଟଙ୍କୁ ତୁରନ୍ତ ଦାୟିତ୍ୱରୁ ହଟା ଯାଇଛି ଏବଂ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ମଧ୍ୟ ଏହି ମାମଲାରେ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ କରୁଛି। ତେବେ ଏହି ଘଟଣା ବିମାନବନ୍ଦର ଭଳି ସୁରକ୍ଷିତ ସ୍ଥାନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/20/33-2025-12-20-21-26-12.jpg)